ଚୀନରୁ ସୃଷ୍ଟି ହୋଇଛି କରୋନା ଭାଇରସ କିନ୍ତୁ ଲ୍ୟାବରେ ନୁହେଁ: ଆମେରିକା ଗୁଇନ୍ଦା ସଂସ୍ଥାର ରିପୋର୍ଟ

Published By : Prameya-News7 Bureau | April 30, 2020 IST

ମୁମ୍ବାଇ, ୩୦|୦୪: ସାରା ବିଶ୍ୱ ଏବେ କରୋନା ସଙ୍କଟ ମଧ୍ୟରେ ଗତି କରୁଛି । ଚୀନରୁ ସାରା ବିଶ୍ୱକୁ ବ୍ୟାପିଥିବା ଏହି ଭାଇରସ ଏବେସୁଦ୍ଧା ୨ଲକ୍ଷ ୨୦ ହଜାରରୁ ଅଧିକ ଜୀବନ ନେଲାଣି । ତେବେ ଏହି ଭାଇରସ ଚୀନ ଲ୍ୟାବରୁ ତିଆରି ହୋଇଥିବା ଅଭିଯୋଗ ହେଉଛି । ତେବେ ଆମେରିକାର ଗୁଇନ୍ଦା ସଂସ୍ଥା ଏହା ମାନବକୃତ ନୁହେଁ ବୋଲି ସୂଚନା ଦେଇଛି ।

ଆମେରିକୀୟ ଗୁଇନ୍ଦା ସଂସ୍ଥାର ନିର୍ଦ୍ଦେଶକ କହିଛନ୍ତି ଯେ, କରୋନା ଭାଇରସ ଲ୍ୟାବରେ ପ୍ରସ୍ତୁତ ହୋଇନଥିବା ନେଇ ଅନେକ ବୈଜ୍ଞାନିକ କାରଣ ରହିଛି ।  ସଂସ୍ଥା ଅଧିକରୁ ଅଧିକ ତଥ୍ୟ ସନ୍ଧାନ କରୁଛି । ତେବେ ଏହା କିପରି ବ୍ୟାପିଲା ସେନେଇ ତଦନ୍ତ ଚାଲିଛି । କିପରି ଏହା ସଂକ୍ରମିତ ପ୍ରାଣୀଙ୍କଠାରୁ ମନୁଷ୍ୟ ଶରୀରକୁ ଆସିଲା ତାହାର ଯାଂଚ ହେଉଛି । ତେବେ ଏହା ଉହାନ ଲ୍ୟାବରୁ ସୃଷ୍ଟି ହୋଇଛି ନା ନାହିଁ ସେଦିଗକୁ ମଧ୍ୟ ଦୃଷ୍ଟି ଦିଆଯାଉଛି ।

ସୂଚନାଯୋଗ୍ୟ, କରୋନା ଭାଇରସ ସାରା ବିଶ୍ୱରେ ୨ ଲକ୍ଷ ୨୮ ହଜାରରୁ ଅଧିକ ଜୀବନ ନେଇଥିବା ବେଳେ ୩୨ଲକ୍ଷରୁ ଅଧିକଙ୍କୁ ସଂକ୍ରମିତ କରିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.