ପ୍ରକଳ୍ପ ଟଙ୍କା ଲୁଟ ! ପ୍ରକଳ୍ପ କାମ ନକରି ଟଙ୍କା ଲୁଟିନେଲେ ଗ୍ରାମ ସଂଯୋଜକ
20/05/2018 at 12:38 PM

ବେତନଟୀ ବ୍ଳକର ନଡପୁର ଗ୍ରାମପଞାୟତରେ ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ କାର୍ଯ୍ୟ କରାନଯାଇ ବିଲପ୍ରଦାନ କରାଯାଇଛି । ଏହି ଗ୍ରାମପଞାୟତରେ ଦଲକି ସଂରକ୍ଷିତ ଜଙ୍ଗଲର ଟିକରବାଟି ଗ୍ରାମର ଖେଳପଡିଆର ଉନ୍ନତିକରଣ ପାଇଁ ଗତ ୨୦୧୬ – ୧୭ ଆର୍ଥିକ ବର୍ଷ ପାଞ ଲକ୍ଷ ଟଙ୍କାର ବ୍ୟୟବରାଦ ହୋଇଥିଲା । ଗ୍ରାମ ସଂଯୋଜକ ଭାବେ ଗ୍ରାମର କାଳନ୍ଦି ମହାକୁଡ ନାମରେ ଗ୍ରାମପଞାୟତ କାର୍ଯ୍ୟାଳୟରୁ କାର୍ଯ୍ୟାଦେଶ ମଧ୍ୟ ମିଳିଛି । ଜଙ୍ଗଲ ଭିତରେ ଏକ ସୂଚନାଫଳକ କରାଯାଇ ଗତ ଦୁଇହଜାର ସତର ମସିହା ଡିସେମ୍ବର ମାସରେ ଷାଠିଏ ହଜାର ଏକଶହ ବୟାନବେ ଟଙ୍କା କେତେଜଣ ଜବକାର୍ଡ ଧାରୀଙ୍କ ଏକାଉଣ୍ଟକୁ ଯାଇଛି । ସଂରକ୍ଷିତ ଜଙ୍ଗଲ ଭିତରେ କୌଣସି କର୍ଯ୍ୟହେବାର ଜାଣିନାହାନ୍ତି ଟିକରଗଡିଆ ଗ୍ରାମବାସୀ |
Related Posts
ଜଳ ଭଣ୍ଡାରରୁ ମହିଳା ପୋଷ୍ଟମାଷ୍ଟରଙ୍କ ମୃତଦେହ ଉଦ୍ଧାର
28 March 2023