oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫାଷ୍ଟଫୁଡ୍ ଦୋକାନରୁ ମାଲିକଙ୍କ ମୃତଦେହ ଉଦ୍ଧାର, ତଦନ୍ତ ଆରମ୍ଭ କଲା ପୋଲିସ୍‌
  • ||
  • ରାୟଗଡ଼ା : ଗୁମ୍ମା ଘାଟିରେ ଦୁର୍ଘଟଣା : ସ୍ୱାମୀ ମୃତ, ସ୍ତ୍ରୀ ଏବଂ ପୁଅ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୯ କୋଭିଡ୍ ପଜିଟିଭ୍
  • ||
  • ମେକ୍ସିକୋ ଧୁଆଁଧାର ଫାୟାରିଂ: ୭ ପୋଲିସ କର୍ମଚାରୀ, ମେୟରଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ
  • ||
  • ଜଲପାଇଗୁଡ଼ିରେ ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ବନ୍ୟାରେ ଭାସି ୭ ମୃତ
  • ||

ଅଗଷ୍ଟରେ ରାଜ୍ୟରେ କମିବ କରୋନାର ପ୍ରକୋପ ! ଅନୁମାନ କରୁଛନ୍ତି ବିଶେଷଜ୍ଞ

31/07/2020 at 9:27 PM

ଭୁବନେଶ୍ୱର, ୩୧|୭ : ରାଜ୍ୟରେ ଅଗଷ୍ଟ ମାସରେ କମିପାରେ କରୋନା ସଂକ୍ରମଣ। ଏଭଳି ଅନୁମାନ କରୁଛନ୍ତି ବିଶେଷଜ୍ଞ।  କାରଣ ସପ୍ତାହେ ଧରି ଆକ୍ରାନ୍ତଙ୍କ ସଂଖ୍ୟରେ ସ୍ଥିରତା ରହିଛି। ସେପଟେ ଭୁବନେଶ୍ବରରେ ଆଜି ଆରମ୍ଭ ହୋଇଛି ମୋବାଇଲ ଟେଷ୍ଟିଂ ବ୍ୟବସ୍ଥା ଆରମ୍ଭ ହୋଇଛି ।

ଅଗଷ୍ଟରେ  କମିପାରେ କରୋନା।  ଏଭଳି ଅନୁମାନ କରୁଛନ୍ତି ବିଶେଷଜ୍ଞ।  କାରଣ ୨୪ ରୁ ୩୧ ଜୁଲାଇରେ କରୋନା ପଜିଟିଭ  ସଂଖ୍ୟା ସ୍ଥିର ରହିଛି ।  ଏପରିକି ହଟସ୍ପଟ ଜିଲ୍ଲାଗୁଡ଼ିକରେ ଟେଷ୍ଟ ବଢାଯାଇଥିଲେ ମଧ୍ୟ ପେଜିଟିଭ ସଂଖ୍ୟା କମିବାରେ ଲାଗିଛି ।  ଯଦି ଏହିପରି କଟକଣା  ଜାରି ରହେ  ଏବଂ ଟେଷ୍ଟିଂ, ଟ୍ରେସିଂ ଓ ଟ୍ରିଟମେଣ୍ଟ ବଢାଯାଏ ତାହେଲେ ଅଗଷ୍ଟ ଶେଷରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିପାରେ ବୋଲି କହିଛନ୍ତି ଆଇ ଏଲ ଏସ ନିର୍ଦେଶକ। ସେହିପରି ରାଜ୍ୟରେ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ ବୋଲି ମଧ୍ୟ ସେ କହିଛନ୍ତି।

ରାଜ୍ୟରେ କରୋନା ସଂକ୍ରମିତ ସଂଖ୍ୟ ୩୦ ହଜାର ପାର କରିଥିବାବେଳେ ସ୍ଥାନୀୟ ସଂକ୍ରମଣ ସଂଖ୍ୟା ବଢ଼ିବାରେ ଲାଗିଛି। ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ଵର୍ତମାନ ସ୍ଥିରତା ରହିଥିଲେ ବି  ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟ ଚିନ୍ତାର ବିଷୟ ହୋଇଛି ।  ରାଜ୍ୟରେ କରୋନା ସଂକ୍ରମଣକୁ  ଆଖି ଆଗରେ ରଖି ଟେଷ୍ଟ ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ଆସନ୍ତା କାଲି ଠାରୁ ଦୈନିକ ୨୦ ହଜାର କରୋନା ଟେଷ୍ଟ ହେବ। ଲକ ଡାଉନ ସଫଳ ହୋଇଛି। ଫଳରେ ଟେଷ୍ଟିଂ ଏବଂ  କଣ୍ଟାକ୍ଟ ଟ୍ରେସିଂ ତ୍ୱରାନ୍ୱିତ କରାଯାଇଛି । ଟେଷ୍ଟିଂ ଉପରେ ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି। ରାଜଧାନୀରେ ଘରକୁ ଘରକୁ ଯାଇ  ସ୍ବାବ ସଂଗ୍ରହ କରିବା ପାଇଁ କୋଭିଡ-19 ମୋବାଇଲ ସାମ୍ପୁଲ କଲେକସନ ଭ୍ୟାନ ଗଡ଼ିଛି ।

   Related Posts