ଆର୍ସେଲ୍ ମିତ୍ତଲ କାରଖାନାରେ ୨୧ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ମେକ୍ସିକୋ ଟ୍ରେଡ୍ ୟୁନିୟନର ଅଭିଯୋଗ ପରେ ଆସିଲା ସାଙ୍ଘାତିକ ଚିତ୍ର

Published By : Prameya-News7 Bureau | July 27, 2020 IST

ମେକ୍ସିକୋ ସିଟି ୨୭।୦୭: ମେକ୍ସିକୋର ଲାଜାରୋ କାର୍ଡେନାସର ମାକ୍ସିକାନ ପୋର୍ଟ ସିଟିରେ ସ୍ଥିତ ଆର୍ସେଲ୍ ମିତ୍ତଲର ଷ୍ଟିଲ୍‌ ପ୍ଲାଣ୍ଟରେ ୨୧ କର୍ମଚାରୀଙ୍କ କୋଭିଡ୍-୧୯ରେ ମୃତ୍ୟୁ ଘଟିଛି। ଷ୍ଟିଲ ଓ୍ଵାକର୍ସ ଟ୍ରେଡ୍ ୟୁନିୟନ ଏହାର ସୂଚନା ଦେଇଛନ୍ତି। ଏହା ଯାଇ ପ୍ଲାଣ୍ଟରେ କରୋନାରେ ମୃତ୍ୟୁ ଖବର ସାମ୍ନାକୁ ଆସିଛି।

ମୃତକଙ୍କ ମଧ୍ୟରେ କମ୍ପାନୀର କର୍ମଚାରୀ, କଣ୍ଟ୍ରାକ୍ଟର ଓ ପ୍ଲାଣ୍ଟର ସପ୍ଲାୟର ସାମିଲ ଥିବା ଜାତୀୟ ଖଣି ଶ୍ରମିକ ୟୁନିୟନର ସ୍ଥାନୀୟ ଶାଖାର ମହା ସଚିବ  କାର୍ଲସ ସୋଲୋରିଓ ଏହାର ସୂଚନା ଦେଇଛନ୍ତି। ବିଶ୍ଵର ସର୍ବାଧିକ ଇଷ୍ପାତ୍ତ ଉତ୍ପାଦକ ଆର୍ସେଲ ମିତ୍ତଲ ୨୧ କର୍ମଚାରୀଙ୍କ କରୋନାରେ ମୃତ୍ୟୁ ଘଟିଥିବା ଖବର ଉପରେ ପ୍ରତିକ୍ରିୟା ଦେଇ ନାହିଁ। କିନ୍ତୁ ୟୁନିୟର ସଭାପତି ସେନାଟର ନାପୋଲିଅନ ଗୋମେଜ୍‌ ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ପୋଷ୍ଟ କରି ଏହାର ସୂଚନା ଦେଇଛନ୍ତି। ଏହା ପରେ ଯାଇ ଏହି ଘଟଣା ସାମ୍ନାକୁ ଆସିଛି।

ସୋଲୋରିଓ କହିଛନ୍ତି ଏପ୍ରିଲ ମାସରୁ  ହିଁ ୨୧ ଜଣ କର୍ମଚାରୀଙ୍କ କରୋନାରେ ମୃତ୍ୟୁ ଘଟି ସାରିଲାଣି। ବୋଧହୁଏ କର୍ମଚାରୀ ପ୍ଲାଣ୍ଟ ବାହାରୁ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇ ଥାଇ ପାରନ୍ତି। ପ୍ଲାଣ୍ଟରେ କୋଭିଡ୍ ଗାଇଡ୍‌ଲାଇନ୍‌ କଡାକଡି ପାଳନ କରାଯାଇ ସାନିଟାଇଜ୍‌ କରାଯାଉଥିଲା। ୟୁନିୟନ ଅନୁଯାୟୀ ପ୍ଲାଣ୍ଟରେ କର୍ମଚାରୀଙ୍କ ସଂଖ୍ୟା ୭୦୦୦ ରହିଛି।  

ଆର୍ସେଲ୍ ମିତ୍ତଲ କହିଛନ୍ତି ସେ ପ୍ରଶାନ୍ତ ମହାସାଗର କୂଳରେ ସ୍ଥିତ ଏକ ପ୍ରମୁଖ ବନ୍ଦର ଲାଜାରୋ କର୍ଡେନେସ୍‌ରେ ଭାଇରସ୍‌ର ମୁକାବିଲା ପାଇଁ ପର୍ଯ୍ୟାପ୍ତ ପରିମାଣରେ ଅର୍ଥ ଦାନ କରିଛନ୍ତି।

ଉଲ୍ଲେଖନୀୟ ଶନିବାର ସୁଦ୍ଧା ମେକ୍ସିକୋରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୮୫ ହଜାର ରହିଛି। ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୩,୫୦୦କୁ ବୃଦ୍ଧି ଘଟିଛି। ଯାହା ବିଶ୍ଵରେ ଚତୁର୍ଥ ସର୍ବାଧିକ ମୃତ୍ୟୁ ମାମଲା। ଲାଜାରୋ କାର୍ଡେନାସରେ ଅଦ୍ୟାବଧି ୨୬୫୧ କରୋନା ସଂକ୍ରମଣ ଚିହ୍ନଟ ହୋଇଛନ୍ତି। ୧୩୯ ଜଣଙ୍କ ମହାମାରୀରେ ମୃତ୍ୟୁ ଘଟିଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.