ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ ମନ୍ଥର ଗତିରେ ଚାଲିଛି ରାସ୍ତା ତିଆରି

Published By : Prameya-News7 Bureau | June 29, 2018 IST

ବାଲେଶ୍ବର ସହରର ଏକ ମୁଖ୍ୟ ରାସ୍ତା ହେଉଛି ଏହି ରାସ୍ତାଟି। ୫ ନମ୍ବର ଜାତୀୟ ରାଜପଥ କୁରୁଡ଼। ଠାରୁ ଏହି ରାସ୍ତାଟି ଆସି ଫକିରମୋହନ ଗୋଲାଇ ଦେଇ ଯାଇ ମିସିଛି ରେମୁଣା ଗୋଲାଇ ନିକଟସ୍ଥ ୫ ନମ୍ବର ଜାତୀୟ ରାଜପଥରେ । ବାଲେଶ୍ବର ସହରରୁ ବାହାରିବାପାଇଁ ଏହା।ହେଉଛି ଏକ ମାତ୍ର ରାସ୍ତା। ଏହି ରାସ୍ତା ଦେଇ ପ୍ରତ୍ୟକ ଦିନ ହଜାର ହଜାର ଗାଡ଼ି ଯାତାୟତ କରିଥାଏ। ଏହି ରାସ୍ତା ଦେଇ ବାରିପଦା , ପାଶ୍ଚିମବଙ୍ଗ,ଭୋଗରାଉ ଓ ବାଲିଆପାଳ ଇତ୍ୟାଦି ସ୍ଥାନକୁ ବସ୍ ଚାଲିଥାଏ। ତେଣୁ ଏହାଏକ ଗୁରୁତ୍ବ ପୂର୍ଣ୍ଣ ରାସ୍ତା। ଏହି ରାସ୍ତାକୁ ୪ ଲାଇନ୍ ବିଶିଷ୍ଟ କରା ଯାଉଛି। ବସଷ୍ଟାଣ୍ଡ ଠାରୁ ରେମୁଣା ଗୋଲାଇ ରାସ୍ତା ନିର୍ମ।ଣ କରିବାପାଇଁ କଂଟ୍ରାକ୍ଟର ପ୍ରହଲ୍ଳାଦ ବାଗଙ୍କୁ ୨୦୧୬ ଡ଼ିସେମ୍ବର ମାସରେ ଦାୟିତ୍ୱ ଦିଆଯାଇଥିଲା । ଏହି କାର୍ଯ୍ୟ ନଭେମ୍ବର ୨୦୧୭ ରେ ସରିବାକଥା। ହେଲେ ଆଜି ପର୍ଯ୍ୟନ୍ତ ତାହା ଶେଷ ହୋଇ ପାରିନାହଁ। ଏହି ରାସ୍ତାର ନୁଆସାହି ଠାରେ ପୋଲ କାର୍ଯ୍ୟ ଶେଷ ହୋଇ ଯାଇଥିଲେ ମଧ୍ୟ ଦୁଇପାଶ୍ବରେ ଥିବା ରାସ୍ତା କାମ ଦିର୍ଘଦିନ ହେବ କରାଯାଉନାହଁ। ସେହିଭଳି ଏହି ରାସ୍ତାର ପାଶ୍ବରେ ଥିବା ନାଳ ଖୋଳା ହେଉନାହଁ। ଯାହାଫଳରେ ପାଣି ଠିକ୍ ଭାବରେ ପାସ କରୁନାହଁ। ଅଳ୍ପ ଟିକିଏ ବର୍ଷ। ହୋଇଗଲେ ପାଣି ଲୋକଙ୍କ ଘର ଭିତରେ ପସୁଛି । ଏହା ଫଳରେ ଲୋକେ ଅତିଷ୍ଠ ହୋଇ ଗଲେଣି। ଏ ସଂପର୍କରେ ଅଂଚଳ ବାସୀ ଆର୍ ଏଣ୍ଡ ବିର ଏସ୍ ଡ଼ିଓ ଓ କଂଟ୍ରାକ୍ଟରକୁ ଜଣାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କେହି ତାଙ୍କ କଥା ଶୁଣୁନାହାନ୍ତି । ସେପଟେ ଏସ୍ଡ଼ିଓ ଙ୍କର କହିବାକଥା କିଛି ସ୍ଥାନରେ ରାସ୍ତା କାମ ଶେଷ ନହୋଇପାରିବାର କାରଣ ହେଉଛି କିଛି ଲୋକ କୋଟରେ କେଶ କରିଛନ୍ତି । ସେହିଭଳି ନସ୍କୋ କର୍ମଚାରୀମାନଙ୍କୁ ସେମାନଙ୍କର ଅର୍ଥ ଦେଲେ ମଧ୍ୟ ସେମାନେ ବିଜୁଳି ଖୁଂଟକୁ ସ୍ଥାନାନ୍ତର କରୁନାହାନ୍ତି । ଯାହାଫଳରେ କାର୍ଯ୍ୟ ଶେଷ ହୋଇ ପାରୁନାହଁ। ନାଳ ଓ ପୋଲକାମ ଖୁବ୍ ଶୀଘ୍ର କରାଯିବ ବୋଲି ସେ ପ୍ରତିଶୃତି ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.