ମୋଦୀଙ୍କ ଅପିଲ୍‌ରେ ଦେଶବାସୀ ତାଳି, ଥାଳି ଓ ଶଙ୍ଖ ବଜାଇ କରୋନା ବିରୋଧରେ ଲଢୁଥିବା ଲୋକଙ୍କ ପ୍ରତି ଜଣାଇଲେ କୃତଜ୍ଞତା

Published By : Prameya-News7 Bureau | March 22, 2020 IST

ନୂଆଦିଲ୍ଲୀ ୨୨।୦୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅପିଲ୍ ପରେ ଦେଶବାସୀ ଜନତା କର୍ଫ୍ୟୁକୁ ପୂରା ସମର୍ଥନ ଦେଇଛନ୍ତି। ଏହା ସହିତ ଦେଶର କୋଣ ଅନୁକୋଣରେ ଲୋକେ ତାଳି-ଥାଳି ବଜାଇ ଦେଶର ସେବାରେ ଲାଗିଥିବା ଲୋକଙ୍କ ପ୍ରତି କୃତଜ୍ଞତା ବ୍ୟକ୍ତ କରିଛନ୍ତି।

wp:html /wp:html

କରୋନା ଭାଇସର ପ୍ରତିରୋଧ ଲାଗି ଆଜି ପୂରା ଦେଶ ଏକଜୁଟତା ଦେଖାଇଛି। ଜନତା କର୍ଫ୍ୟୁର ପାଳନ କରି ଲୋକେ ପଦାକୁ ଗୋଡ ନକାଢି ଘରେ ରହିବାକୁ ମନସ୍ଥ କରିଥିଲେ। ଆଜି ପୂରା ସଡକ, ବଜାର ଖାଁ ଖାଁ ରହିଥିଲା। ଲୋକେ ଘରେ ବସି ବହୁତ ଧୈର୍ଯ୍ୟର ପରିଚୟ ଦେଇ କରୋନା ସଂକ୍ରମଣକୁ ବ୍ୟାପିବାରୁ ରୋକିବା ଲାଗି ସରକାରଙ୍କୁ ସହଯୋଗ କରିଛନ୍ତି।

{"id":242625,"sizeSlug":"large"}

ଏହା ସହିତ ଲୋକେ ଘରେ ରହି ତାଳି ଓ ଥାଳି ବଜାଇ ସେହି ଲୋକଙ୍କ ପ୍ରତି କୃତଜ୍ଞତା ଜଣାଇଛନ୍ତି ଯେଉଁମାନେ କରୋନା ଭୂତାଣୁର ମୁକାବିଲା ଲାଗି ମୋର୍ଚ୍ଚା ସମ୍ଭାଳିଛନ୍ତି। ଆଜି ସନ୍ଧ୍ୟା ୫ଟା ବାଜିବା ମାତ୍ରେ ଦେଶର କୋଣ ଅନୁକୋଣରେ ଲୋକେ ନିଜ ଘରେ ପ୍ରଧାନମନ୍ତ୍ରୀଙ୍କ ଆହ୍ଵାନ କ୍ରମେ ତାଳି, ଥାଳି ଓ ଘଣ୍ଟ ବଜାଇ ନିଜର କୃତଜ୍ଞତା ପ୍ରକଟ କରିଛନ୍ତି। ଏହା ସହିତ ଲୋକେ ଶଙ୍ଖ ବଜାଉଥିବା ଦେଖିବାକୁ ମିଳିଛି।

wp:core-embed/twitter {"url":"https://twitter.com/nsitharaman/status/1241694517226385408?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1241694517226385408\u0026ref_url=https%3A%2F%2Faajtak.intoday.in%2Fstory%2Fcorona-virus-tali-thali-janata-curfew-narendra-modi-1-1173769.html","type":"rich","providerNameSlug":"twitter","className":""}
https://twitter.com/nsitharaman/status/1241694517226385408?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1241694517226385408&ref_url=https%3A%2F%2Faajtak.intoday.in%2Fstory%2Fcorona-virus-tali-thali-janata-curfew-narendra-modi-1-1173769.html
/wp:core-embed/twitter

ଅନ୍ୟପଟେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଣ୍ଟି ବଜାଇ ଦେଶରେ ସେବାରେ ନିୟୋଜିତ ଲୋକଙ୍କ ପ୍ରତି କୃତଜ୍ଞତା ଜଣାଇଛନ୍ତି। ଯୋଗଗୁରୁ ରାମଦେବ ତାଳି ଓ ଥାଳି ବଜାଇ ଲୋକଙ୍କୁ ଆଭାର ପ୍ରକଟ କରିଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ଘଣ୍ଟି ବଜାଇ ନିଜର କୃତଜ୍ଞତା ଜଣାଇଛନ୍ତି।

{"id":242626,"sizeSlug":"large"}

ସେହି ପରି କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ନାଗପୁରରେ ପୂରା ପରିବାର ସହିତ ନିଜ ଘର ବାଲକୋନୀରେ ଛିଡା ହୋଇ କରୋନା ବିରୁଦ୍ଧରେ ଲଢୁଥିବା ଡାକ୍ତର, ନର୍ସ, ପ୍ରଶାସନର ଅଧିକାରୀ, ମିଡିଆକର୍ମୀଙ୍କ ପାଇଁ ତାଳି ଓ ଘଣ୍ଟ ବଜାଇ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.