କରୋନା ମୁକାବିଲାରେ ଭାରତକୁ ବଡ ସଫଳତା, ବିକଶିତ ହେଲା ତିନି ପ୍ରକାରର ଟେଷ୍ଟ

Published By : Prameya-News7 Bureau | May 28, 2020 IST

ନୂଆଦିଲ୍ଲୀ ୨୮।୦୫: କରୋନା ଭୂତାଣୁ ବିପକ୍ଷ ଲଢେଇରେ ଭାରତକୁ ବଡ ସଫଳତା ମିଳିଛି। ଦେଶରେ ତିନି ପ୍ରକାରର ଟେଷ୍ଟ ବିକଶିତ ହୋଇଥିବା ବେଳେ ଚତୁର୍ଥ ଲାଗି ପୂରା ପ୍ରସ୍ତୁତି ଚାଲିଛି। ଦିଲ୍ଲୀ ଆଇଆଇଟି ଗୋଟିଏ ଟେଷ୍ଟ ବିକଶିତ କରିଥିବା ବେଳେ ଆଉ ଗୋଟିଏ ଚିତ୍ରା ଇନଷ୍ଟିଚ୍ୟୁୟଟ୍ ବିକଶିତ କରିଥିବା ଗୁରୁବାର ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଦେଶରେ ୩୦ଟି ଗ୍ରୁପ୍‌ କରୋନା ଭ୍ୟାକସିନ୍‌ ତିଆରି ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ଭାରତ ସରକାରଙ୍କ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା ବିଜୟ ରାଘବନ କହିଛନ୍ତି ଏହା ଏକ ରିସ୍କ ପ୍ରକ୍ରିୟା। ଦୁନିଆରେ ସବୁ ଲୋକ ଭ୍ୟାକସିନ୍‌ର କଥା କହୁଛନ୍ତି ମାତ୍ର ଏହା ଜଣା ନାହିଁ ଯେ ଦୁନିଆରେ ତିଆରି ଚାଲିଥିବା କାହାର ଭ୍ୟାକସିନ୍‌ ପ୍ରଭାବଶାଳୀ ରହିବ। ଯଦି ବି ଭ୍ୟାକସିନ୍‌ ଟେଷ୍ଟ ହୁଏ ତେବେ ଏଥିରେ କ୍ଷତି ମଧ୍ୟ ଘଟିଥାଏ।

wp:core-embed/twitter {"url":"https://twitter.com/ANI/status/1265958161573273601","type":"rich","providerNameSlug":"twitter","className":""}
https://twitter.com/ANI/status/1265958161573273601
/wp:core-embed/twitter

ସେ କହିଛନ୍ତି, ଭ୍ୟାକସିନ୍‌ ଆମେ ନା ସୁସ୍ଥ ଲୋକଙ୍କୁ ଦେଉ ନା ଅସୁସ୍ଥ ଲୋକଙ୍କୁ ଦେଉ। କୌଣସି ବି ଶେଷ ସ୍ଥିତିରେ ପହଞ୍ଚି ସାରିଥିବା ଲୋକଙ୍କୁ ଭ୍ୟାକସିନ୍ ଦିଆଯାଏ। ଏଥିପାଇଁ ଏହା ଜରୁରୀ ଯେ, ଭ୍ୟାକସିନ୍‌ର ଗୁଣବତ୍ତା ଓ ସେଫ୍‌ଟୀ ସଂପୂର୍ଣ୍ଣ ଭାବେ ପରୀକ୍ଷଣ କରାଯାଉ। ସେ କହିଛନ୍ତି ଭ୍ୟାକସିନ୍ ପ୍ରସ୍ତୁତ ଲାଗି ୧୦ ରୁ ୧୫ ବର୍ଷ ସମୟ ଲାଗିଥାଏ। ଏଥିରେ ପ୍ରାୟ ୨୦୦ ମିଲିୟନ ଡଲାର ଖର୍ଚ୍ଚ ହୋଇଥାଏ। କିନ୍ତୁ ଆମର ପ୍ରଥମ ପ୍ରୟାସ ଏହା ଯେ, ଗୋଟିଏ ବର୍ଷରେ ଭ୍ୟାକସିନ୍ ବିକଶିତ ହେଉ। ଏଥିପାଇଁ ଗୋଟିଏ ଭ୍ୟାକସିନ୍‌ ଉପରେ କାମ କରିବା ପରିବର୍ତ୍ତେ ଆମେ ଗୋଟିଏ ସମୟରେ ୧୦୦ରୁ ଶଧିକ ଭ୍ୟାକସିନ୍‌ ଉପରେ କାମ କରୁଛୁ।

ବିଜୟ ରାଘବନ କହିଛନ୍ତି, ତିନି ପ୍ରକାରର ପ୍ରୟାସରେ ଭ୍ୟାକସିନ୍ ତିଆରି କରୁଛୁ। ଗୋଟିଏ ହେଲା ଆମେ ନିଜେ ଉଦ୍ୟମ କରୁଛୁ। ଦ୍ଵିତୀୟ ବାହାର କମ୍ପାନୀ ସହିତ ମିଶି କାମ କରୁଛୁ ଏବଂ ତୃତୀୟ ଆମେ ନେତୃତ୍ଵ ନେଉଛୁ ଏବଂ ବାହାର କମ୍ପାନୀ ଆମ ସହିତ କାମ କରୁଛନ୍ତି।  ରାଘବନ କହିଛନ୍ତି, ଭାରତରେ ପ୍ରସ୍ତୁତ ହେଉଥିବା ଭ୍ୟାକସିନ୍‌ ଦୁନିଆରେ ସର୍ବୋତ୍ତମ ଶ୍ରେଣୀର ଅଟେ। ଦେଶ ପାଇଁ ଗୌରବର କଥା ଏହା ଯେ, ସମଗ୍ର ଦୁନିଆର ପିଲାମାନଙ୍କୁ ଯେଉଁ ତିନୋଟି ଭ୍ୟାକସିନ୍ ଦିଆଯାଏ, ସେଥିରୁ ଦୁଇଟି ଭ୍ୟାକସିନ୍‌ ଭାରତରେ ତିଆରି ହୁଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.