ନୋଟ୍‌ରେ ରହିଛି ସଂକ୍ରମଣର ବିପଦ, ଏଥିରୁ ରକ୍ଷା ପାଇବାର ଉପାୟ ଜଣାଇଲା ରିଜର୍ଭ ବ୍ୟାଙ୍କ

Published By : Prameya-News7 Bureau | March 20, 2020 IST

ନୂଆଦିଲ୍ଲୀ ୨୦।୦୩: କରୋନା ଭୂତାଣୁର ପ୍ରକୋପ ଥମିବାର ନାଁ ନେଉନାହିଁ। ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏହାର ପ୍ରତିରୋଧ ଲାଗି କେନ୍ଦ୍ରଠୁ ନେଇ ରାଜ୍ୟ ସରକାର ଅନେକ ବଡ ପଦକ୍ଷେପ ନେଉଛନ୍ତି। ଏଠାରେ କହି ରଖୁଛୁ ଯେ, କରୋନା ଭୂତାଣୁ ଅନେକ ଘଣ୍ଟା ପର୍ଯ୍ୟନ୍ତ ଭୂପୃଷ୍ଠରେ ଜୀବିତ ରହିଥାଏ। ଏହି ସମୟରେ ଯଦି କୌଣସି ବ୍ୟକ୍ତି ଉକ୍ତ ସ୍ଥାନକୁ ଛୁଇଁବେ ତେବେ ସେ କରୋନା ସଂକ୍ରମିତ ହେବାର ସମ୍ଭାବନା ଅଧିକ ରହିଛି। ନୋଟ୍ ଓ ମୁଦ୍ରା ଏମିତି ଏକ ଜିନିଷ ଯାହାର ବହୁଳ ବ୍ୟବହାର ହୋଇଥାଏ ଏବଂ ଏହା ଜରିଆରେ ସଂକ୍ରମଣ ବ୍ୟାପିବାର ସମ୍ଭାବନା ଅଧିକ ରହିଥାଏ। ଏହାକୁ ସଂକ୍ରମଣରୁ ବଞ୍ଚାଇବା ପାଇଁ ରିଜର୍ଭ ବ୍ୟାଙ୍କ ପକ୍ଷରୁ କୌଣସି ଉପାୟ ବାହାର କରାଯାଇ ନାହିଁ। ଏମିତି ସ୍ଥିତିରେ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ପରେ ରିଜର୍ଭ ବ୍ୟାଙ୍କ ବିଜ୍ଞପ୍ତି ଜାରି କରି ଲୋକଙ୍କୁ ଯେତେ ସମ୍ଭବ ଅଧିକ ଅନଲାଇନ କିମ୍ବା କ୍ୟାସଲେସ୍ ପେମେଣ୍ଟ କରିବାକୁ ପରାମର୍ଶ ଦେଇଛି।

{"id":241381,"sizeSlug":"large"}

ରିଜର୍ଭ ବ୍ୟାଙ୍କ ବିଜ୍ଞପ୍ତିରେ କହିଛି ଯେ, ନଗଦ ବ୍ୟବହାର କରିବା ପରିବର୍ତ୍ତେ ଡିଜିଟାଲୀକରଣ କରିବାକୁ ପରାମର୍ଶ ଦେଇଛି। ଆରବିଆଇ କହିଛି ଯେ, ପେମେଣ୍ଟ ପାଇଁ ଲୋକେ ନିଜର ସୁବିଧା ଅନୁଯାୟୀ ମୋବାଇଲ ବ୍ୟାଙ୍କିଙ୍ଗ, ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ, କାର୍ଡ ଇତ୍ୟାଦି ପରି ଡିଜିଟାଲ ପେମେଣ୍ଟ ବ୍ୟବହାର କରି ପାରିବେ। ଏହା ବ୍ୟତୀତ ଟଙ୍କା କାଢିବା ପାଇଁ କିମ୍ବା ପୈଠ ପାଇଁ ଜନଗହଳି ଅଞ୍ଚଳକୁ ନଯିବାକୁ ଆରବିଅଈ ପରାମର୍ଶ ଦେଇଛି। ଲୋକଙ୍କ ସୁବିଧାକୁ ଦୃଷ୍ଟରେ ରଖି ଆରବିଆଇ ଡିଜିଟାଲ ପେମେଣ୍ଟ ବିକଳ୍ପ  ଏନଇଏଫଟି, ଆଇଏମପିଏସ, ୟୁପିଆଇ ଓ ବିବିପିଏସ ଫଣ୍ଡ ଟ୍ରାନ୍ସଫର ସୁବିଧା ପ୍ରଦାନ କରିବ।

ଗୋଟିଏ ନୋଟ୍‌ରେ ଥାଏ ପ୍ରାୟ ୨୬ ହଜାର ବ୍ୟାକ୍ଟେରିଆ

ଅକ୍ସଫୋର୍ଡ  ୟୁନିଭର୍ସିଟିରେ ୨୦୧୨ରେ କାଗଜ ନୋଟ୍‌କୁ ନେଇ ହୋଇଥିବା ଗବେଷଣାରେ ଏହା ସାମ୍ନାକୁ ଆସିଥିଲା ଯେ, ନୋଟ୍‌ରେ ପ୍ରାୟ ୨୬ ହଜାର ବ୍ୟାକ୍ଟେରିଆ ଥାନ୍ତି, ଯାହା ମଣିଷଙ୍କ ସ୍ଵାସ୍ଥ୍ୟ ପାଇଁ ଘାତକ ହୋଇଥାଏ। କରୋନା ଭୂତାଣୁ ମଧ୍ୟ କାଗଜର ନୋଟ୍ ମାଧ୍ୟମରେ ଦ୍ରୁତ ଗତିରେ ବ୍ୟାପିପାରେ କାରଣ ନୋଟ୍‌ ଅଧିକ ସର୍କୁଲାର ହୋଇଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.