ଭୁବନେଶ୍ବର RMRCରେ କରୋନା ଭାଇରସ୍‌ର ପରୀକ୍ଷଣ, ଟେଷ୍ଟ ପଜିଟିଭ ଆସିଲେ ପୁଣେ ଲ୍ୟାବ୍‌କୁ ଯିବ ସାମ୍ପଲ

Published By : Prameya-News7 Bureau | March 06, 2020 IST

ଭୁବନେଶ୍ବର ୬।୩: ଓଡିଶାରେ ଆରମ୍ଭ ହେବ କରୋନା ଭାଇରସ୍ ସଂକ୍ରମଣର ପରୀକ୍ଷଣ । ଭୁବନେଶ୍ବର RMRCରେ ସୋମବାରଠୁ ପରୀକ୍ଷଣ ଆରମ୍ଭ ହେବ । ଏନେଇ ସୂଚନା ଦେଇଛନ୍ତି RMRC ନିର୍ଦ୍ଦେଶିକା ଡକ୍ଟର ସଂଘମିତ୍ରା ପତି । ଏଥିପାଇଁ ୧୦୦ରୁ ଅଧିକ ଟେଷ୍ଟିଂ କିଟ୍‌ ଆସିଛି । ଏଣିକି ୬ରୁ ୮ ଘଣ୍ଟା ଭିତରେ ଟେଷ୍ଟ ରିପୋର୍ଟ ମିଳିଯିବ । ଟେଷ୍ଟ ପଜିଟିଭ ଆସିଲେ ପୁଣେ ସ୍ଥିତ NIV ଲ୍ୟାବକୁ ସାମ୍ପୁଲ ପଠାଯିବ ।

{"id":233652,"sizeSlug":"large"}

କଟକ ବଡ ଡାକ୍ତରଖାନାରୁ ଚମ୍ପଟ ମାରିଥିବା କରୋନା ସନ୍ଦିଗ୍ଧଙ୍କୁ ଠାବ କରାଯାଇଛି । ଭୁବନେଶ୍ବରର ଟ୍ରାଇଡେଣ୍ଟ ହୋଟେଲରେ ଥିଲେ ବିଦେଶୀ ନାଗରିକ । ତେବେ ସେ ଚମ୍ପଟ ହୋଇଥିବା ଖବରକୁ ଖଣ୍ଡନ କରିଛନ୍ତି । ଗୁରୁବାର  ଭୁବନେଶ୍ବର ବିମାନବନ୍ଦରରେ ଯାଞ୍ଚ ବେଳେ ଆୟାର୍ଲାଣ୍ଡର ପିଟର ନାମକ ଜଣେ ଯୁବକଙ୍କୁ କରୋନା ସଂକ୍ରମଣ ସନ୍ଦେହରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

{"id":233688,"sizeSlug":"large"}

ପରେ ତାଙ୍କୁ ଏସସିବି  ମେଡିକାଲକୁ ରେଫର କରାଯାଇଥିଲା । ତାଙ୍କ ସହ ଜଣେ ଆଟେଣ୍ଡାଣ୍ଟ ଥିଲେ । ଆଟେଣ୍ଡାଣ୍ଟ ଆଇସୋଲେସନ ୱାର୍ଡରେ ଡକ୍ୟୁମେଣ୍ଟେସନ କରୁଥିବା ବେଳେ ଚମ୍ପଟ ମାରିଥିଲେ ପିଟର । ପରେ ଖୋଜାଖୋଜି ପରେ ତାଙ୍କୁ ଟ୍ରାଇଡେଣ୍ଟ ହୋଟେଲରେ ଠାବ କରାଯାଇଛି । ତେବେ କଡା ସୁରକ୍ଷା ବ୍ୟବସ୍ଥା ଥିବା ସତ୍ତ୍ବେ କରୋନା ସ୍ପେଶାଲ ଆଇସୋଲେସନ ୱାର୍ଡରୁ ସନ୍ଦିଗ୍ଧ ରୋଗୀ କିପରି ଫେରାର ହୋଇଗଲେ ତାହା ଏବେ ସବୁଠୁ ବଡ ପ୍ରଶ୍ନ ।

{"id":233883,"sizeSlug":"large"}

ଓଡିଶାରେ କରୋନା ଭୂତାଣୁ ପାଇଁ ବ୍ୟାପକ ସତର୍କତା । ବିଶ୍ବରେ ୮୫ରୁ ଅଧିକ ଦେଶରେ କରୋନା ଭୂତାଣୁ ସଂକ୍ରମିତ ହୋଇଛି । ତେଣୁ ଓଡ଼ିଶାକୁ ଆସୁଥିବା ବିଦେଶୀ ପର୍ଯ୍ୟଟକଙ୍କ ଉପରେ ରଖାଯାଇଛି କଡା ନଜର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.