ଜଣଙ୍କ ଠାରୁ ୨ଜଣଙ୍କୁ ଡେଉଁଛି, ଓଡିଶାରେ ମେ' ୨୪ ସୁଦ୍ଧା କରୋନା ସଂକ୍ରମିତଙ୍କ ସଂଖ୍ୟା ୮୦୦ଛୁଇଁବ

Published By : Prameya-News7 Bureau | May 09, 2020 IST

ଭୁବନେଶ୍ୱର ୦୯।୦୫: (ଦିଲ୍ଲୀ ଆଇଆଇଟି ରିପୋର୍ଟ ଅନୁଯାୟୀ) ଓଡ଼ିଶାରେ ସ୍ଥାନୀୟ ସଂକ୍ରମଣ ହାର ବେଶ୍‌ ଚିନ୍ତାଜନକ । ରାଜ୍ୟରେ ଜଣେ କରୋନା ଆକ୍ରାନ୍ତ ନିଜ ସଂସ୍ପର୍ଶରେ ଆସିଥିବା ୨ ଜଣଙ୍କୁ ସଂକ୍ରମିତ କରୁଛି । ରାଜ୍ୟର ସ୍ଥାନୀୟ ସଂକ୍ରମଣ ହାର (ଆର୍‌ଓ ଭାଲ୍ୟୁ) ଦେଶର ରାଜ୍ୟଗୁଡିକ ଭିତରେ ତୃତୀୟ ସର୍ବାଧିକ । ମେ ୨୪ ତାରିଖ ସନ୍ଧ୍ୟା ସୁଦ୍ଧା ରାଜ୍ୟରେ ରୋଗୀ ସଂଖ୍ୟା ୮୧୩ ଛୁଇଁବ ବୋଲି ଦିଲ୍ଲୀ ଆଇଆଇଟି ଆକଳନ କରିଛି ।

{"id":267068,"sizeSlug":"large"}

ଆଇଆଇଟି ଦିଲ୍ଲୀ ଦେଶର ବିଭିନ୍ନ ରାଜ୍ୟରେ ସ୍ଥାନୀୟ ସଂକ୍ରମଣ ହାର ବା ଆର୍‌ଓ ଭାଲ୍ୟୁ ମାପିବାକୁ ଏଆଇସିଏସ୍‌ଇଆର୍‌ ମଡେଲ ଆପଣାଉଛି । ଏହି ମଡେଲ ଅନୁସାରେ ଗତ ମେ ୪ ତାରିଖରେ ଓଡ଼ିଶାର ଆର୍‌ଓ ଭାଲ୍ୟୁ ଥିଲା ୧.୯୮ । ଜଣେ କରୋନା ପଜିଟିଭ୍‌ ବ୍ୟକ୍ତି ପାଖାପାଖି ୨ଜଣଙ୍କୁ ରୋଗ ସଂକ୍ରମିତ କରୁଛି । ତେବେ ମେ ୪ ତାରିଖରେ ରାଜ୍ୟରେ ମୋଟ ପଜିଟିଭ୍‌ ସଂଖ୍ୟା ୧୭୦ ଥିଲା । ୭ ତାରିଖରେ ଏହି ସଂଖ୍ୟା ୨୪୫ ଓ ୮ତାରିଖରେ ଏହା ୨୭୦ ଛୁଇଁଲାଣି । ମେ ୨୪ ସୁଦ୍ଧା ଏହି ସଂଖ୍ୟା ୮୧୩ରେ ପହଞ୍ଚିଯିିବ ବୋଲି ଦିଲ୍ଲୀ ଆଇଆଇଟି ରିପୋର୍ଟରେ କୁହାଯାଇଛି ।

{"id":267065,"width":579,"height":325,"sizeSlug":"large"}

ଏପ୍ରିଲ୍‌ ମାସରେ ଓଡ଼ିଶାର ଆର୍‌ଓ ଭାଲ୍ୟୁ ୧.୧ ଥିଲା । ଏହି ସମୟରେ ଜଣେ କରୋନା ପଜିଟିଭ୍‌ ମାତ୍ର ଜଣଙ୍କୁ ସଂକ୍ରମିତ କରୁଥିଲା । କିନ୍ତୁ ଏବେ ଏହି ସଂକ୍ରମଣ ହାର ଦୁଇଗୁଣା ହେଲାଣି । ଓଡ଼ିଶାର ଏହି ସ୍ଥାନୀୟ ସଂକ୍ରମଣ ହାର ବେଶ୍‌ ଉଦ୍‌ବେଗଜନକ ସ୍ତରରେ ରହିଛି । ଏଭଳିକି କରୋନା ଆକ୍ରାନ୍ତ ସଂଖ୍ୟା ଦୃଷ୍ଟିରୁ ଉପରେ ଥିବା ମହାରାଷ୍ଟ୍ର, ଗୁଜୁରାଟ, ତାମିଲନାଡୁ, ଦିଲ୍ଲୀ ଓ ମଧ୍ୟପ୍ରଦେଶଠାରୁ ବି ଓଡ଼ିଶାର ଆର୍‌ଓ ଭାଲ୍ୟୁ ଅଧିକ ରହିଛି ।

{"id":267066,"width":582,"height":352,"sizeSlug":"large"}

ଓଡ଼ିଶାରଠାରୁ ବିହାର ଏବଂ ଝାଡ଼ଖଣ୍ଡର ଆର୍‌ଓ ଭାଲ୍ୟୁ ଅଧିକ । ବିହାର ଆର୍‌ଓ ଭାଲ୍ୟୁ ଦେଶରେ ସର୍ବାଧିକ ୨.୯୫ ଓ ଝାଡ଼ଖଣ୍ଡର ୨.୧୩ ରହିଛି । ଦେଶର କୋଭିଡ୍‌ କ୍ୟାପିଟାଲ ମହାରାଷ୍ଟ୍ରର ଆର୍‌ଓ ଭାଲ୍ୟୁ ୧.୮୮, ଗୁଜୁରାଟର ୧.୭୯, ଦିଲ୍ଲୀର ୦.୯୪, ତାମିଲନାଡୁର ୦.୯୫, ମଧ୍ୟପ୍ରଦେଶର ୧.୫୧ ଓ ରାଜସ୍ଥାନର ୧.୧୫ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.