ଭୟଙ୍କର ହେବାରେ ଲାଗିଛି ଡେଲଟା ଭ୍ୟାରିଆଣ୍ଟ, ୮୫ ଦେଶରେ ପହଞ୍ଚିଲାଣି, ସତର୍କ ନରହିଲେ ସ୍ଥିତି ଜଟିଳ ହେବ : WHO

Published By : Prameya-News7 Bureau | June 25, 2021 IST

ନୂଆଦିଲ୍ଲୀ ୨୫/ ୦୬ : ବିଶ୍ବରେ କରୋନା ସଂକ୍ରମଣ ମଧ୍ୟରେ ଏବେ ଚିନ୍ତାର କାରଣ ପାଲଟିଛି ଡେଲ୍‌ଟା ଭ୍ୟାରିଆଣ୍ଟ । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କହିବା ମୁତାବକ, ଯଦି ଏଭଳି ପରିସ୍ଥିତି ଜାରି ରୁହେ ତେବେ କୋଭିଡ ୧୯ର ଅଧିକ ସଂକ୍ରାମକ ଡେଲଟା ଭାଇରସ ଆହୁରି ଭୟଙ୍କର ହେବ । ବର୍ତ୍ତମାନ ସୁଦ୍ଧା ୮୫ଟି ଦେଶରେ ପହଞ୍ଚିସାରିଲାଣି କୋଭିଡର ଡେଲଟା ଭ୍ୟାରିଆଣ୍ଟ । ଏହାରି ମଧ୍ୟରେ ଡବ୍ଲ୍ୟୁଏଚଓର ଚେତାବନୀ ଚିନ୍ତା ବଢାଇଛି ।

ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ରିପୋର୍ଟ ଅନୁଯାୟୀ, ବିଶ୍ବରେ ବର୍ତ୍ତମାନ ସୁଦ୍ଧା ୧୭୦ ଦେଶରେ କୋଭିଡର ଆଲଫା ଭ୍ୟାରିଆଣ୍ଟ, ୧୧୯ଟି ଦେଶରେ ବିଟା ଭ୍ୟାରିଆଣ୍ଟ, ୭୧ ଦେଶରେ ଗାମା ଭ୍ୟାରିଆଣ୍ଟ ଚିହ୍ନଟ ହୋଇଥିବା ବେଳେ ଡେଲଟା ସ୍ବରୂପ ବର୍ତ୍ତମାନ ସୁଦ୍ଧା ୮୫ଟି ଦେଶରେ ପହଞ୍ଚିସାରିଲାଣି । ବର୍ତ୍ତମାନ ସୁଦ୍ଧା କୋଭିଡର ୪ଟି(ଆଲଫା, ବିଟା, ଗାମା, ଡେଲଟା) ମାରାତ୍ମକ ମ୍ୟୁଟାଣ୍ଟ ଚିହ୍ନଟ ହୋଇସାରିଲାଣି । ଏହି ସବୁ ମ୍ୟୁଟାଣ୍ଟ ଚିହ୍ନଟ ହେଉଥିବା ଅଞ୍ଚଳରେ ବିଶେଷ ଭାବେ ନଜର ରଖାଯାଇଛି । ଡେଲଟା ସ୍ବରୂପ, ଆଲଫା ଠାରୁ ଅଧିକ ସଂକ୍ରାମକ ଏବଂ ପ୍ରଭାବି ବୋଲି WHO କହିଛି ।

WHOର ରିପୋର୍ଟରେ କୁହାଯାଇଛି ଯେ, ଡେଲଟା ଭାଇରସ ଦ୍ବାରା ପ୍ରଭାବିତ ହେଉଥିବା ରୋଗୀମାନଙ୍କ ମଧ୍ୟରୁ କିଛି ଲୋକଙ୍କୁ ଅକ୍ସିଜେନର ଆବଶ୍ୟକତା ପଡିଥାଏ । କିଛି ରୋଗୀଙ୍କୁ ଆଇସିୟୁର ମଧ୍ୟ ଆବଶ୍ୟକତା ପଡିଥାଏ । ଭାରତରେ କରୋନା ସଂକ୍ରମଣ ଧିରେ ଧିରେ କମ ହେବାରେ ଲାଗିଛି । ବିଭିନ୍ନ ରାଜ୍ୟରେ ସଂକ୍ରମଣ ହାର କମିଥିବା ବେଳେ ଅନଲକ୍ ପ୍ରକ୍ରିୟା ମଧ୍ୟ ଜାରି ରହିଛି । ଏହାରି ମଧ୍ୟରେ ଡେଲଟା ଭ୍ୟାରିଆଣ୍ଟକୁ ନେଇ WHOର ଚେତାବନୀ ଚିନ୍ତା ବଢାଇ ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.