Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ: ହଟିଲା କଟକଣା, ନୂଆ ବର୍ଷରୁ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର: ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପନେବ ଗଭୀର ଅବପାତ, ବର୍ଷାରେ ଭିଜିବ ଦକ୍ଷିଣ ଓଡିଶା
  • ||
  • ୧୭ ଜଣିଆ ରଣଜୀ ଟିମ୍ ଘୋଷଣା : ଶୁଭ୍ରାଂଶୁ ସେନାପତି ଅଧିନାୟକ, ୪ ନୂଆ ମୁହଁ
  • ||
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

କରୋନା: ଗୁରୁବାର ଦେଶକୁ ସମ୍ଵୋଧିତ କରିବେ ମୋଦୀ, CBSE ପରୀକ୍ଷା ମାର୍ଚ୍ଚ ୩୧ ଯାଏ ସ୍ଥଗିତ, ନୋଏଡାରେ ୧୪୪ ଧାରା

18/03/2020 at 10:34 PM

ନୂଆଦିଲ୍ଲୀ ୧୮।୦୩: ସମଗ୍ର ବିଶ୍ଵରେ ଆତଙ୍କ ଖେଳାଉଥିବା କରୋନାର ପ୍ରକୋପ ଥମିବାର ନାଁ ନେଉ ନାହିଁ। ଭାରତରେ ଏହି ମାରାତ୍ମକ ଭୂତାଣୁ ନିଜର କାୟା ବିସ୍ତାର କରିବାରେ ଲାଗିଛି। ଅଦ୍ୟାବଧି ଦେଶର ୧୬ଟି ରାଜ୍ୟକୁ ନିଜ କବଳକୁ ନେଇ କରୋନା ଭୂତାଣୁ। ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୧୫୧ରେ ପହଞ୍ଚିଛି। ଏହି କ୍ରମରେ ଆସନ୍ତାକାଲି ରାତି ୮ଟାରେ କରୋନା ପ୍ରସଙ୍ଗରେ ଦେଶକୁ ସମ୍ଵୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଚୀନରୁ ବାହାରୁ ବ୍ୟାପି ସାରିଥିବା କରୋନା ୟୁରୋପରେ ଆତଙ୍କ ଖେଳାଇ ଚାଲିଛି।

କରୋନାର ଭୟାବହତାକୁ ଆଖି ଆଗରେ ରଖି ଅନ୍ୟ ଏକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି କ୍ରମେ ସିବିଏସଇର ଦଶମ ଓ ଦ୍ଵାଦଶ ଶ୍ରେଣୀର ବୋର୍ଡ ପରୀକ୍ଷାକୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ଏ ନେଇ ସିବିଏସଇ ସଚିବ ଅନୁରାଗ ତ୍ରିପାଠୀ ସୂଚନା ଦେଇଛନ୍ତି। ଜେଇଇ ମେନ ପରୀକ୍ଷାକୁ ମଧ୍ୟ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଅନ୍ୟପଟେ କରୋନାର ବିପଦକୁ ଦେଖି ରାଜସ୍ଥାନରେ ୧୪୪ ଧାରା ଲାଗୁ ହୋଇଛି। ୪ରୁ ଅଧିକ ଲୋକ ଜମା ହେବା ଉପରେ ପ୍ରତିବନ୍ଧକ ଲଗାଯାଇଛି।

କରୋନା ଭୂତାଣୁର ପ୍ରକୋପକୁ ଦୃଷ୍ଟିରେ ରଖି ନୋଏଡାରେ ଏପ୍ରିଲ ୫ ପର୍ଯ୍ୟନ୍ତ ୧୪୪ ଧାରା ଜାରି ହୋଇଛି। କୌଣସି ପ୍ରକାରର ସାମାଜିକ, ରାଜନୈତିକ, ସାଂସ୍କୃତିକ, ଧାର୍ମିକ କାର୍ଯ୍ୟକ୍ରମ ଆଦିରେ ଭିଡ ଜମା ଉପରେ କଟକଣା ଲାଗୁ କରାଯାଇଛି।

ୟୁଏସ, କାତାର, ଓମାନ ଓ କୁଏତରୁ ମାର୍ଚ୍ଚ ୧୮ କିମ୍ବା ଏହା ପରେ ଆସିବାକୁ ଥିବା ଭାରତୀୟଙ୍କୁ ୧୪ ଦିନ କ୍ଵାରାଣ୍ଟାଇନରେ ରଖିବା ବାଧ୍ୟତାମୂଳକ କରାଯାଇଛି। ଫେବୃଆରୀ ୧୫ ପରେ ଚୀନ, ଦକ୍ଷିଣ କୋରିଆ, ଇଟାଲୀ, ସ୍ପେନ ଓ ଜର୍ମାନୀରୁ ଫେରିଥିବା ଲୋକଙ୍କୁ କ୍ଵାରାଣ୍ଟାଇନ କରାଯିବ।

କରୋନାର ବ୍ୟାପିବାରୁ ରୋକିବା ଲାଗି ଗୁରୁଗ୍ରାମରେ ସତର୍କତାମୂଳକ  ସପିଂ ମଲ, ବାର, ସିନେମା ହଲ, ଜିମ, ସୁଇପିଂ ପୁଲ, ସାପ୍ତାହିକ  ବଜାର ଆଦି ବନ୍ଦ କରାଯାଇଛି। ଉଲ୍ଲେଖଯୋଗ୍ୟ, ସମଗ୍ର ବିଶ୍ଵରେ କରୋନା ଭୂତାଣୁଜନିତ ମୃତ୍ୟୁ ସଂଖ୍ୟା ୮ ହଜାର ଅତିକ୍ରମ କରିଛି। ଆନୁଷ୍ଠାନିକ ତଥ୍ୟ ଅନୁସାରେ  ସମଗ୍ର ଦୁନିଆରେ ଏହି ମହାମାରୀରେ ୮,୦୯୨ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ସର୍ବାଧିକ ୟୁରୋପରେ ୩,୪୨୨ ଓ ଏସିଆରେ ୩,୩୮୪ ଜଣଙ୍କ ପ୍ରାଣହାନୀ ଘଟିଛି।

   Related Posts