Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ଭିଏଲସି ମିଡିଆ ପ୍ଲେୟାର ବ୍ୟାନ୍, ଓ୍ୱେବସାଇଟରେ ଆସୁଛି ଆଇଟି ଆକ୍ଟ ମେସେଜ୍
  • ||
  • ୨୪ ଘଣ୍ଟାରେ ଘନୀଭୂତ ହେବ ଲଘୁଚାପ, ପ୍ରଭାବରେ ଦୁଇଦିନ ପ୍ରବଳ ବର୍ଷିବ
  • ||
  • ରେଳ ଧାରଣାରୁ ମିଳିଲା ମନ୍ତ୍ରୀଙ୍କ ଭଣଜାଙ୍କ ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ଦେଶରେ ଉପରତଳ କରୋନା ଗ୍ରାଫ୍, ୨୪ ଘଣ୍ଟାରେ ବାହାରିଲେ ୧୫୮୧୫ କରୋନା ପଜିଟିଭ୍
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୦୩ କୋଭିଡ୍ ପଜିଟିଭ୍
  • ||
  • କନ୍ନଡ ଗାୟକ ଶିବମୋଗା ସୁବାନାଙ୍କ ଦେହାନ୍ତ, ୮୩ ବର୍ଷ ବୟସରେ ହୃଦଘାତରେ ପରଲୋକ
  • ||
  • ଲଘୁଚାପ ସକ୍ରିୟ : ଦୁଇ ଦିନ ଯାଏଁ ପ୍ରବଳ ବର୍ଷା, ଫୁଲୁଛି ବିଭିନ୍ନ ନଦୀ
  • ||

କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କ ମଧ୍ୟରେ ବିସ୍ତାର କରୁଛି ଫଙ୍ଗଲ ସଂକ୍ରମଣ, ନଷ୍ଟ ହୋଇଯାଉଛି ଦୃଷ୍ଟିଶକ୍ତି

15/12/2020 at 2:26 PM

ନୂଆଦିଲ୍ଲୀ ୧୫/୧୨ : ଦେଶର ରାଜଧାନୀ ନୂଆଦିଲ୍ଲୀର ପ୍ରତିଷ୍ଠିତ ସାର ଗଙ୍ଗାରାମ ହସ୍ପିଟାଲର ଡାକ୍ତର ଦାବି କରିଛନ୍ତି ଯେ କୋଭିଡ-୧୯ ରୁ ସୁସ୍ଥ ହେବାପରେ ଅନେକ ଲୋକଙ୍କୁ ଦୁର୍ଲଭ ଓ ଜୀବନ ପ୍ରତି ବିପଦ ଫଙ୍ଗଲ ସଂକ୍ରମଣ ହେଉଛି। ଅଧିକାଂଶ ଲୋକଙ୍କ ଦୃଷ୍ଟିଶକ୍ତି ନଷ୍ଟ ହେଇଯାଉଛି। ସୋମବାର ଦିନ ହସ୍ପିଟାଲ ଅଧିକାରୀ ଏହା ଦାବି କରିଛନ୍ତି। ଡାକ୍ତର ଦାବି କରିଛନ୍ତି ଯେ ହସ୍ପିଟାଲରେ ଆଖି-ନାକ-ଗଳା (ENT) ଚିକିତ୍ସକଙ୍କ ପାଖକୁ ଗତ ୧୫ ଦିନରେ ଏହିଭଳି ୧୩ଟି ମାମଲା ଆସିଛି।

ଏହା ଏକ ଚିନ୍ତାଜନକ ସମସ୍ୟା ବୋଲି ଡାକ୍ତର କହିଛନ୍ତି କିନ୍ତୁ ନୂଆ ନୁହେଁ। କୋଭିଡ୍ ଯୋଗୁଁ ହେଉଥିବା ଫଙ୍ଗଲ ସଂକ୍ରମଣ ନୂଆ କଥା ନୁହେଁ। ହସ୍ପିଟାଲ ଏକ ବୟାନରେ କହିଛି ଯେ ଗତ ୧୫ ଦିନରେ କୋଭିଡ ଯୋଗୁଁ ଫଙ୍ଗଲ ସଂକ୍ରମଣର ଶିକାର ହୋଇଥିବା ୧୩ ମାମଲା ସାମ୍ନାକୁ ଆସିଛି ଯେଉଁଥିରେ ୫୦ ପ୍ରତିଶତ ମାମଲାରେ ରୋଗୀଙ୍କ ଦୃଷ୍ଟିଶକ୍ତି ନଷ୍ଟ ହୋଇଯାଇଛି। 

କରୋନା ଭାଇରସ ଧୀରେ ଧୀରେ ଘାତକ ହେଉଛି। ବିଶେଷକରି ରାଜଧାନୀ ଦିଲ୍ଲୀରେ ଅଧିକ କରୋନା ମାମଲା ସାମ୍ନାକୁ ଆସୁଛି। ରବିବାର ଦିନ ୧୯୮୪ ନୂଆ କରୋନା ମାମଲା ସାମ୍ନାକୁ ଆସିଛି। କିନ୍ତୁ ସଂକ୍ରମଣ ହାର ହ୍ରାସ ପାଇ ୨.୭୪ ପ୍ରତିଶତ ହୋଇଛି। ସ୍ୱାସ୍ଥ୍ୟ ବିଭାଗ ସୂଚନା ଅନୁଯାୟୀ, ରବିବାର ଦିନ ଦିଲ୍ଲୀରେ ୩୩ଜଣଙ୍କର ମୃତ୍ୟୁ ହୋଇଛି। ଫଳରେ ମୃତକଙ୍କ ସଂଖ୍ୟା ବଢି ୧୦ ହଜାର ୧୪ ହୋଇଛି। ସ୍ୱାସ୍ଥ୍ୟ ବିଭାଗ ସୂଚନା ଅନୁଯାୟୀ, ଦିନେ ପୂର୍ବରୁ କୋଭିଡ-୧୯ ର ୭୨ ହଜାର ୩୩୫ ନମୁନା ଯାଞ୍ଚ ହୋଇଥିଲା ଯେଉଁଥିରେ ସଂକ୍ରମଣର ଏହି ନୂଆ ମାମଲା ଆସିଛି। ଆରଟି-ପିସିଆର ତରିକାରେ ୩୫ ହଜାର ୬୧୧ ନମୁନା ଯାଞ୍ଚ କରାଯାଇଛି।

   Related Posts