CORONA UPDATE : ଚଣ୍ଡିଗଡରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ, ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୧୬୯ ଛୁଇଁଲା

Published By : Prameya-News7 Bureau | March 19, 2020 IST

ନୂଆଦିଲ୍ଲୀ ୧।୩: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬୯ରେ ପହଞ୍ଚିଛି । ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୬ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ସଂକ୍ରମିତ ଅଛନ୍ତି ୧୫୦ଜଣ । ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୫କୁ ବୃଦ୍ଧି ପାଇଛି । ଆନ୍ଧ୍ରପ୍ରଦେଶରେ ଜଣେ, ଦିଲ୍ଲୀରେ ୧୦ଜଣ, ହରିୟାଣାରେ ୧୭, କର୍ଣ୍ଣାଟକରେ ୧୪, କେରଳରେ ୨୭, ପଞ୍ଜାବରେ ୨, ରାଜସ୍ଥାନରେ ୭, ତାମିଲନାଡୁରେ ଜଣେ, ତେଲେଙ୍ଗାନାରେ ୧୩, ଜମ୍ମୁକାଶ୍ମୀରରେ ୪, ଲଦାଖରେ ୮, ଉତ୍ତରପ୍ରଦେଶରେ ୧୭, ଉତ୍ତରାଖଣ୍ଡରେ ଜଣେ, ଓଡିଶାରେ ଜଣେ ଏବଂ ପଶ୍ଚିମବଙ୍ଗରେ ଜଣେ ଆକ୍ରାନ୍ତ ହୋଇଛନ୍ତି ।

{"id":240631,"sizeSlug":"large"}

ସେପଟେ ଉତ୍ତରପ୍ରଦେଶର ଲକ୍ଷ୍ନୌରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା କରୁଥିବା ଜଣେ ରେସିଡେଣ୍ଟ ଡାକ୍ତର ମଧ୍ୟ ଆକ୍ରାନ୍ତ ହୋଇଛନ୍ତି । ରେସିଡେଣ୍ଟ ଡକ୍ଟର ଏଥିରେ ଆକ୍ରାନ୍ତ ହେବାରୁ ତାଙ୍କୁ ମଧ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଭାରତରେ କରୋନାର କମ୍ୟୁନିଟି ଟ୍ରାନ୍ସଫର୍ ଆରମ୍ଭ ହୋଇନଥିବାରୁ ଏହାକୁ ନେଇ ଭୟଭୀତ ହେବାର ଆଶଙ୍କା ନାହିଁ ବୋଲି ଆଇସିଏମ୍ଆର୍ ଡିଜି ବଳରାମ ଭାର୍ଗବ କହିଛନ୍ତି ।

{"id":240632,"sizeSlug":"large"}

ଅନ୍ୟପକ୍ଷରେ ଦେଶ ବାହାରେ ୨୭୬ ଜଣ ଭାରତୀୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୫୫ ଜଣ ଇରାନରେ, ୧୨ ଜଣ ୟୁଏଇରେ ଏବଂ ୫ ଜଣ ଇଟାଲୀରେ ଆକ୍ରାନ୍ତ ହୋଇଛନ୍ତି । ଏ ସଂପର୍କରେ ଲୋକସଭାରେ ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଭି. ମୁରଲୀଧରନ୍ ସୂଚନା ଦେଇଛନ୍ତି ।

{"id":240633,"sizeSlug":"large"}

କରୋନା ଭାଇରସ୍ ଚିହ୍ନଟ ପାଇଁ ଦେଶରେ ୫୨ଟି ଲାବରୋଟୋରୀ ପ୍ରତିଷ୍ଠା ହୋଇଥିବା ବେଳେ ଘରୋଇ ଲାବୋରଟରୀ ରୋଚେ ଡାଇଗ୍ନୋଷ୍ଟିକ୍ କୁ ଟେଷ୍ଟିଂ କରିବାର ଅନୁମତି ମିଳିଛି । ମହାରାଷ୍ଟ୍ରରେ ସବୁଠୁ ଅଧିକ ଆକ୍ରାନ୍ତ ଥିବାରୁ ସେଠାରେ ଆଉ ୭ଟା ଲୋବରଟୋରୀ ପ୍ରତିଷ୍ଠା ହେବ ।

{"id":240634,"sizeSlug":"large"}

ସେହିପରି କୋରୋନା ଭାଇରସ୍ ନେଇ ଆଜି ଦେଶକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ରାତି ୮ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ନରେନ୍ଦ୍ର ମୋଦି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.