oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୪୬ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ଭିଜିବ ପାର୍ବଣ, ନବମୀ ଓ ଦଶମୀରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ସାନଖେମୁଣ୍ଡି: ପାଟପୁର ଥାନାରେ ୧୩୨୫ କିଲୋର ଜବତ ଗଞ୍ଜେଇ ପୋଡିଲା ପୋଲିସ
  • ||
  • UNSCରେ ରୁଷ୍‌ ବିରୋଧରେ ନିନ୍ଦା ପ୍ରସ୍ତାବ ଆଣିଥିଲା ଆମେରିକା, ଭୋଟିଂରୁ ବିରତ ରହିଲା ଭାରତ
  • ||
  • ସାରା ଦେଶରେ ଆରମ୍ଭ ହେଲା 5G ଯୁଗ, ୧୩ ସହରରେ ମିଳିବ ସେବା
  • ||

ୟୁପିରେ ଆରମ୍ଭ ହେଲା ‘କରୋନା ମା’ ପୂଜା : ୨୧ ଦିନ ଧରି ବ୍ରତ କରିବେ ମହିଳା

16/05/2021 at 12:19 PM

ଉତ୍ତରପ୍ରଦେଶ ୧୬/୫: ସମଗ୍ର ଦେଶରେ କରୋନା ଭାଇରସକୁ ନେଇ ହାହାକରା । ମହାମାରୀ ସମୟରେ ଅନେକ ଆଶ୍ଚର୍ଯ୍ୟଜନକ ଘଟଣାକ ନଜରକୁ ଆସୁଛି । ଉତ୍ତରପ୍ରଦେଶ ବାରାଣାସୀରୁ ସାମ୍ନାକୁ ଆସିଛି ଏମିତି ଏକ ଚିତ୍ର । ଯେଉଁଠାରେ ମହିଳାମାନେ ଏହି ଭୂତାଣୁକୁ ପ୍ରତିହତ କରିବା ପାଇଁ ‘କରୋନା ମାଇ’ ପୂଜା କରିବା ଆରମ୍ଭ କରିଛନ୍ତି । ବାସ୍ତବରେ, ଏହି ମାମଲା ଉତ୍ତରପ୍ରଦେଶର ବାରାଣାସୀ ସହିତ ଜଡିତ ।

ସାରା ଦେଶରେ ସମସ୍ତେ ନିଜ ନିଜ ପଦ୍ଧତିରେ କରୋନାକୁ ପରାସ୍ତ କରିବାକୁ ଚେଷ୍ଟା କରୁଛନ୍ତି । ତେବେ ଧର୍ମନଗରୀରେ ଲୋକେ ପୂଜା ପାଠକୁ ଅଧିକ ଗୁରୁତ୍ୱ ଦେଇଥାନ୍ତି । ସେଥାପାଇଁ ବାରାଣାସୀର ଗଙ୍ଗା ଘାଟରେ କରୋନାକୁ ଦେବୀ ବୋଲି ଭାବି ମହିଳାମାନେ ସକାଳେ ସନ୍ଧ୍ୟାରେ ପୂଜା କରୁଛନ୍ତି । ପୂର୍ବରୁ ବିଶ୍ୱାସ ରହିଛି ବଡ ବଡ ରୋଗ ବା ବିପତ୍ତି ପଡିଲେ ଗ୍ରାମଦେବତୀଙ୍କ ପୂଜା କରଯାଏ । ଏପରିକି ବ୍ରତ ଉପବାସ ବି ରଖାଯାଏ ।

କାଶୀରେ ଗଙ୍ଗା ଘାଟରେ ୧୦ ଜଣ ମହିଳା ଏପରି ପୂଜା ଆରମ୍ଭ କରିଛନ୍ତି । ମାଆକୁ ତାଙ୍କୁ ଖୁସି କରିବା ତଥା କରୋନ ମହାମାରୀରୁ ରକ୍ଷା କରିବା ପାଇଁ ଦେବୀଙ୍କୁ କରୋନା ନାମରେ ନାମିତ କରି ୨୧ ଦିନ ଧରି ପୂଜାପାଠ କରିବେ । ବାରାଣାସୀର ଶ୍ମଶାନ ଘାଟରେ ଏକତ୍ରିତ ହୋଇ ସେଠାରେ ଏକ ଦୀପ ଫୁଲର ଫୁଲମାଳ ସହିତ ମାତାଙ୍କୁ ପାଳନ କରିବା ପାଇଁ ଦୀର୍ଘ ସମୟ ପ୍ରାର୍ଥନା କରନ୍ତି ।

ମହିଳାମାନଙ୍କର ଏକ ଅଦମ୍ୟ ବିଶ୍ୱାସ ଅଛି ଯେ, ଏପରି କରିବା ଦ୍ୱାରା ସେମାନଙ୍କର ପରିବାର ଏବଂ ପିଲାମାନେ ଏହି ରୋଗରୁ ଦୂରରେ ରହିବେ । କେହେ କେହି କହିଛନ୍ତି ଯେ ଆମେ ଏହି ପୂଜା କରୁଛୁ ଯାହା ଦ୍ୱାରା ମହାମାରୀକୁ ଏଡାଯାଇପାରିବ । ଆମେ ନିଶ୍ଚିତ ଯେ ଶୀଘ୍ର ସମସ୍ତେ ଏହି ରୋଗରୁ ମୁକ୍ତି ପାଇବେ । ଆମେ ନିଶ୍ଚିତ ଯେ ଶୀଘ୍ର ସମସ୍ତେ ଏହି ରୋଗରୁ ମୁକ୍ତି ପାଇବେ

   Related Posts