ଚୀନ ଗବେଷକଙ୍କ ପାଗଳାମୀରୁ ଜନ୍ମ ନେଇଛି କୋଭିଡ୍-୧୯ ଭାଇରସ, ଋଷ ଜୈବ ବିଜ୍ଞାନୀଙ୍କ ତଥ୍ୟ ଓ ଯୁକ୍ତି ନେଇ ଆଲୋଡନ

Published By : Prameya-News7 Bureau | April 25, 2020 IST

ମସ୍କୋ, ୨୫|୦୪:   ମାରାତ୍ମକ କରୋନା ଭାଇରସ ଚୀନ ବୁହାନ ସହରରେ ଏକ ଲ୍ୟାବର ପାଗଳାମୀର ପରିଣାମ ବୋଲି ଋଷର ଜଣେ ବୈଜ୍ଞାନିକ ଦାବି କରିଛନ୍ତି । ବିଶ୍ୱର ଚର୍ଚ୍ଚିତ ପ୍ରଫେସର ପିଟର୍ ଚୁମକୋବ୍ ଏହା ଦାବି କରିଛନ୍ତି ।

ମସ୍କୋର ଏକ ଖବର କାଗଜ କୋମସଲମୋଲେଟସ୍ ସହ ଆଲୋଚନା କରି ଜୈବ ବିଜ୍ଞାନୀ ଚୁମକୋବ କହିଛନ୍ତି ଯେ, ବୁହାନରେ ଚୀନ ବୈଜ୍ଞାନିକ ରୋଗ ସୃଷ୍ଟିକାରୀ ଭାଇରସର କ୍ଷମତା ଉପରେ ଗବେଷଣା କରିଥାନ୍ତି । ସେମାନଙ୍କର କୌଣସି ଭୁଲ ଆଭିମୁଖ୍ୟ ନଥାଏ । କିନ୍ତୁ ସେମାନେ ଜାଣିଶୁଣି ଏହି ଘାତକ ଭାଇରସକୁ ସୃଷ୍ଟି କରିଛନ୍ତି । ଚୀନ ଲ୍ୟାବରେ ବୈଜ୍ଞନିକମାନେ ୧୦ ବର୍ଷ ଧରି କରୋନା ଭାଇରସକୁ ବିକଶିତ କରିବା ପାଇଁ ଲାଗିପଡିଥିଲେ । ସେମାନେ ଏପରି ରୋଗ ସୃଷ୍ଟିକାରୀ ଭାଇରସ ନୁହେଁ ଏହା କେଉଁ ରୋଗ ସୃଷ୍ଟି କରେ ତାହା ଉପରେ ଗବେଷଣା କରୁଥିଲେ ।

{"id":259942,"width":746,"height":418,"sizeSlug":"large"}

ସେ ଆହୁରି କହିଛନ୍ତି ଯେ, ଚୀନ ବୈଜ୍ଞାନିକ ପାଗଳଙ୍କ ଭଳି ଗବେଷଣା କରିଥିଲେ । ସେମାନେ ଭାଇରସକୁ ଜିନ୍ ମଧ୍ୟରେ ପ୍ରୟୋଗ କରିଥିଲେ ଯାହା ମାନବ ଶରୀରକୁ ପ୍ରଭାବିତ କରିବା ପାଇଁ କ୍ଷମତା ହାସଲ କରିଥିଲା । । ଭାଇରସ ମଧ୍ୟରେ ଅନେକ କିଛି ପଦାର୍ଥକୁ ପ୍ରବେଶ କରାଯାଇଛି । ଏବେ ଏସବୁକୁ ବିଶ୍ଲେଷଣ କରାଯାଉଛି । ଏବେ କରୋନା ଭାଇରସ କେଉଁଠୁ ସୃଷ୍ଟି ହୋଇଛି ତାହା ସ୍ପଷ୍ଟ ହେବାରେ ଲାଗିଛି । କିନ୍ତୁ ଏହା ପଛର କାହାଣୀ ଧିରେଧିରେ ଲୋକଙ୍କ ପାଖକୁ ଆସୁଥିବା ତାଙ୍କୁ ବିସ୍ମିତ କରିଛି । ଏହାର ଯାଂଚ କରାଯାଇ ଭାଇରସ ଜେନୋମ୍ ରେଗୁଲେଟ୍ ପାଇଁ ନୂଆ ଆଇନ୍ ଆସିବା ଦରକାର । ଏବେଠୁ କାହାକୁ ଦାୟୀ କରିବା ଅନୁଚିତ ।

ପୂର୍ବରୁ ଆମେରିକା ସମେତ ଅନେକ ଦେଶ ଚୀନକୁ ଏଥିପାଇଁ ଦାୟୀ କରିଛନ୍ତି । ଚୀନ ତଥ୍ୟ ଲୁଚାଉଥିବା ମଧ୍ୟ ଅଭିଯୋଗ ହୋଇଛି । ଏପରିକି ଅନେକ ଚ୍ୟାନେଲରେ ଚୀନ ଲ୍ୟାବରୁ ଏହା ବ୍ୟାପିଥିବା ପ୍ରକାଶ ପାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.