୨୦୨୪ ଶେଷସୁଦ୍ଧା କରୋନା ଭ୍ୟାକ୍‌ସିନ୍‌ ସମସ୍ତଙ୍କ ପାଇଁ ଉପଲବ୍ଧ ହୋଇପାରିବ ନାହିଁ: ସିରମ୍ ଇନ୍‌ଷ୍ଟିଚ୍ୟୁଟ୍‌ ମୁଖ୍ୟ

Published By : Prameya-News7 Bureau | September 14, 2020 IST

ନୂଆଦିଲ୍ଲୀ ୧୪/୦୯: ଚଳିତବର୍ଷ ଶେଷ ସୁଦ୍ଧା କରୋନା ଭ୍ୟାକ୍‌ସିନ୍‌ ଉପଲବ୍ଧ ହେବା ନେଇ ଯେଉଁ ଆକଳନ କରାଯାଉଥିଲା ସେଥିରେ ପୂର୍ଣ୍ଣଛେଦ ଟାଣିଛନ୍ତି ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ମୁଖ୍ୟ । ବିଶ୍ବର ସବୁଠୁ ବଡ଼ ଭ୍ୟାକ୍‌ସିନ ନିର୍ମାତା କମ୍ପାନୀ ସିରମ୍‌ ଇନ୍‌ଷ୍ଟିଚ୍ୟଟ୍‌ ମୁଖ୍ୟଙ୍କ ମତରେ ୨୦୨୪ ପୂର୍ବରୁ ସମସ୍ତଙ୍କ ପାଇଁ କରୋନା ଭ୍ୟାକସିନ୍‌ ଉପଲବ୍ଧ ହେବା ଅସମ୍ଭବ ।

ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍ର ମୁଖ୍ୟ ଅଦାର ପୁନାଓ୍ବାଲା କହିଛନ୍ତି, ୪-୫ ବର୍ଷ ପୂର୍ବରୁ ପୃଥିବୀର ସମସ୍ତ ଲୋକଙ୍କୁ କରୋନା ଭ୍ୟାକ୍‌ସିନ୍‌ ଯୋଗାଇବା ସମ୍ଭବ ନୁହେଁ । ଭ୍ୟାକସିନ୍‌ ନିର୍ମାଣକାରୀ  କମ୍ପାନୀ ଉତ୍ପାଦନ ବୃଦ୍ଧି କରିନାହାନ୍ତି । ଅଦାର ପୁନାଓ୍ବାଲା ପୂର୍ବରୁ କହିଥିଲେ, ଯଦି ପ୍ରତି ବ୍ୟକ୍ତିଙ୍କୁ ଦୁଇଟି ଡୋଜ୍‌ କରୋନା ଭ୍ୟାକ୍‌ସିନ୍‌ ଦିଆଯାଏ ତେବେ​‌ ମୋଟ ୧୫ ଆରବ ଡୋଜ୍‌ର ଆବଶ୍ୟକତା ପଡ଼ିବ।

ସିରମ୍ ଇନ୍‌ଷ୍ଟିଚ୍ୟୁଟ୍‌ ଏବେ ୫ଟି ଅନ୍ତରାଷ୍ଟ୍ରୀୟ କମ୍ପାନୀ ସହ କାର୍ଯ୍ୟ କରୁଛି । ଏଷ୍ଟ୍ରାଜେନିକା ଓ ନୋଭାଭ୍ୟାକ୍ସ ମଧ୍ୟ ଏଥିରେ ସାମଲ ରହିଛି । ସିରମ୍ ଇନ୍‌ଷ୍ଟିଚ୍ୟୁଟ୍‌ ଏବେ ଏକ ଭ୍ୟାକ୍‌ସିନ ପ୍ରସ୍ତୁତ କରୁଛି ଯାହାର ୧ ଆରବ ଡୋଜ୍‌ ପ୍ରସ୍ତୁତ କରାଯିବ । କିନ୍ତୁ ଏଥିରୁ ୫୦ ପ୍ରତିଶତ କେବଳ ଭାରତ ପାଇଁ ହେବ ବୋଲି କମ୍ପାନୀ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି । ଏବେ ସିରମ୍ ଇନ୍‌ଷ୍ଟିଚ୍ୟୁଟ୍‌ ଋଷର ଗମଲେୟା ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ ସହିତ ସ୍ପୁଟନିକ୍ ଭ୍ୟାକ୍‌ସିନ୍‌ ପ୍ରସ୍ତୁତ ପାଇଁ ଚୁକ୍ତି କରିପାରେ । 

ତେବେ ଏହି ସମୟରେ  ରାଜନେତାଙ୍କ ମନ୍ତବ୍ୟ ସିରମ୍ ଇନ୍‌ଷ୍ଟିଚ୍ୟୁଟ୍‌ ପାଇଁ ଚିନ୍ତା ବଢ଼ାଉଛି । ସେପଟେ ୟୁରୋପ ଓ ଆମେରିକା ପକ୍ଷରୁ ଭ୍ୟାକ୍‌ସିନ୍‌ ଭାରୀ ଅର୍ଡର ବିକାଶଶୀଳ ରାଷ୍ଟ୍ରରେ କରୋନା ଭ୍ୟାକ୍‌ସିନ୍‌ ଉପଲବ୍ଧ ନେଇ ଆଶଙ୍କା ପ୍ରକାଶ ପାଇଛି । ଯଦି ବିକଶିତ ଦେଶ କରୋନା ଭ୍ୟାକସିନ୍‌ ଅଧିକ ମାତ୍ରାରେ କିଣିବାକୁ ଚାହାଁନ୍ତି ତେବେ ବିକାଶଶୀଳ ରାଷ୍ଟ୍ରଗୁଡ଼ିକ କରୋନା ଭ୍ୟାକ୍‌ସିନ୍‌ ଉପଲବ୍ଧ ଲିଷ୍ଟର ତଳକୁ ପଳାଇବେ ବୋଲି ସିରମ୍ ଇନ୍‌ଷ୍ଟିଚ୍ୟୁଟ୍‌ର ମୁଖ୍ୟ ପ୍ରକାଶ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.