ବୁର୍ଲା ଭିମ୍ସାରରେ କରୋନା ସନ୍ଦିଗ୍ଧ, କୋରିଆରୁ ଫେରିଥିଲେ
26/02/2020 at 9:32 AM

ସମ୍ବଲପୁର ୨୬।୨: ବୁର୍ଲା ଭିମସାରରେ କରୋନା ସନ୍ଦିଗ୍ଧ । ସୁନ୍ଦରଗଡର ଜଣେ ବ୍ୟକ୍ତିଙ୍କୁ ସଂକ୍ରମଣ ସନ୍ଦେହରେ ବୁର୍ଲା ଭିମସାରର ସ୍ବତନ୍ତ୍ର ଆଇସିୟୁରେ ଭର୍ତ୍ତି କରାଯାଇଛି । ସେ କୋରିଆରୁ ଫେରିଥିବାରୁ ତାଙ୍କୁ ସଂକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି । କୋଲକାତା ଏୟାରପୋର୍ଟରେ ଚେକିଂ ସମୟରେ ତାଙ୍କଠାରେ କରୋନା ଲକ୍ଷଣ ଜଣାପଡିଥିବା କୁହାଯାଉଛି ।

ଗତ ୨୨ ତାରିଖରେ ସେ ଦକ୍ଷିଣ କୋରିଆରୁ ନିଜ ଘରକୁ ଫେରିବା ପରେ ତାଙ୍କୁ ଭିମସାରରେ ଭର୍ତ୍ତି କରାଯାଇଛି । ତାଙ୍କର କାଶ, ଥଣ୍ଡା ଓ ଜ୍ବର ଲାଗି ରହିଛି । ଆଜି ତାଙ୍କର ସାମ୍ପଲ ସଂଗ୍ରହ କରାଯାଇ ଭୁବନେଶ୍ବର ଆରଏମଆରସିକୁ ପଠାଯିବ। ତାଙ୍କୁ ବର୍ତ୍ତମାନ ଆଇସୋଲେସନରେ ରଖାଯାଇଛି । ତାଙ୍କ ଘର ସୁନ୍ଦରଗଡ଼ ହେମଗିରି ଅଞ୍ଚଳରେ ବୋଲି ଜଣାପଡ଼ିଛି ।
Related Posts
ନବଦାସ ହତ୍ୟା ଘଟଣାରେ ସିବିଆଇ ତଦନ୍ତ ଦାବି, ହାଇକୋର୍ଟରେ ଦାୟର ହେଲା ମାମଲା
6 February 2023