ଦୁର୍ନୀତିଗ୍ରସ୍ତ ଅଫିସରଙ୍କ ନୂଆ ଚାଲ୍: EMI ପରି କିସ୍ତିରେ ନେଉଛନ୍ତି ଲାଞ୍ଚ

Published By : Prameya-News7 Bureau | June 07, 2024 IST

ନୂଆଦିଲ୍ଲୀ: ଆପଣ EMIରେ ଲୋନ୍‌ ନେବା ଜାଣିଥିବେକିନ୍ତୁ ଇଏମ୍‌ଆଇରେ ଲାଞ୍ଚ ଦେବା କେବେ ଶୁଣିଛନ୍ତି କି? ଗୁଜୁରାଟରୁ ଏଭଳି ମାମଲା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏଠାରେ ଦୁର୍ନୀତିଗ୍ରସ୍ତ ଅଧିକାରୀମାନେ ମଧ୍ୟ EMIରେ ଲାଞ୍ଚ ନେବା ଆରମ୍ଭ କରିଛନ୍ତି। ଯାହା ଦ୍ୱାରା ପୀଡିତଙ୍କୁ ଲକ୍ଷ ଲକ୍ଷ ଟଙ୍କା ଦେବାର ଯେଉଁ କଷ୍ଟ ତାହା ଆଉ ବହନ କରିବାକୁ ପଡିବ ନାହିଁ। ୨୦୨୪ ମସିହାରେ ଦୁର୍ନୀତି ନିବାରଣ ବ୍ୟୁରୋ ଏହିପରି ପଞ୍ଜୀକୃତ ୧୦ଟି ମାମଲାର ତଦନ୍ତ ଆରମ୍ଭ କରିଥିଲା।

ରାଜ୍ୟ ଦୁର୍ନୀତି ନିବାରଣ ବ୍ୟୁରୋ (ଏସିବି) କହିଛି ଯେ ଏଭଳି ପରିସ୍ଥିତିରେ ପୀଡିତମାନେ କାମ ଆରମ୍ଭ ହେବା ପୂର୍ବରୁ ପ୍ରଥମ କିସ୍ତି ପ୍ରଦାନ କରନ୍ତି ଏବଂ କାମ ଶେଷ ହେବା ପରେ ଅବଶିଷ୍ଟ ଅର୍ଥ ଦିଆଯାଏ। 'କିସ୍ତି'ରେ ଲାଞ୍ଚ ନେବା ଏହି ପଦ୍ଧତି ନୂଆ ନୁହେଁ କହିଛନ୍ତି ଏସିବିର ନିର୍ଦ୍ଦେଶକ। ଏହା ଦୀର୍ଘ ସମୟ ଧରି ଚାଲିଆସୁଛି EMIରେ ଲାଞ୍ଚ ଦେଇସାରିବା ପରେ ଦ୍ୱିତୀୟ କିମ୍ବା ଅନ୍ୟ କିସ୍ତି ଦେବା ପରିବର୍ତ୍ତେ ସେମାନେ ଆଇନର ଦ୍ୱାରସ୍ଥ ହୁଅନ୍ତି।

ମାର୍ଚ୍ଚରେ ଏଭଳି ଏକ ମାମଲା ସାମ୍ନାକୁ ଆସିଥିଲା। ଗୁଜୁରାଟର ଜିଏସଟି ଅଧିକାରୀ କହି କିଛି ବ୍ୟକ୍ତିମାନେ ଅହମ୍ମଦାବାଦର ଏକ ମୋବାଇଲ୍ ଦୋକାନର ମାଲିକଙ୍କଠାରୁ ୨୧ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ। ପ୍ରାରମ୍ଭିକ କିସ୍ତି ଭାବରେ ଦୋକାନ ମାଲିକ  ଲକ୍ଷ ଟଙ୍କା ଦେଇଥିଲେ। ଏହା ପରେ ସେ ଏସିବି ସହିତ ଯୋଗାଯୋଗ କରି ଏ ସମ୍ପର୍କରେ ସୂଚନା ଦେଇଥିଲେ। ତଦନ୍ତ ପରେ ଜଣକୁ ଗିରଫ କରିଥିଲା ଏସିବି

ଏପ୍ରିଲରେ ମଧ୍ୟ ସମାନ ମାମଲା ସାମ୍ନାକୁ ଆସିଥିଲା। ଏଠାରେ ସୁରଟରେ ଜଣେ ନାଏବ ସରପଞ୍ଚ ଏବଂ ତାଲୁକା ପଞ୍ଚାୟତ ସଦସ୍ୟ ଜଣେ ଚାଷୀଙ୍କ ଠାରୁ ୮୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏସିବି ଉଭୟଙ୍କୁ ଧରିଥିଲା। ଏସିବି କହିଛି ଯେ ସେ ଏପ୍ରିଲ ରେ ୩୫ ହଜାର ଟଙ୍କା ପ୍ରଥମ କିସ୍ତି ନେଇ ଧରାପଡିଥିଲେ। ସେହିଭଳି ଗାନ୍ଧିନଗରରେ ରାଜ୍ୟ ସିଆଇଡି ଅପରାଧର ସବ୍-ଇନ୍ସପେକ୍ଟର ୪୦ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ ହୋଇଥିବା ବେଳେ ଏଥିରୁ କିଛି ନିଆଯାଇଥିଲା।

ଏହା ବ୍ୟତୀତ ନର୍ମଦା ଜିଲ୍ଲାର ରାଜ୍ୟ ଖଣି ଏବଂ ଖଣିଜ ବିଭାଗର ଜଣେ ରୟାଲଟି ଇନ୍ସପେକ୍ଟର ଟ୍ରକ ଡ୍ରାଇଭରଙ୍କୁ ଦୁଇ କିସ୍ତିରେ ୧ ଲକ୍ଷ ଟଙ୍କା ଲାଞ୍ଚ ଦେବାକୁ କହିଥିଲେ। ଏପ୍ରିଲ୍ ୨୬ରେ ମଧ୍ୟସ୍ଥି ୬୦ ହଜାର ଟଙ୍କା ନେଉଥିବା ବେଳେ ଗିରଫ କରାଯାଇଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.