ଦେଶରୁ ଦେଶକୁ ଡେଉଁଛି କରୋନା, ୩୧ ଦେଶରେ ମାତିଛି ଭୟଙ୍କର ଭାଇରସ୍ : ଚୀନ୍‌ରେ ମୃତ୍ୟୁ ସଂଖ୍ୟା ୨୬୬୩

Published By : Prameya-News7 Bureau | February 25, 2020 IST

ବେଜିଂ ୨୫।୨: ଚୀନ୍ ରେ କରୋନା ଭାଇରସ୍ ରେ ଆଉ ୭୧ ଜଣଙ୍କ ମୃତ୍ୟୁ ହେବାପରେ ମୃତ୍ୟୁ ସଂଖ୍ୟା ୨,୬୬୩ରେ ପହଞ୍ଚିଛି । ୭୧ ଆକ୍ରାନ୍ତଙ୍କ ମଧ୍ୟରୁ ହୁବେଇ ଅଞ୍ଚଳରେ ୬୮ଜଣଙ୍କର ମୃତ୍ୟୁ ହୋଇଛି । ହୁବେଇରେ କରୋନା ଭାଇରସ୍ ର ପ୍ରକୋପ ଅଧିକ ରହିଛି । ସେହିଭଳି ଶାନଦୋଙ୍ଗରେ ୨ ଏବଂ ଗୁଆଙ୍ଗଦୋଙ୍ଗରେ ଜଣଙ୍କର ମୃତ୍ୟୁ ହୋଇଛି ।

{"id":228950,"sizeSlug":"large"}

ଏପର୍ଯ୍ୟନ୍ତ ୩୧ଦେଶରେ କରୋନା ଭାଇରସ୍ ତାର କାୟା ବିସ୍ତାର କରିଛି । ଏହି ସୂଚୀରେ ଏବେ ପଶ୍ଚିମ ଏସିଆ ଦେଶ ବାହରିନ ଏବଂ କୁଓ୍ବେତ ଯୋଡି ହୋଇଛି । ଚୀନ୍ ର ଅନ୍ତର୍ଜାତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁସାରେ ୫୦୮ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଫଳରେ ମୋଟ୍ ୭୭,୬୫୮ ଜଣ ଆକ୍ରାନ୍ତ ହୋଇଛନ୍ତି । ଆକ୍ରାନ୍ତଙ୍କ ସଂଖ୍ୟା କ୍ରମଶଃ ହ୍ରାସ ପାଇବାରେ ଲାଗିଲାଣି । ରବିବାର ପର୍ଯ୍ୟନ୍ତ ମୋଟ୍ ୨୭,୩୨୩ ସଂକ୍ରମିତ ଲୋକ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ।

{"id":228951,"sizeSlug":"large"}

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଅନୁସାରେ ଚୀନ୍ ସରକାରଙ୍କ ଦ୍ବାରା ନିଆଯାଇଥିବା ପଦକ୍ଷେପ ଯୋଗୁଁ ଚୀନ୍ ରେ ସଂକ୍ରମଣଙ୍କ ସଂଖ୍ୟା କମିବାରେ ଲାଗିଛି ।

{"id":228952,"sizeSlug":"large"}

ଅନ୍ୟପଟେ ଜାପାନରେ ଅଟକିଥିବା ଡାଇମଣ୍ଡ ପ୍ରିନ୍ସେସ ଜାହାଜରେ କରୋନା ଭାଇରସ୍ ରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି । ଜାହାଜରେ ଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ୪ଜଣଙ୍କର ମୃତ୍ୟୁ ହୋଇସାରିଲାଣି । ଜାହାଜରେ ଥିବା ଭାରତୀୟଙ୍କ ମଧ୍ୟରୁ ଆଉ ଦୁଇ ଜଣ କରୋନା ଭାଇରସ୍ ରେ ସଂକ୍ରମିତ ହୋଇଥିବା ଜଣାପଡିଛି । ଫଳରେ କରୋନା ଭାଇରସ୍ ଯୋଗୁଁ ସଂକ୍ରମିତଙ୍କ ସଂଖ୍ୟା ୧୪ରେ ପହଞ୍ଚିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.