ପୁରୀ ୨୨/୦୮: ପୁରୀ ସ୍ୱର୍ଗଦ୍ୱାରରେ ହରିଶ୍ଚନ୍ଦ୍ର ଯୋଜନରେ ବ୍ୟାପକ ଦୁର୍ନୀତି ଅଭିଯୋଗ। ଏହି ଯୋଜନାରେ ଦିଆଯାଉଥିବା ରସିଦର ତାଳମେଳ ରହୁନାହିଁ। ହରିଶ୍ଚନ୍ଦ୍ର ଯୋଜନାରେ ୩ ହଜାର ଟଙ୍କାର ଆର୍ଥିକ ସହାୟତା ମିଳୁଛି। କିନ୍ତୁ ୱଲଫେୟାର୍ ଫି ପାଇଁ କେଉଁ ରସିଦରେ ୯୭ ଟଙ୍କା ତ ଆଉ କେଉଁ ରସିଦରେ ୪୯୭ ଟଙ୍କା ଲେଖାଯାଉଛି ବୋଲି ଅଭିଯୋଗ ହୋଇଛି। ଏପରି ଭାବେ ରସିଦ୍ରେ ୱେଲ୍ଫେୟାର୍ ଫି ବାବଦକୁ ଲେଖା ଯାଉଥିବା ଟଙ୍କାର ତାଳମେଳ ରହୁନାହିଁ।
ଏହା ପଛରେ ଏକ ବଡ଼ ଧରଣର ଦୁର୍ନୀତି ହୋଇଛି ବୋଲି ସ୍ୱର୍ଗଦ୍ୱାର ସୁରକ୍ଷା କ୍ରିୟାନୁଷ୍ଠାନ କମିଟି ଅଭିଯୋଗ ଆଣିଛି। ସୋମବାର ଏ ନେଇ ସ୍ୱର୍ଗଦ୍ୱାର ସୁରକ୍ଷା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପୁରୀ ଜିଲ୍ଲାପାଳଙ୍କୁ ଦାବିପତ୍ର ଦିଆଯାଇଛି। ଅନ୍ୟପଟେ ସ୍ଵର୍ଗଦ୍ଵାରର ଉନ୍ନତି ପାଇଁ ସ୍ଵର୍ଗଦ୍ଵାର ସେବା ସମିତି ଗଠନ ହୋଇଛି। ଏହି ଦୁର୍ନୀତି ସମ୍ପର୍କରେ ଉପଯୁକ୍ତ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଗଲେ ଆଗାମି ଦିନରେ ଆନ୍ଦୋଳନ କରାଯିବ ବୋଲି କମିଟି ପକ୍ଷରୁ ଚେତାବନୀ ଦିଆଯାଇଛି।