ଭାରତରେ କରୋନା ଭାଇରସ : ମୁମ୍ବାଇ ୨ଜଣ ସଂକ୍ରମିତ, ଚିକିତ୍ସା ଜାରି

Published By : Prameya-News7 Bureau | January 24, 2020 IST

ମୁମ୍ବାଇ ୨୪।୦୧: ଚୀନରୁ ପ୍ରଥମେ ଦେଖାଦେଇଥିବା କରୋନା ଭାଇରସ୍ ଏବେ ସାରା ବିଶ୍ବରେ କାୟା ବିସ୍ତାର କରିଚାଲିଛି  । କରୋନା ଭାଇରସ  ଦ୍ୱାରା ଏପର୍ଯ୍ୟନ୍ତ ଚୀନରେ ପ୍ରାୟ ୨୫ ଜଣ ବ୍ୟକ୍ତିଙ୍କର  ମୃତ୍ୟୁ ହୋଇଥିବା ବେଳେ  ୮୦୦ ରୁ ଅଧିକ  ଆକ୍ରାନ୍ତ ହୋଇଛନ୍ତି । ଚୀନ୍‌ର ଏହି ଭାଇରସ ଏବେ ଧୀର ଧୀର ପଡୋଶୀ ଦେଶକୁ ବ୍ୟାପିବାର ଲାଗିଛି । ଚୀନ ନିକଟବର୍ତ୍ତି ସିଙ୍ଗାପୁର, ଭିଏତନାମାରେ ବ୍ୟାପିଥିବା ବେଳେ ଏବେ ଭାରତର ଆର୍ଥିକ ରାଜଧାନୀ ମୁମ୍ବାଇରେ ମଧ୍ୟ ଏହା ପ୍ରବେଶ କରିଛି । ମୁମ୍ବାଇରେ ଦୁଇଜଣଙ୍କ ଠାରେ କରୋନା ଭାଇରସ ଚିହ୍ନଟ ହୋଇଛି ।

ମୁମ୍ବାଇର କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ଦୁଇ ଜଣଙ୍କୁ କସ୍ତୁରିବା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଚିକିତ୍ସିତ ହେଉଥିବା ଦୁଇ ଜଣ ଚୀନରୁ ଭାରତକୁ କିଛିଦିନ ତଳେ ଫେରିଛନ୍ତି । ଉଭୟଙ୍କ ଠାରେ କରୋନା ଭାଇରସ ସଂକ୍ରମଣ ହୋଇଥିବା ଆଶଙ୍କା କରାଯାଉଛି । କସ୍ତୁରିବା ହସ୍ପିଟାଲରେ ଭିନ୍ନ ଭିନ୍ନ ଓ୍ବାର୍ଡରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି ।   ହସ୍ପିଟାଲରେ ଉଭୟଙ୍କ ପରୀକ୍ଷଣ କରାଯାଇଛି । ସେପଟେ କରୋନା ଭାଇରସରେ ମୃତ୍ୟୁ ସଂଖ୍ୟା ୨୬ଜଣଙ୍କ ମୃତ୍ୟୁ ହୋଇସାରିଛି । କରୋନା ଭାଇରାସରେ ଆକ୍ରାନ୍ତ ସଂଖ୍ୟା ୮୩୦ ହୋଇସାରିଲାଣି । ଚୀନର ଉହାନ ସମେତ ୯ଟି ସହର ବନ୍ଦ କରାଯାଇଛି । ଉହାନସହରରେ ୭୦୦ରୁ ଅଧିକ ଭାରତୀୟ ଛାତ୍ରଛାତ୍ରୀ ବସବାସ କରୁଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.