vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୨୮ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ବଢୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୧୮୯୩୦ କରୋନା ପଜିଟିଭ୍
  • ||
  • ଇଂଲଣ୍ଡରେ ଜନ୍ମଦିନ ପାଳିଲେ ଧୋନୀ, କାଟିଲେ କେକ୍ : ପତ୍ନୀ ସାକ୍ଷୀ ସେୟାର କଲେ ଭିଡିଓ
  • ||
  • କେବଳ ସ୍ପାଇସଜେଟ୍ ନୁହେଁ, ଅନ୍ୟ କମ୍ପାନୀର ବିମାନରେ ମଧ୍ୟ ବଢୁଛି ତ୍ରୁଟି : ଯାତ୍ରୀଙ୍କ ସୁରକ୍ଷାକୁ ନେଇ ଚିନ୍ତା
  • ||
  • ୪୧ ବର୍ଷରେ ପାଦ ଦେଲେ କ୍ୟାପ୍ଟେନ୍ କୁଲ୍ : ଟିମ୍ ଇଣ୍ଡିଆକୁ ଜିତାଇଥିଲେ ଦିନିକିଆ ଓ ଟି୨୦ ବିଶ୍ୱକପ୍
  • ||
  • ଜନ୍ମଦିନରେ ଓ୍ୱିମ୍ବଲଡନ୍ ଦେଖିବାକୁ ପହଁଚିଲେ ମାହି, ସାମ୍ନାକୁ ଆସିଲା ଫଟୋ
  • ||

ରୁଷ ପରେ ଆଉ କିଛି ମାସରେ ପ୍ରସ୍ତୁତ ହୋଇଯିବ ଅକ୍ସଫୋର୍ଡର ଭରସାଯୋଗ୍ୟ ଭାକସିନ, ଏହି ଲୋକଙ୍କୁ ମିଳିବ ପ୍ରଥମେ

17/08/2020 at 6:09 PM

ନୂଆଦିଲ୍ଲୀ ୧୭।୦୮: ଅନେକ ଆଶା ଆଶଙ୍କା ଓ ପ୍ରଶ୍ନ ମଧ୍ୟରେ ରୁଷ ନିଜର କରୋନା ଭାଇରସ୍ ଭାକସିନ ସ୍ପୁଟୋନିକ-ଭିର ଘୋଷଣା କରି ସାରିଛି। ଏହାକୁ ନେଇ ଲୋକେ ଆଶ୍ଵସ୍ତ ମଧ୍ୟ ନାହାନ୍ତି। ଏବେ ଆଉ ଦୁଇଟି ଭାକସିନ ବର୍ଷର ଶେଷ ସୁଦ୍ଧା ଉପଲବ୍ଧ ହେବାର ଆଶା ରହିଛି। ଅକ୍ସଫୋର୍ଡ ଭାକସିନ ଟାସ୍କଫୋର୍ସର ପ୍ରମୁଖ କେଟ୍ ବିଙ୍ଘମ କହିଛନ୍ତି ଚଳିତ ବର୍ଷ ଶେଷ ସୁଦ୍ଧା ଅକ୍ସଫୋର୍ଡ ୟୁନିଭର୍ସିଟି ଓ ଜର୍ମାନୀର କରୋନା ଭାକସିନ  ପ୍ରସ୍ତୁତ ହୋଇପାରେ।

କେଟ୍ ବିଙ୍ଘମ କହିଛନ୍ତି ବ୍ରିଟେନ୍‌ରେ ପ୍ରାୟ ଏକ ଲକ୍ଷ  ଲୋକ ପରୀକ୍ଷଣରେ ସାମିଲ ହେବା ପାଇଁ ଆଗକୁ ଆସିଛନ୍ତି। କିନ୍ତୁ କେଟ୍‌ ସ୍କାଇ ନ୍ୟୁଜ୍ ସହ କଥାବାର୍ତ୍ତା ବେଳେ ଅଧିକ ସ୍ଵେଚ୍ଛାସେବୀଙ୍କୁ ପରୀକ୍ଷଣରେ ସାମିଲ ହେବାକୁ ଅପିଲ୍ କରିଛନ୍ତି।

କେଟ୍ ବିଙ୍ଘମ କହିଛନ୍ତି ମୁଁ ଆଶା କରୁଛି ଚଳିତ ବର୍ଷ ଶେଷ ସୁଦ୍ଧା ଭାକସିନ ପ୍ରସ୍ତୁତ ହୋଇ ଯାଇପାରେ। ସେ କହିଛନ୍ତି ଦୁଇ ଭାକସିନ କାଣ୍ଡେଡେଟ୍‌ରେ କ୍ଷମତା ରହିଛି, ଗୋଟିଏ ଅକ୍ସଫୋର୍ଡ ୟୁନିଭର୍ସିଟିରେ ପ୍ରସ୍ତୁତ ହେଉଥିବା ବେଳେ ଦ୍ଵିତୀୟ ଭାକସିନ ଜର୍ମାନୀର କମ୍ପାନୀ ବାୟୋନଟେକ୍‌ ପ୍ରସ୍ତୁତ କରୁଛି। କେଟ୍ କହିଛନ୍ତି ଯଦି ସବୁକିଛି ଠିକ୍ ରହେ ତେବେ ଦୁଇ ଭାକସିନକୁ ଚଳିତ ବର୍ଷ ପଞ୍ଜିକୃତ କରାଯାଇପାରେ ଏବଂ ଚଳିତ ବର୍ଷ ଏହାର ଯୋଗାଣ ମଧ୍ୟ ଆରମ୍ଭ ହୋଇପାରେ।

ବିଙ୍ଘମ ଏହା ମଧ୍ୟ କହିଛନ୍ତି ବୃଦ୍ଧ ଲୋକଙ୍କୁ ଯୁବକଙ୍କଠୁ ଅଲଗା ଭାକସିନ ଦିଆଯିବାର ସମ୍ଭାବନା ରହିଛି। କାରଣ ବୃଦ୍ଧ ବ୍ୟକ୍ତିଙ୍କ ରୋଗପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଥାଏ। ତେଣୁ ଭାକସିନ ଦେବା  ବେଳେ ପ୍ରଥମେ ୬୫ ବର୍ଷ ବୟସର ଲୋକଙ୍କୁ ପ୍ରାଥମିକତା ଦିଆଯିବ। ଏହା ସହିତ ଅନ୍ୟ ରୋଗରେ ପୀଡିତ, କରୋନା ଯୋଦ୍ଧା ଓ ସାମାଜିକ କାର୍ଯ୍ୟକର୍ତ୍ତାଙ୍କୁ ମଧ୍ୟ ଭାକସିନ ପ୍ରଥମେ ଦିଆଯିବ।

ଅନ୍ୟପକ୍ଷେ ଆମେରିକା ଔଷଧ କମ୍ପାନୀ ମଧ୍ୟ ଅନେକ ଭାକସିନ ଉପର ଦ୍ରୁତ ଗତିରେ କାମ କରୁଛି। ଆମେରିକା କମ୍ପାନୀ ନୋଭାକ୍ସା ଘୋଷଣା କରିଛି ସେ ଦକ୍ଷିଣ ଆଫ୍ରିକାରେ ନିଜର ଭାକସିନର ପରୀକ୍ଷଣ ଆରମ୍ଭ କରୁଛି। NVX-CoV2373 ଭାକସିନର ଫେଜ୍-୨ବି ପରୀକ୍ଷଣ ପ୍ରାୟ ୨୬୬୫ ସୁସ୍ଥ ଲୋକଙ୍କ ଉପରେ କରାଯିବ।

ଅପରପକ୍ଷେ ଚୀନର CanSino Biologics Inc କମ୍ପାନୀର କରୋନା ଭାକସିନର ପେଟେଣ୍ଟ ମଞ୍ଜୁର କରିଛି। ଏହି କମ୍ପାନୀ ରୁଷ, ବ୍ରାଜିଲ, ମେକ୍ସିକୋ, ସାଉଦି ଆରବ ସହିତ ଅନେକ ଦେଶରେ ପରୀକ୍ଷଣ ଆରମ୍ଭ କରିବାକୁ ଯାଉଛି।

   Related Posts