ନୂଆଦିଲ୍ଲୀ ୧୬/୩: କରୋନା ଭାଇରସ୍ ଯୋଗୁଁ ଆମେରିକାରେ ଏବେ ସୁଦ୍ଧା ପାଖାପାଖି ୨୭୯୪ଜଣ ଲୋକେ ସଂକ୍ରମିତ ହୋଇ ସାରିଛନ୍ତି। ପାଖାପାଖି ୫୬ଜଣଙ୍କ ମୃତ୍ୟୁ ମଧ୍ୟ ହୋଇ ସାରିଛି। ତେଣୁ ଆମେରିକାର ବୈଜ୍ଞାନିକ ଆଜିଠୁ ଏହାର ଟୀକା ମନୁଷ୍ୟଙ୍କ ଶରୀରରେ ଟ୍ରାୟଲ୍ କରିବାକୁ ୭ଯାଉଛନ୍ତି। ଏହାର ଘୋଷଣା ନିଜେ ଆମେରିକା ସରକାର କରିଛନ୍ତି। ଟୀକାର ଟାୟଲ୍ ପରୀକ୍ଷଣ ଭାବେ କରାଯାଉଛି। ଯଦି ଏଥିରୁ ସଫଳତା ମିଳେ ତେବେ ଏହାକୁ ସମଗ୍ର ବିଶ୍ବରେ ବାଣ୍ଟି ଦିଆଯିବ।
{"id":239150,"sizeSlug":"large"}
ଆମେରିକାର ଦ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ ଅଫ ହେଲ୍ଥ ଏହି ଟ୍ରାୟଲର ଫଣ୍ଡିଙ୍ଗ୍ କରୁଛି। ଯେଉଁମାନେ ଏହି ପରୀକ୍ଷଣ ପାଇଁ ହଁ କହିଛନ୍ତି ସେମାନଙ୍କୁ ସିଏଟଲରେ ଥିବା କ୍ୟାନସର ପର୍ମାନେଣ୍ଟ ଓ୍ବାଶିଙ୍ଗଟନ୍ ହେଲ୍ଥ ରିସର୍ଚ୍ଚ ଇନଷ୍ଟିଚ୍ୟୁଟରେ ପରୀକ୍ଷଣ କରାଯାଉଛି।
{"id":239151,"sizeSlug":"large"}
ଆମେରିକା ସରକାରଙ୍କ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଅଧିକାରୀମାନେ ସ୍ପଷ୍ବ କହିଛନ୍ତି ଯେ କରୋନାର ସଠିକ୍ ଭାଇରସକୁ ବଜାରକୁ ଆଣିବାରେ ପାଖାପାଖି ବର୍ଷକରୁ ୧୮ମାସ ଲାଗିଯିବ।
{"id":239152,"sizeSlug":"large"}
ଏହି ଟୀକାର ଟ୍ରାୟଲ୍ ପାଇଁ ୪୫ଜଣ ଯୁବ ଭଲ୍ୟୁଣ୍ଟିଅର୍ସ ବଛା ଯାଇଛନ୍ତି। ଏହି ଲୋକଙ୍କଠାରେ ପରୀକ୍ଷଣ ଆରମ୍ଭ କରାଯିବ। ଏମାନଙ୍କ ଶରୀରରେ ପ୍ରଥମେ କରୋନାର ଟୀକା ଦିଆଯିବ।
{"id":239153,"sizeSlug":"large"}
ଏହି ଟୀକାକୁ ଏନଆଇଏଚ୍ ଏବଂ ମାଡର୍ନା ଇଙ୍କ ଏକାଠି ମିଶି ପ୍ରସ୍ତୁତ କରିଛନ୍ତି। ଏହି ୪୫ଜଣ ଯୁବକ-ଯୁବତୀଙ୍କୁ ଭିନ୍ନ ଭିନ୍ନ ମାତ୍ରାରେ ଟୀକା ଦିଆଯିବ। ସବୁଠୁ ଖାସ୍ କଥା ହେଉଛି ଏହା ଯେ ଏହି ଟୀକାରେ କୌଣସି ଭାଇରସ୍ ନାହିଁ।
{"id":239154,"sizeSlug":"large"}
ଏହି ଟ୍ରାୟଲର ଲକ୍ଷ୍ୟ ହେଉଛି ଏହା ଜାଣିବା ଯେ ଏହି ଟୀକାରେ କୌଣସି କୁପ୍ରଭାବ ହେଉଛି କି ନାହିଁ। ଏହାର ଯଦି ପରିଣାମ ସକରାତ୍ମକ ହୁଏ ତେବେ ଏହା ବିଶ୍ବବ୍ୟାପି ସବୁଠି ବାଣ୍ଟି ଦିଆଯିବ।
{"id":239155,"sizeSlug":"large"}
ସମଗ୍ର ବିଶ୍ବରେ ଏବେ ସୁଦ୍ଧା କରୋନା ଭାଇରସରେ ୧୬୨,୭୭୪ଜଣ ସଂକ୍ରମିତ ହୋଇ ସାରିଛନ୍ତି। ୬୪୬୦ଜଣଙ୍କ ମୃତ୍ୟୁ ହୋଇ ସାରିଛି। ଚୀନ ପରେ ଇଟାଲୀରେ ସବୁଠୁ ଶୋଚନୀୟ ଅବସ୍ଥା ହୋଇଛି।
{"id":239156,"sizeSlug":"large"}