‘କରୋନା’କୁ ମହାମାରୀ ଘୋଷଣା କଲା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ

Published By : Prameya-News7 Bureau | March 12, 2020 IST

ନୂଆଦିଲ୍ଲୀ ୧୨।୩:  ବିଶ୍ବବ୍ୟାପୀ ଯେଉଁଭଳି ଭାବେ କରୋନା ସଂକ୍ରମିତ ହେଉଛି ଏହାକୁ ଦୃଷ୍ଟିରେ ରଖି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏହାକୁ ମହାମାରୀ ଘୋଷଣା କରିଛି । ଡବ୍ଲୁଏଚ୍ଓର ବସିଥିବା ବୈଠକରେ ଏହାର ନିର୍ଦ୍ଦେଶକ ଏହା ଘୋଷଣା କରିଛନ୍ତି ।

{"id":236822,"sizeSlug":"large"}

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ନିର୍ଦ୍ଦେଶକ ଟେଡ୍ରୋସ୍ ଆଧାନୋମ୍ କହିଛନ୍ତିଯେ, ଯେଉଁଭଳି ଭାବେ ଏହି ରୋଗ ସଂକ୍ରମିତ ହେବାରେ ଲାଗିଛି ଏହାକୁ ମହାମାରୀ କୁହାଯାଇପାରେ । ଯଦିଓ ଚୀନ୍ ଏବଂ ଦକ୍ଷିଣ କୋରିଆରେ ଧୀରେ ଧୀରେ ସଂକ୍ରମଣ କମିବାରେ ଲାଗିଛି, କିନ୍ତୁ ଇଟାଲୀ ଓ ଇରାନରେ ସ୍ଥିତି ଉଦବେଗଜନକ ରହିଛି ।

{"id":236819,"sizeSlug":"large"}

ଏବେ ସୁଦ୍ଧା ୧୧୪ ଟି ଦେଶରେ ଏହା ଦେଖାଗଲାଣି । ୪ ହଜାର ଲୋକ ଏଥିରେ ପ୍ରାଣ ହରାଇଲେଣି । ଗତ ସପ୍ତାହକ ମଧ୍ୟରେ ଚୀନ୍ ବାଦ୍ ଅନ୍ୟ ଦେଶଗୁଡ଼ିକରେ ଏହି ରୋଗ ୧୩ ପ୍ରତିଶତ ଅଧିକ ବେଗରେ ସଂକ୍ରମିତ ହେଉଛି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ସେହି ରୋଗକୁ ମହାମାରୀ ଘୋଷଣା କରିଥାଏ, ଯେତେବେଳେ କୌଣସି ନୂଆ ରୋଗ ଗୁରୁତର ଭାବେ ସଂକ୍ରମଣ ହେଉଥାଏ ।

{"id":236820,"sizeSlug":"large"}

ଆମେରିକା ଏହି ମହାମାରୀର ମୁକାବିଲା ଲାଗି ପ୍ରସ୍ତୁତି ଜୋରଦାର କରିଛି । କରୋନାର ଭୟାବହତା ଦେଖି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏହାକୁ ବିଧିବଦ୍ଧ ଭାବେ ମହାମାରୀ ଘୋଷଣା କରିଛି । ପୂର୍ବରୁ ୨୦୦୯ରେ ସ୍ବାଇନ୍ ଫ୍ଲୁ ସଂକ୍ରମଣକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମହାମାରୀ ଘୋଷଣା କରିଥିଲା । ସେତେବେଳେ ଏହା ବିଶ୍ବର ଏକ ଚତୁର୍ଥ ଭାଗ ଅଞ୍ଚଳରେ ବ୍ୟାପିଯାଇଥିଲା । ତେବେ ସାର୍ସ ସଂକ୍ରମଣକୁ ମହାମାରୀ ଘୋଷଣା କରାଯାଇନଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.