ଚୀନ୍‌ରେ କରୋନା ଭାଇରସ୍ ଅଣାୟତ୍ତ, ୨୧୨ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା, ୭୭୦୦ରୁ ଅଧିକ ଆକ୍ରାନ୍ତ

Published By : Prameya-News7 Bureau | January 31, 2020 IST

ବେଜିଂ ୩୧।୧: ଚୀନରେ କରୋନା ଭାଇରସ୍ ସଂକ୍ରମଣ ଜନିତ ମୃତ୍ୟୁସଂଖ୍ୟା ୨୧୨ରେ ପହଞ୍ଚିଛି। ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା ୭୭୦୦ରୁ ଅଧିକ ରହିଛି । ଚୀନ୍‍ ପ୍ରଧାନମନ୍ତ୍ରୀ ଲି. କଚିଆଙ୍ଗ କହିଛନ୍ତି, ଭାଇରସ୍ ସଂକ୍ରମଣକୁ ନିୟନ୍ତ୍ରଣାଧୀନ କରିବା ଦିଗରେ ସରକାର ବିହିତ ପଦକ୍ଷେପ ଗ୍ରହଣ କରୁଛନ୍ତି।

ଚୀନରେ କରୋନା ଭାଇରସ୍ ବ୍ୟାପିବା ପରିପ୍ରେକ୍ଷୀରେ ହୁବେଇ ପ୍ରଦେଶରୁ ଭାରତୀୟ ନାଗରିକମାନଙ୍କୁ ସ୍ବଦେଶକୁ ଆଣିବା ପାଇଁ ସେଠାକୁ ଦୁଇଟି ବିମାନର ଚଳାଚଳ ଲାଗି ଅନୁରୋଧ ପ୍ରଦାନ କରିବାକୁ ଭାରତ ଚୀନକୁ ଅନୁରୋଧ କରିଛି। ବୈଦେଶିକ ବିଭାଗ ମୁଖପାତ୍ର ରବିଶ୍‍ କୁମାର କହିଛନ୍ତି, ବେଜିଂ ସ୍ଥିତ ଭାରତୀୟ ଦୂତାବାସ ଏ ବିଷୟରେ ଚୀନ୍‍ କର୍ତ୍ତୃପକ୍ଷଙ୍କ ସହ ନିରନ୍ତର ଯୋଗାଯୋଗ ରକ୍ଷା କରିଆସୁଛି।

କରୋନା ଭାଇରସ୍ ନେଇ ଭୟ ବଢ଼ିଚାଲିଛି। ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ୁଥିବାରୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଆଜି ସନ୍ଧ୍ୟାରେ ପୁଣିଥରେ ଏକ ଜରୁରୀ ବୈଠକ ଡକାଯାଇଛି। କରୋନାକୁ ବିଶ୍ବ ସ୍ବାସ୍ଥ୍ୟ ଏମର୍ଜେନ୍ସି ଘୋଷଣା କରାଯିବା ସଂକ୍ରାନ୍ତରେ ଏକ ଜରୁରୀକାଳୀନ ବୈଠକ ଡକାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.