କରୋନା ବ୍ୟାପୁଛି ,ଭୟ ବଢ଼ୁଛି : ସାରା ବିଶ୍ବରେ ଭୟଙ୍କର ଭାଇରସରେ ୬୭ହଜାରରୁ ଅଧିକ ସଂକ୍ରମିତ : ଜାଣନ୍ତୁ କେଉଁ ଦେଶରେ କେତେ ଜଣ
15/02/2020 at 4:57 PM

ନୂଆଦିଲ୍ଲୀ ୧୫/୨: ଚୀନରୁ ବ୍ୟାପିଥିବା କରୋନା ଭାଇରସର ପ୍ରକୋପ ଦେଶବ୍ୟାପୀ ୬୭ହଜାରରୁ ଅଧିକ ଲୋକଙ୍କୁ ସଂକ୍ରମିତ କରିଛି। ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଗତ ବର୍ଷ ଏହି ରୋଗକୁ ସାମନାକୁ ଆଣିବାକୁ ଏବଂ ଏଥିପାଇଁ ଦାୟୀ କରୋନା ଭାଇରସ ଯୋଗୁଁ ଏହାକୁ କୋଭିଡ-୧୯ ନାଁ ଦେଇଛି।

ପ୍ରତ୍ୟେକ ସରକାରଙ୍କ ସ୍ବାସ୍ଥ୍ୟ ଅଧିକାରୀଙ୍କ ତାଜା ଗଣନା ଅନୁସାରେ ଶନିବାର ସୁଦ୍ଧା ଚୀନରେ ୧୫୨୩ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି ଏବଂ ୬୬ହଜାର ୪୯୨ଜଣ ସଂକ୍ରମିତ ହୋଇଛନ୍ତି। ଏହା ବ୍ୟତୀତ ହଙ୍ଗକଙ୍ଗରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ସହ ୫୬ଟି ମାମଲା ସାମନାକୁ ଆସିଛି। ମକାଉରେ ୧୦ଟି ମାମଲା ବିଷୟରେ ଜଣା ପଡ଼ିଛି।

ଆସନ୍ତୁ ଜାଣିବା କେଉଁ ଦେଶରେ କେତେ ଜଣ ସଂକ୍ରମିତ :
ଜାପାନ : ୨୫୯
ସିଙ୍ଗାପୁର : ୬୭
ଥାଇଲାଣ୍ଡ : ୩୩
ଦକ୍ଷିଣ କୋରିଆ : ୨୮
ତାଇଓ୍ବାନ : ୧୮
ମାଲେସିଆ : ୨୧
ଅଷ୍ଟେଲିଆ : ୧୪
ଜର୍ମାନୀ : ୧୬
ଭିଏତନାମ : ୧୬
ଆମେରିକା : ୧୫
ଫ୍ରାନ୍ସ : ୧୧
ସାଉଦି ଆରବ : ୮
କାନାଡ଼ା : ୮
ଫିଲିପାଇନ୍ସ : ୩
ବ୍ରିଟେନ୍ : ୯
ଭାରତ : ୩
ଋଷ : ୨
ଇଟାଲୀ : ୩
ବେଲଜିମ୍ : ୧
ନେପାଳ : ୧
ଶ୍ରୀଲଙ୍କା : ୧
ସ୍ବିଡେନ୍ : ୧
ସ୍ପେନ୍ : ୨
କାମ୍ବୋଡ଼ିଆ : ୨
ଫିନଲ୍ୟାଣ୍ଡ : ୧
