AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କ୍ରାଇମବ୍ରାଞ୍ଚ ଖୋଲୁଛି ଗୋପାଳ ଗୁମର, ୪ ଦିନିଆ ରିମାଣ୍ଡରେ ଚାଲିଛି ମାରାଥନ ଜେରା
  • ||
  • ପାରାଦ୍ୱୀପ: ବାଇକ୍‌ ଓ କାର୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ୬ ଆହତ
  • ||
  • କରଞ୍ଜିଆ: ଥରୁଛି ଶିମିଳିପାଳ, ଉପର ବାର୍‌ହା କାମୁଡ଼ାରେ ତାପମାତ୍ରା ସର୍ବନିମ୍ନ ୪ଡିଗ୍ରୀ
  • ||

୮୪୦ ଟଙ୍କାରେ ମିଳିବ ଇନକୋଭାକ୍ ନାଜାଲ୍ ଭ୍ୟାକ୍ସିନ, ଦାମ୍ ସର୍ବସାଧାରଣ କଲା ଭାରତ ବାୟୋଟେକ୍

27/12/2022 at 12:38 PM

ନୂଆଦିଲ୍ଲୀ: ଭାରତ ବାୟୋଟେକ୍ ନାଜାଲ ଭ୍ୟାକ୍ସନର ଦାମ୍ ସର୍ବସାଧାରଣ କରିଛି । ଇନକୋଭାକ୍ ନାଜାଲ୍ ଭ୍ୟାକ୍ସିନର ଦମ୍ ୮ଶହ ଟଙ୍କା ସହିତ ୫ ପ୍ରତିଶତ ଜିଏସଟି ରହିଛି । କୋଭିଡ୍ ସେଣ୍ଟରରେ ଏହି ଟିକା ୮୪୦ଟଙ୍କାରେ ମିଳିବ ।  ଗତ ୬ ତାରିଖରେ ଇନକୋଭାକ୍‌ ଭ୍ୟାକ୍ସିନକୁ ଭାରତ ସରକାର ଜରୁରୀ କାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ଦେଇଥିଲେ ।

ଭାରତ ବାୟୋକେଟ୍ ଦ୍ବାରା ପ୍ରସ୍ତୁତ ହୋଇଛି ଏହି କୋଭିଡ୍ ଟିକା । ବଜାରରେ ଏହି ମେଡିସିନ୍ ୧ହଜାର ଟଙ୍କାରେ ମିଳିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । କରୋନା କେନ୍ଦ୍ର ମାନଙ୍କରେ ନାଜାଲ ଭ୍ୟାକ୍ସିନ୍ ଉପଲବ୍ଧ ହେବ ।

ଗତ କିଛି ଦିନ  ପୂର୍ବରୁ ଏହାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଡିସିଜିଆଇ ମଞ୍ଜୁରୀ ଦେଇଥିଲା । ଇନକୋଭାକକୁ ବୁଷ୍ଟର ଡୋଜ୍ ଭାବେ ବ୍ୟବହାର କରିବାକୁ ଅନୁମତି ମିଳିଥିବାବେଳେ ଏହାର ଦୁଇ ବୁନ୍ଦା କରୋନା ପାଇଁ ବେଶ୍ ଉପଯୋଗୀ । ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ଏହି ମେଡିସିନ୍ ଦିଆଯିବ ।   

ବର୍ତ୍ତମାନ ଭାରତ ବାୟୋଟେକ୍‌ର କୋଭାକ୍ସିନ୍, ସିରମ୍ ଇନଷ୍ଟିଚ୍ୟୁଟ୍‌ର କୋଭିସିଲ୍ଡ ଓ କୋଭାବେକ୍ସ, ଋଷ ସ୍ପୁଟନିକ୍ ଭି ଏବଂ ବାୟୋଲୋଜିକାଲ୍ ଈ ଲିମିଟେଡର କାବେଓ୍ବକ୍ସର ଭ୍ୟାକ୍ସନ କୋଭିଡ୍ ସେଣ୍ଟରରେ ଉପଲବ୍ଧ ରହିଛି । ଭାରତ ବାୟୋଟେକ୍ ଡିସେମ୍ବର ୬ ତାରିଖରେ ଇଣ୍ଟ୍ରନଜେଲ କୋଭିଡ-19 ଭ୍ୟାକ୍ସନ୍ ଇନକୋଭାକ୍ ମଞ୍ଜୁରୀ ମିଳିଥିବା ଘୋଷଣା କରିଥିଲା ।     

   Related Posts