କାୟା ମେଲାଉଛି କରୋନା: ଗୋଆ ସମେତ ମିଜୋରାମ ଓ ମଣିପୁରରେ ମଧ୍ୟ କୋଭିଡ-୧୯ ସଂକ୍ରମିତ ଚିହ୍ନଟ

Published By : Prameya-News7 Bureau | March 26, 2020 IST

ନୂଆଦିଲ୍ଲୀ ୨୬ ୦୩ ଭାରତର ଗୋଟିଏ ପରେ ଗୋଟିଏ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ କରୋନା କାୟା ବିସ୍ତାର କରିବାରେ ଲାଗିଛି । ବୁଧବାର ସରକାରଙ୍କ ତରଫରୁ ଆସିଥିବା ରିପୋର୍ଟରେ ଗୋଆରେ ୩ଟି ପିଜିଟିଭ୍ ମାମଲା ସାମ୍ନାକୁ ଆସିଥିବା ବେଳେ ମିଜୋରାମ ଓ ମଣିପୁରରେ ମଧ୍ୟ ଗୋଟିଏ ଲେଖାଏଁ ମାମଲା ସାମ୍ନାକୁ ଆସିଛି । ଏପରିକି ୨୦ଟି ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରୁ ୯୪ଟି ମାମଲା ଆସିଛି ।

{"id":244245,"width":749,"height":490,"sizeSlug":"large"}

ବୁଧବାର ଦେଶରେ ୨ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଅହମ୍ମଦାବାଦ ଓ ତାମିଲନାଡୁରେ ୨ଜଣ ପ୍ରାଣ ହରାଇଛନ୍ତି ।

ଦେଶରେ ବୁଧବାର ସୁଦ୍ଧା ୬୫୬ଜଣ କରୋନା ସଂକ୍ରମିତ ହୋଇଛନ୍ତି । ଗତ ୫ ଦିନ ମଧ୍ୟରେ ଦେଶରେ ଦୈନିକ ୬୦ଟି ନୂଆ ମାମଲା ଆସିଛି । ୫୬ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଗୋଆର ତିନିଜଣ ସଂକ୍ରମିତ ନିକଟରେ ସ୍ପେନ୍, ଅଷ୍ଟ୍ରେଲିଆ ଓ ଆମେରିକାରୁ ଫେରିଥିଲେ । ମହାରାଷ୍ଟ୍ରରରେ ମଧ୍ୟ ୧୫ଟି ନୂଆ ମାମଲା ଆସିଛି । ଫଳରେ ଏଠାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୨୨ରେ ପହଁଚିଛି ।

{"id":244247,"width":752,"height":501,"sizeSlug":"large"}

କେରଳରେ ସଂକ୍ରମିତଙ୍କ ସଂଖ୍ୟା ୧୧୮ ଥିବା ବେଳେ କର୍ଣ୍ଣାଟକରେ ୫୧ ଓ ତେଲେଙ୍ଗାନାରେ ୪୧ ରହିଛି । ସୋମ ଓ ମଙ୍ଗଳବାର ଦିଲ୍ଲୀରେ କୌଣସି ନୂଆ ମାମଲା ଆସିନଥିବା ବେଳେ ବୁଧବାର କିନ୍ତୁ ୫ଟି ମାମଲା ଆସିଛି । ସେହିପରି ମଣିପୁର ଓ ମିଜୋରାମରେ ଗୋଟିଏ ଲେଖାଏଁ କରୋନା ପଜିଟିଭ ମାମଲା ରିପୋର୍ଟ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.