suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ଘୋଟଲା : Exclusive

19/05/2018 at 12:48 PM

ବାଲି ଉପରେ ପଡିଛି ପିଚୁ ।ଗାଡିମଟର ତ ଦୂରର କଥା ହାତ ମାରିଦେଲେ ଫଡା ଫଡା ପିଚୁ ଉଠିଯାଉଛି । ଏ ଦୃଶ୍ୟ କେନ୍ଦୁଝର ଘସିପୁରା ବ୍ଲକ ଗୋହିରା ଠାରୁ ଯୁଗଳ କିଶୋରପୁର ରାସ୍ତାର । ଆନନ୍ଦପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ଆସୁଥିବା ଏହି ରାସ୍ତା କାମ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ଚାଲିଛି । ୫ କିଲୋମିଟର ରାସ୍ତା ପାଇଁ ୨ କୋଟି ୨୫ ଲକ୍ଷ ଟଙ୍କା ବ୍ୟୟ ଅଟକଳ ହୋଇଛି । କିନ୍ତୂ ମେଟାଲ ନପକାଇ କେବଳ ମାଟି ଉପରେ ପିଚୁ ଢାଳି କାମ ସାରିଦେଇଛନ୍ତି ଠିକାଦାର । ହେଲେ ତଦାରଖ କଥା ଛାଡନ୍ତୁ ରାସ୍ତା କାମ ଚାଲିଥିବା ବେଳେ ବିଭାଗୀୟ ବାବୁମାନେ ଦେଖା ଦେଉନାହାନ୍ତି ।
ଗୋହିରା ଠାରୁ ଯୁଗଳ କିଶୋର ମଧ୍ୟରେ ଆନେକ ଆଦିବାସୀ ଗାଁ ରହିଛି । ଏହି ଅଞ୍ଚଳକୁ ରାସ୍ତା ମୁଖ୍ୟ ସମସ୍ୟା ଥିଲା । ରାସ୍ତା କାମ ହେଉଥିବା ଶୁଣି ଲୋକେ ଖୁସି ହୋଇଯାଇଥିଲେ । ହେଲେ ଠିକାଦାରଙ୍କ ମର୍ଜିରେ କାମ ଚାଲିଥିବା ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ବଢୁଛି ଅସନ୍ତୋଷ । ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ କିନ୍ତୁ କହୁଛନ୍ତି ସବୁ ଠିକଠାକ ଚାଲିଛି ।
ଆଦିବାସୀ ଅଞ୍ଚଳକୁ ଯୋଗାଯୋଗ ପାଇଁ ପାଣି ପରି ଟଙ୍କା ଖର୍ଚ୍ଚ ଚାଲିଛି । ହେଲେ ଯେନତେନ କାମ କରି ଠିକାଦାର ମାଳାମାଲ ହେଉଥିବା ବେଳେ ପିସି ପାଇ ସରକାରୀ ବାବୁ ପାଟି ଚୁପ୍ କରିଦେଇଛନ୍ତି ।

Leave a Reply

   Related Posts