ନୂଆଦିଲ୍ଲୀ ୦୭।୦୩- କରୋନା ଭୂତାଣୁ ସମ୍ବନ୍ଧିତ ଅନେକ ରହସ୍ୟର ଖୁଲାସା ଦେଶର ସବୁଠୁ ବଡ ହସ୍ପିଟାଲ କରିଛି। ଦିଲ୍ଲୀ ସ୍ଥିତ ଏମ୍ସ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ କହିଛନ୍ତି ଜଣେ ସୁସ୍ଥ ମଣିଷକୁ ମାକ୍ସ ପିନ୍ଧିବାର କୌଣସି ଆବଶ୍ୟକତା ନାହିଁ। ସେ ଏହା ମଧ୍ୟ କହିଛନ୍ତି ଯେ, କରୋନା ଏକ ମାନବଜନିତ ଭୂତାଣୁ। ଏହାର ପଶୁ ପକ୍ଷୀଙ୍କ ସହିତ କୌଣସି ସଂପର୍କ ନାହିଁ। ଆମିଷ ଖାଇଲେ କରୋନା ବ୍ୟାପେ ନାହିଁ ବୋଲି ସେ କହିଛନ୍ତି।
କଣ ଆପଣଙ୍କୁ ମାକ୍ସ ପିନ୍ଧିବା ଜରୁରୀ ?
ଏମ୍ସର ନିର୍ଦ୍ଦେଶକ ଡ. ରଣଦୀପ ଗୁଲେରିଆ କହିଛନ୍ତି ଯେ, କରୋନା ଭୂତାଣୁରେ ଭୟଭୀତ ହେବାର ଆବଶ୍ୟକତା ନାହିଁ। ଜଣେ ସୁସ୍ଥ ମଣିଷଙ୍କୁ ମୁହଁରେ ମୁଖା ପିନ୍ଧିବାର ଆଦୌ ଜରୁରୀ ନୁହଁ। ଯଦି କାହାକୁ ସର୍ଦ୍ଦି-କାଶ ହେଉଛି ଏବଂ ସେ ଚାହାନ୍ତି ଯେ, ଏହାର ସଂକ୍ରମଣ ଅନ୍ୟ କାହାରିକୁ ନହେଉ ତେବେ ଉକ୍ତ ବ୍ୟକ୍ତି ମାକ୍ସ ପିନ୍ଧି ପାରିବେ। ସେ କହିଛନ୍ତି ଏନ-୯୫ ମାକ୍ସ କେବଳ ସେହି ଲୋକଙ୍କୁ ପିନ୍ଧିବା ଦରକାର ଯିଏ ରୋଗୀଙ୍କ ଚିକିତ୍ସା କରୁଥିବେ। ଏହାର ଅର୍ଥ ସ୍ଵାସ୍ଥ୍ୟ କର୍ମଚାରୀଙ୍କ ଲାଗି ମାକ୍ସ ପିନ୍ଧିବା ଜରୁରୀ ଅଟେ।
{"id":234461,"sizeSlug":"large"}୨ ମିଟର ପର୍ଯ୍ୟନ୍ତ ବ୍ୟାପିଥାଏ କରୋନା ଭୂତାଣୁ
ଡ. ଗୁଲେରିଆ କହିଛନ୍ତି ଯଦି କୌଣସି ବ୍ୟକ୍ତିଙ୍କ ଆଖପାଖରେ କେହି କରୋନା ସଂକ୍ରମିତ ଲୋକ ଥିବେ, ତେବେ ସମସ୍ତ ଲୋକଙ୍କୁ ଭୟଭୀତ ହେବାର ଦରକାର ନାହିଁ କାରଣ କରୋନା ଭୂତାଣୁ ଏକ ଡ୍ରପଲେଟ୍ ସଂକ୍ରମଣ ଅଟେ ଯାହା କେବଳ ୨ ମିଟର ପର୍ଯ୍ୟନ୍ତ ବ୍ୟାପିଥାଏ। ଯଦି କରୋନା ସଂକ୍ରମିତ ବ୍ୟକ୍ତି କାଶନ୍ତି ତେବେ ଏହାର ଭୂତାଣୁ ୨ ମିଟର ଦୂରତା ପର୍ଯ୍ୟନ୍ତ ହିଁ ବାୟୁରେ ରହିଥାଏ। ଯଦି କୌଣସି ବ୍ୟକ୍ତି ସେହି ସମୟରେ ଉକ୍ତ ବାୟୁକୁ ନିଃଶ୍ଵାସ ଜରିଆରେ ଗ୍ରହଣ କରନ୍ତି ତେବେ ସେ କରୋନା ଭୂତାଣୁରେ ସଂକ୍ରମିତ ହୋଇ ପାରନ୍ତି। ଏହି ଭୂତାଣୁ ଚଟ୍ଟାଣ, ଟେବୁଲ କିମ୍ବା ମାଟିରେ ଆସିପାରେ, ତେଣୁ ହାତ ଧୋଇବା ବହୁତ ଜରୁରୀ ଅଟେ।
{"id":234462,"sizeSlug":"large"}ଆମିଷ ଖାଇଲେ କରୋନା ହେବାର ଆଶଙ୍କା ନାହିଁ
ଆମିଷ ସହିତ ଜଡିତ ଭ୍ରମାତ୍ମକ ଧାରଣାକୁ ଦୂର କରି ଡ. ଗୁଲେରିଆ କହିଛନ୍ତି ଯେ, କରୋନା ଏକ ମାନବଜନିତ ଭୂତାଣୁ ଅଟେ। ଏହାର ପଶୁ ସହିତ କୌଣସି ସଂପର୍କ ନାହିଁ। ଏହା ଜଣେ ମଣିଷଠୁ ଅନ୍ୟ ମଣିଷକୁ ବ୍ୟାପିଥାଏ। ଏଥିପାଇଁ ଆମିଷରେ କରୋନା ବ୍ୟାପିବାର ଆଶଙ୍କା ନାହିଁ।
ମଦ ସହ ଏହାର କୌଣସି ସଂପର୍କ ନାହିଁ
ଏମ୍ସ ଡାକ୍ତର କହିଛନ୍ତି, ଯେ ଏହା କହିବା ଭୁଲ ଯେ, ମଦ ପିଇଲେ କରୋନା ଭୂତାଣୁ ଠିକ୍ ହୋଇଥାଏ। ଆଲକୋହୋଲ ସହିତ ଏହାର କୌଣସି ସଂପର୍କ ନଥିବା ସେ କହିଛନ୍ତି।