କରୋନା: WhatsApp ୟୁଜର୍ସଙ୍କ ପାଇଁ ସରକାର ଲଞ୍ଚ କଲେ ହେଲ୍ପ ଡେସ୍କ, ଜାଣନ୍ତୁ କେମିତି କରିବେ ଏହାର ବ୍ୟବହାର

Published By : Prameya-News7 Bureau | March 20, 2020 IST

ନୂଆଦିଲ୍ଲୀ ୨୦।୦୩: ସଂପ୍ରତି କରୋନା ଭୂତାଣୁର ଚିକିତ୍ସା ଲାଗି କୌଣସି ଭ୍ୟାକସିନ କି ଟୀକା ବାହାରି ନାହିଁ। ମାତ୍ର ସୁଖଦ ଖବର ଏହା ଯେ ଆପଣ ନିଜର ବୁଦ୍ଧ ବଳରେ କରୋନାର ପ୍ରଭାବରୁ ବଞ୍ଚି ପାରିବେ। ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନଠୁ ନେଇ ଭାରତ ଓ ସମଗ୍ର ଦୁନିଆର ପ୍ରତ୍ୟେକ ଜାଗାରେ ଗାଇଡ୍‌ଲାଇନ୍ ଓ ଆଡଭାଇଜରୀ ଜାରି ହେଉଛି। ଭାରତ ସରକାର କରୋନାର ପ୍ରତିରୋଧ  ଲାଗି ଅନେକ ମହତ୍ଵପୂର୍ଣ୍ଣ ପଦକ୍ଷେପ ଉଠାଇଛନ୍ତି।

ଯଦି ଆପଣ ହ୍ଵାଟ୍ସଆପ ୟୁଜର ତେବେ ଭାରତର ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ଏକ  ହେଲ୍ପ ଡେସ୍କ ଲଞ୍ଚ କରିଛନ୍ତି। WhatsApp ଜରିଆରେ ଆପଣ କରୋନା ଭୂତାଣୁ ସମ୍ବନ୍ଧିତ ପ୍ରଶ୍ନ ପଚାରି ପାରିବେ। ଏହାକୁ ନେଇ ଦୁଇଟି ନ୍ୟାସନାଲ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି। ନମ୍ବର ଦୁଇଟି +911123978046 ଓ 1075। ଏବେ ସରକାର ହ୍ଵାଟ୍ସଆପ ପାଇଁ ଚାଟବଟ୍ ପ୍ରସ୍ତୁତ କରିଛି। ଏହାକୁ MyGov Corona Helpdesk ର ନାମ ଦିଆଯାଇଛି। ଏଠାରେ ଆପଣଙ୍କ ପ୍ରଶ୍ନର ରିୟଲ ଟାଇମ ଉତ୍ତର ମିଳିବ।

ହ୍ଵାଟ୍ସଆପ ୟୁଜର୍ସଙ୍କ ପାଇଁ ତିଆରି ଏହି ଚାଟବଟ୍ କରୋନା ଭୂତାଣୁକୁ ନେଇ ଆପଣଙ୍କ ଦ୍ଵାରା ପଚରା ଯାଇଥିବା ପ୍ରଶ୍ନର ଉତ୍ତର ଦେବ। ଏଠାରେ ଆପଣଙ୍କୁ ହ୍ଵାଟ୍ସଆପରେ କରୋନା ସଂପର୍କିତ ପ୍ରଶ୍ନର ଉତ୍ତର ରିୟଲ ଟାଇମରେ ମିଳିବ।

ଏହି  ହେଲ୍ପ ଡେସ୍କକୁ ବ୍ୟବହାର କରିବାର ପ୍ରକ୍ରିୟା  ଜାଣନ୍ତୁ

wp:list
  • ନିଜର ସ୍ମାର୍ଟଫୋନରେ ୯୦୧୩୧୫୧୫୧୫ ସେଭ୍ କରି ଦିଅନ୍ତୁ। ଆପଣ ଏହାକୁ କୌଣସି ବି ନାମରେ ସେଭ୍ କରି ପାରିବେ। ଯେମିତି କରୋନା ହେଲ୍ପ ଡେସ୍କ।
  • ଏବେ ଆପଣ ହ୍ଵାଟ୍ସଆପ ଓପନ କରନ୍ତୁ ଏବଂ ଯେଉଁ ନାମରେ ସେଭ୍ କରିଛନ୍ତି ତାହା ସର୍ଚ୍ଚ କରନ୍ତୁ।
  • ସର୍ଚ୍ଚ କରିବା ପରେ ଡାଟା ଓ୍ଵିଣ୍ଡୋ ଖୋଲି ଯିବ। ଏବେ ଆପଣ କରୋନା ସଂପର୍କିତ କୌଣସି ବି ପ୍ରଶ୍ନ ଲେଖି ସେଣ୍ଡ କରି ପାରିବେ।
/wp:list

ଉଦାହରଣ ଭାବେ ଆପଣ ପ୍ରଶ୍ନ କରି ପାରିବେ ଯେ, କରୋନା ଭୂତାଣୁରୁ କେମିତି ରକ୍ଷା ପାଇବେ  କିମ୍ବା ଏହାର ଲକ୍ଷଣ କଣ। ଏଠାରେ ଆପଣଙ୍କୁ ସ୍ଵତଃ ପ୍ରବୃତ ଉତ୍ତର ମିଳିବ।

ସଂପ୍ରତି ଏହା କେବଳ ଇଂରାଜୀ ଭାଷାରେ ଉପଲବ୍ଧ। ମାତ୍ର ଖୁବ୍ ଶୀଘ୍ର ଏହାକୁ ହିନ୍ଦୀ ଭାଷାରେ ମଧ୍ୟ କରି ପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.