ବାଲିଯାତ୍ରା ଭିତ୍ତିଭୂମି ପ୍ରସ୍ତୁତିରେ ଦୁର୍ନୀତି; ପ୍ରିୟା ପ୍ରିତୀ ଆଧାରରେ ହୋଇଛି କାର୍ଯ୍ୟାଦେଶ ବଣ୍ଟନ

Published By : Prameya-News7 Bureau | December 16, 2022 IST

କଟକ ୧୭/୧୨: କଟକ ବାଲିଯାତ୍ରାରେ ବଡ ଧରଣର ଆର୍ଥିକ ଅନିୟମିତତା ଅଭିଯୋଗ। ବିଶେଷ କରି ବାଲିଯାତ୍ରାର ଭିତ୍ତିଭୂମି ପ୍ରସ୍ତୁତି ପାଇଁ ସିଏମସି ଦ୍ବାରା ହୋଇଥିବା ନିର୍ମାଣ କାମରେ ବ୍ୟାପକ ପ୍ରିୟାପ୍ରିତୀ ତୋଷଣ ଓ ଆର୍ଥିକ ଅନିୟମିତତା ହୋଇଥିବା ସିଏମସିର ନିଜସ୍ବ ରେକର୍ଡରୁ ଜଣା ପଡ଼ିଛି। ସିଏମସିରୁ ମିଳିଥିବା ରେକର୍ଡ ଅନୁସାରେ, କିଛି ହାତଗଣତି କର୍ପୋରେଟର ଓ ଯନ୍ତ୍ରୀଙ୍କ ଭାଇ ଭଉଣୀଙ୍କ ନାଁରେ କୋଟିକୋଟି ଟଙ୍କାର କାର୍ଯ୍ୟାଦେଶ ଦିଆଯାଇଛି। ବିରୋଧି ଦଳ ଏହି ଆର୍ଥିକ ଅନିୟମିତତାର ଭିଜିଲାନ୍ସ ତଦନ୍ତ ଦାବି କରିଥିବା ବେଳେ କାଉନସିଲ ବୈଠକ ବସିଲେ ଆଲୋଚନା କରି ଏ ନେଇ ପଦକ୍ଷେପ ନିଆଯିବ ବୋଲି ମେୟର କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.