କରୋନା ମୁକାବିଲା: ଭାରତକୁ ବିଶ୍ଵ ବ୍ୟାଙ୍କର ପ୍ରଶଂସା, କହିଲା- ଆରୋଗ୍ୟ ସେତୁ ଆପ୍ ଦେଖାଇଲା ନୂତନ ମାର୍ଗ

Published By : Prameya-News7 Bureau | April 13, 2020 IST

ନୂଆଦିଲ୍ଲୀ ୧୩।୦୪: ଭାରତ ସରକାର ଆରୋଗ୍ୟ ସେତୁ ଆପ କରିଛନ୍ତି, ଯିଏ ଲକ୍ଷଣ ଆଧାରରେ ଜଣାଇଥାଏ ଯେ, ଆପଣଙ୍କୁ କରୋନା ଭାଇରସ୍‌ ପରୀକ୍ଷଣ କରିବାର ଆବଶ୍ୟକତା ଅଛି ନା ନାହିଁ। ଏହା ଜରିଆରେ ଏହା ମଧ୍ୟ ଜଣା ପଡେ ଯେ, ଆପଣଙ୍କ ଆଖ ପାଖରେ କରୋନା ସଂକ୍ରମିତ ଅଛନ୍ତି ନା ନାହିଁ। ଏହି କାରଣରୁ ସରକାର ଲୋକଙ୍କୁ ଆରୋଗ୍ୟ ସେତୁ ଆପ୍‌ ଡାଉନ୍ ଲୋଡ୍ କରିବା ଉପରେ ଜୋର୍ ଦେଉଛନ୍ତି। ଭାରତ ଏହି ଆପକୁ ଲଞ୍ଚ କରି ବଡ ବଡ ଟେକ୍ କମ୍ପାନୀକୁ ମଧ୍ୟ ପଛରେ ପକାଇ ଦେଇଛି। ବିଶେଷଜ୍ଞ ଓ ବହୁତ ଏଜେନ୍ସି ଭାଇରସ୍ ପ୍ରକୋପକୁ ରୋକିବା ପାଇଁ ଏହାକୁ ବହୁତ ଉପଯୋଗୀ ମାର୍ଗ କହିଛନ୍ତି। ଏହା  ବ୍ୟତୀତ ବିଶ୍ଵ ବ୍ୟାଙ୍କ  ମଧ୍ୟ ଏହି ଆପ୍‌ର ପ୍ରଶଂସା କରି କହିଛି, ଏହା ସଂପ୍ରତି ସ୍ଥିତିରେ ନୂତନ ରାସ୍ତା ଦେଖାଇବ।

ଆରୋଗ୍ୟ ସେତୁର ଲଞ୍ଚର କିଛି ଦିନ ପରେ ବିଶ୍ଵ ପ୍ରଯୁକ୍ତିବିଦ୍ୟା କମ୍ପାନୀ ଏପଲ ଓ ଗୁଗୁଲ ଶନିବାର କହିଛନ୍ତି ଯେ, ସେମାନେ ସ୍ମାର୍ଟ ଫୋନରେ ଏମିତି ଏକ ସଫ୍ଟଓୟାର ନିର୍ମାଣ କରୁଛନ୍ତି ଯାହା କଣ୍ଟାକ୍ଟ ଟ୍ରେସିଂରେ ସାହାଯ୍ୟ କରିବ ଏବଂ ଗ୍ରାହକଙ୍କୁ ସୂଚିତ କରିବ ଯେ, ସେମାନେ କୋଭିଡ୍-୧୯ ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଛି ନା ନାହିଁ।

{"id":253482,"sizeSlug":"large"}

ନୀତି ଆୟୋଗର ସିଇଓ ଅମିତାଭ କାନ୍ତ ଟୁଇଟ୍ କରି ଏପଲ ସିଇଓ ଟିମ୍ କୁକ ଓ ଗୁଗୁଲ ସିଇଓ ସୁନ୍ଦର ପିଚାଇଙ୍କୁ ଟ୍ୟାଗ୍ କରି ଲେଖିଛନ୍ତି ଯେ, ଭାରତ କୋଭିଡ୍-୧୯ କଣ୍ଟାକ୍ଟ ଟ୍ରେସିଂର ମାର୍ଗ ପ୍ରଶସ୍ତ କରୁଛି। ଯାହା ଜରିଆରେ ଉପଯୋଗକର୍ତ୍ତାଙ୍କ ସୂଚନା କେମିତି ଗୋପନୀୟ ରଖାଯାଇ ପାରିବ ସେହି ହିସାବରେ ଡିଜାଇନ କରାଯାଇଛି। ଆମେ ଖୁସି ଯେ, ଆରୋଗ୍ୟ ସେତୁ ଶୈଳୀରେ କଣ୍ଟ୍ରାକ୍ଟ ଟ୍ରେସିଂ ପାଇଁ ଏପଲ ଓ ଗୁଗୁଲ ମିଶି ଏହି ପରି ଆପ୍‌ ବିକଶିତ କରୁଛନ୍ତି।

ଆରୋଗ୍ୟ ସେତୁର ଉଦାହରଣ ଦେଇ ବିଶ୍ଵ ବ୍ୟାଙ୍କ ରବିବାର ଏକ ରିପୋର୍ଟ ଜାରି କରିଛି। ଯେଉଁଥିରେ କୁହାଯାଇଛି ଯେ, ବଡ ସଂଖ୍ୟାରେ ଜନସଂଖ୍ୟାକୁ ସଚେତନ କରି ଏବଂ ସଂକ୍ରମଣକୁ ଟ୍ରାକ୍ କରିବାରେ ସହାୟକ ହୋଇ ପାରିବ। ବିଶ୍ଵ ବ୍ୟାଙ୍କର ଦକ୍ଷିଣ ଆର୍ଥିକ କେନ୍ଦ୍ରିତ ରିପୋର୍ଟରେ କୁହାଯାଇଛି ଯେ, କୋଭିଡ୍-୧୯ ପ୍ରସାରର ନୀରିକ୍ଷଣ ପାଇଁ ଏକ ଡିଜିଟାଲ ପ୍ରଯୁକ୍ତିବିଦ୍ୟାର ମଧ୍ୟ ଉପଯୋଗ କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.