ଇସ୍ଲାମାବାଦ ୨୩।୫: ଗତ ୩ ମାସ ହେଲା ପାକିସ୍ତାନେ ହୁ ହୁ ହୋଇ ବଢିଚାଲିଥିବା କରୋନା ସଂକ୍ରମଣ ଧିରେ ଧିରେ ହ୍ରାସ ହେଉଥିବାର ଜଣାପଡିଛି। ଫଳରେ ଦେଶରେ ଠପ ପଡିଥିବା ଜନଜୀବନ ପୁଣି ସ୍ୱଭାବିକ ହେଲାଣି। ସରକାର ସ୍କୁଲ, କଲେଜ ଖୋଲିବା ଲାଗି ଅନୁମତି ଦେଇଥିବା ବେଳେ ବାଣିଜ୍ୟ ବ୍ୟବସାୟ ମଧ୍ୟ ଆରମ୍ଭ ହେଲାଣି। ପାକିସ୍ତାନ ସ୍ୱାସ୍ଥ୍ୟମନ୍ତ୍ରାଳୟଙ୍କ ସୂଚନା ଅନୁସାରେ ଦେଶରେ କରୋନା ସକରାତ୍ମକତା ହାର ଏବେ ୪.୯୬ ପ୍ରତିଶତ ରହିଛି।
ଗତ ମାର୍ଚ୍ଚ ମାସ ପରେ ପାକିସ୍ତାନରେ ସଂକ୍ରମଣର ସକରାତ୍ମକତା ହାରରେ ଏହା ସବୁଠାରୁ କମ୍ ପ୍ରତିଶତ । ସମ୍ବାଦ ସରବରାହ ସଂସ୍ଥା ଡିପିଏ ଅନୁସାରେ ଗତ ୨୪ ଘଣ୍ଟାରେ ସାରା ଦେଶରେ ୬୨ ହଜାର ୬୧ଟି ନମୁନା ପରୀକ୍ଷଣ କରାଯାଇଥିବା ବେଳେ ଏଥିରୁ ୩ ହଜାର ୮୪ଟି ପଜିଟିଭ ମିଳିଛି। ପାକିସ୍ତାନରେ କରୋନାର ଏପର୍ଯ୍ୟନ୍ତ ୯ ଲକ୍ଷ ୫୨୨ଟି ମାମଲା ରେକର୍ଡ ହୋଇଛି। ଏଥିରୁ ୨୦ ହଜାର ୨୫୧ ଜଣ ପ୍ରାଣ ହରାଇଛନ୍ତି।
{"id":456261,"width":837,"height":522,"sizeSlug":"large","linkDestination":"none"}ପାକିସ୍ତାନରେ କରୋନାର ଏହା ତୃତୀୟ ଲହର ଚାଲିଛି। ଏହି ଲହରରେ ସର୍ବାଧିକ ମୃତ୍ୟୁ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛନ୍ତି। ଏଥିରେ ଅନେକ ଲୋକେ ବ୍ରିଟେନ ଭୂତାଣୁ ଭାରିଏଣ୍ଟର ଶିକାର ହୋଇଥିଲେ। ଦେଶରେ ଏବେ ସଂକ୍ରମଣ ହ୍ରାସ ହୋଇଥିବାରୁ ପ୍ରଶାସନ ଲାଗୁ କରିଥିବା କଠୋର କଟକଣା ଢିଲା କରିଛନ୍ତି। ଦେଶରେ କୋଭିଡ-୧୯ ମୁକାବିଲା କରୁଥିବା ଶୀର୍ଷ ସଂସ୍ଥାନ ନ୍ୟାସନାଲ କମାଣ୍ଡ ଏଣ୍ଡ ଅପରେସନ ସେଣ୍ଟର (ଏନସିଓସି) କୋଭିଡ ଲାଗି ବନ୍ଦ ପଡିଥିବା ଜିଲ୍ଲାମାନଙ୍କରେ ସୋମବାର ଠାରୁ ଦୋକାନବଜାର, ବ୍ୟବସାୟ ଓ ଶୈକ୍ଷଣିକ ସଂସ୍ଥାନ ପୁଣି ଖୋଲିବାକୁ ଅନୁମତି ଦେଇଛନ୍ତି।
ତେବେ ସେପଟେ ବାଂଲାଦେଶ କରୋନାଯୋଗୁ ବଢୁଥିବା ସଂକ୍ରମଣ ହାରକୁ ନେଇ ଲକଡାଉନକୁ ସମ୍ପ୍ରସାରଣ କରିଛି। ଦେଶରେ ଜାରି ଲକଡାଉନକୁ ମେ ୩୦ ତାରିଖ ପର୍ଯ୍ୟନ୍ତ ସମ୍ପ୍ରସାରଣ ହୋଇଛି। ତେବେ ଦେଶରେ ପରିବହନ ଉପରେ କଟକଣା କୋହଳ କରାଯାଇଛି। ଦେଶରେ କରୋନା ଲକଡାଉନ ସମ୍ପ୍ରସାରଣ ହୋଇଥିବା ବାଂଲାଦେଶ କ୍ୟାବିନେଟ ଡିଭିଜନ ରବିବାର ଘୋଷଣା କରିଛନ୍ତି। ଏ ନେଇ ଜାରି ସର୍କୁଲାର ଅନୁସାରେ ସରକାର ରବିବାର ମଧ୍ୟରାତ୍ରରୁ ଦେଶରେ ସ୍ୱାସ୍ଥ୍ୟ ନିୟମ ପାଳନ ପୂର୍ବକ ସାର୍ବଜନିକ ପରିବହନ ସେବା ପୁଣି ଆରମ୍ଭ କରିବାକୁ ନିଷ୍ପତି ନେଇଥିବା ଘୋଷଣା କରିଛନ୍ତି।
{"id":456262,"width":838,"height":469,"sizeSlug":"large","linkDestination":"none"}କରୋନା ଭାଇରସ ସଂକ୍ରମଣ ମୁକାବିଲା ଲାଗି ବାଂଲାଦେଶ ଏପ୍ରିଲ ୧୪ ତାରିଖ ଦିନ ଦେଶରେ ପ୍ରଥମ ୮ ଦିନିଆ ଲକଡାଉନ ଜାରି କରିଥିଲା। ଏପ୍ରିଲ ୨୧ରେ ଏହି ଲକଡାଉନ ଅବଧି ଶେଷ ହେବା ପୂର୍ବରୁ ସରକାର ପର୍ଯ୍ୟାୟକ୍ରମେ ଏହାକୁ ମେ ୨୩ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିଥିଲେ। ରବିବାର ଅବଧି ଶେଷ ଦିନରେ ଆଉ ୭ ଦିନ ଲାଗି ଅର୍ଥାତ ୩୦ ମେ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିଛନ୍ତି।
ବାଂଲଦେଶ ସ୍ୱାସ୍ଥ୍ୟ ବିଭାଗଙ୍କ ଶନିବାର ରିପୋର୍ଟ ଅନୁସାରେ ସାରା ଦେଶରେ ଗତ ୨୪ ଘଣ୍ଟାରେ ୧ହଜାର ୨୮ ନୂଆ ମାମଲା ମିଳିଥିବା ବେଳେ ଆଉ ୩୮ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚିତ କରିଥିଲେ। ଦେଶରେ ମୋଟ କରୋନା ସଂକ୍ରମଣ ସଂଖ୍ୟା ୭ଲକ୍ଷ ୮୭ ହଜାର ୭୨୬ରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା ୧୨ ହଜାର ୩୪୮କୁ ଛୁଇଁଛି। ସରକାରୀ ରିପୋର୍ଟ ଅନୁସାରେ ବାଂଲାଦେଶରେ କୋଭିଡ ମୃତ୍ୟୁ ହାର ୧.୫୭ ପ୍ରତିଶତ ଥିବା ବେଳେ ସୁସ୍ଥତା ହାର ୯୨.୬୫ ପ୍ରତିଶତକୁ ଛୁଇଁଛି।