oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୭ କୋଭିଡ୍ ପଜିଟିଭ୍
  • ||
  • ନବରାତ୍ରର ଦ୍ନିତୀୟ ଦିନ, ବ୍ରହ୍ମଚାରିଣୀ ରୂପେ ଦର୍ଶନ ଦେଉଛନ୍ତି ମାଆ ଜଗଦମ୍ୱା
  • ||
  • ରାଉରକେଲା : ବରିଷ୍ଠ ଆଇନଜୀବୀ ରମେଶ ବଳଙ୍କ ଆତ୍ମହତ୍ୟା, ଶ୍ୱଶୁର ଘରୁ ମିଳିଲା ଝୁଲନ୍ତା ମୃତଦେହ
  • ||
  • ଭୁବନେଶ୍ୱର : ଆସୁଛି ଆଉ ଏକ ଲଘୁଚାପ, ବର୍ଷାରେ ଭିଜିବ ଦଶହରା
  • ||

ସୁସ୍ଥ ହେବା ପରେ ଡ୍ୟୁଟିକୁ ଫେରିଲେ ଗଞ୍ଜାମର କରୋନା ଯୋଦ୍ଧା, ସଭିଙ୍କ ପାଇଁ ସୃଷ୍ଟି କଲେ ଉଦାହରଣ

15/07/2020 at 10:13 PM

ବ୍ରହ୍ମପୁର ୧୫।୦୭: କୋଭିଡ-୧୯ରୁ ସୁସ୍ଥ ହେବା ପରେ ଗଞ୍ଜାମ ଜିଲ୍ଲାର ହିଞ୍ଜିଳିରୁ ଜଣେ ମହିଳା ସଭିଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ମହିଳା ଜଣକ ପେଶାରେ ଶିକ୍ଷୟତ୍ରୀ। ତାଙ୍କ ନାମ ସଙ୍ଗୀତା ପାଣିଗ୍ରାହୀ। କୋଭିଡ୍-୧୯ ସଂକ୍ରମଣ ହେବା ପରେ ବି ସେ ହିଞ୍ଜିଳିରେ କ୍ଵାରେଣ୍ଟାଇନ କେନ୍ଦ୍ରରେ ଥାଇ ଡ୍ୟୁଟି କରିଥିଲେ।

ଜୁନ ୨୨ରେ ତାଙ୍କର କରୋନା ରିପୋର୍ଟ ପଜିଟିଭ୍ ଆସିବା ପରେ କୋଭିଡ-୧୯  ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଜୁନ ୩୦ରେ ସୁସ୍ଥ  ହୋଇ ଘରକୁ ଫେରିବା ପରେ ସେ ଡ୍ୟୁଟିକୁ ଫେରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି।

ସେ କହିଛନ୍ତି ଯେ, ମୁଁ ସଙ୍ଗରୋଧ କେନ୍ଦ୍ରରେ ପ୍ରାୟ ଦୁଇ ସପ୍ତାହ ସେବା କରିଛି ଏବଂ ଜୁନ ୨୨ରେ ମଧ୍ୟ ସୂଚନା ଦିଆଗଲା ଯେ, ମୋର କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି। ପରେ ମୋତେ ବ୍ରହ୍ମପୁରର ବାହ୍ୟ ଅଞ୍ଚଳ ସୀତାପଲ୍ଲୀ ସ୍ଥିତ କୋଭିଡ୍-୧୯ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଶେଷରେ ଜୁନ ୩୦ରେ ସୁସ୍ଥ ହେବା ପରେ ତାଙ୍କୁ ଡିସଚାର୍ଜ କରାଗଲା ବୋଲି ଶିକ୍ଷୟତ୍ରୀ କହିଛନ୍ତି।

ହସ୍ପିଟାଲରୁ ଫେରିବା ପରେ ମୋତେ ପଡୋଶୀଙ୍କ ଦ୍ଵାରା ଖୁବ୍ ସ୍ଵାଗତ ସମ୍ବର୍ଦ୍ଧନା ଦିଆଗଲା। ହସ୍ପିଟାଲରେ ଡାକ୍ତର ମୋର ଉପଯୁକ୍ତ ଚିକିତ୍ସା ସେବା ଯୋଗାଇ ଦେଇଥିଲେ। ଘରକୁ ଫେରିବା ପରେ ପଡୋଶୀ ମୋର ମନୋବଳ ବଢାଇଛନ୍ତି। ଜଣେ କୋଭିଡ୍ ଯୋଦ୍ଧା ଭାବେ ମୋତେ ସମସ୍ତଙ୍କ ସମର୍ଥନ ମିଳିଥିଲା ଏବଂ ମୁଁ ସଂପୂର୍ଣ୍ଣ ସୁସ୍ଥ ହୋଇଥିଲି। ମୁଁ ଲୋକଙ୍କୁ ଅପିଲ୍ କରୁଛି ଯେ, ସେମାନେ କରୋନାରେ ଭୟଭୀତ ହୁଅନ୍ତୁ ନାହିଁ ଏବଂ ସଂକ୍ରମିତ ବ୍ୟକ୍ତିଙ୍କ ପ୍ରତି ଘୃଣାଭାବ ରଖନ୍ତୁ ନାହିଁ କି ଦୁର୍ବ୍ୟବହାର କରନ୍ତୁ ନାହିଁ।

   Related Posts