ଚୀନରେ ଡ୍ରାଗନ ଫ୍ରୁଟରେ କରୋନା ଭାଇରସ ଚିହ୍ନଟ: ସବୁ ସୁପରମାର୍କେଟ ବନ୍ଦ

Published By : Prameya-News7 Bureau | January 06, 2022 IST

ନୂଆଦିଲ୍ଲୀ ୦୬/୦୧ : କରୋନା ସଂକ୍ରମଣ ଦୁଇ ବର୍ଷ ହେଲା ସାରା ଦୁନିଆକୁ କଲବଲ କରୁଛି। କରୋନା ମୁକାବିଲା ପାଇଁ ସବୁ ଦେଶ ସବୁ ପ୍ରକାର ପଦକ୍ଷେପ ନେଉଛନ୍ତି। ଇତି ମଧ୍ୟରେ ଚୀନରୁ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଚୀନରେ ଡ୍ରାଗନ ଫ୍ରୁଟରେ କରୋନା ଭାଇରସ ଚିହ୍ନଟ ହୋଇଛି। ଖବର ସାମ୍ନାକୁ ଆସିବା ପରେ ହଇଚଇ ସୃଷ୍ଟି ହୋଇଛି ଓ ଦେଶର ସବୁ ସୁପରମାର୍କେଟ ବନ୍ଦ କରାଯାଇଛି।

କରୋନା ଭାଇରସ ଚିହ୍ନଟ ହୋଇଥିବା ଡ୍ରାଗନ ଫ୍ରୁଟ ଭିଏତନାମରୁ ଆସିଥିଲା। ତେବେ ଏବେ ଯାଏଁ ଖାଦ୍ୟପେୟ ସାମଗ୍ରୀରୁ ସଂକ୍ରମଣ ବିସ୍ତାର କରିବାର କୌଣସି ପ୍ରମାଣ ମିଳିନାହିଁ। 

ରିପୋର୍ଟ ଅନୁଯାୟୀ, ଚୀନର ଝୋଜିୟାଙ୍ଗ ଓ ଜିୟାଙ୍ଗଶୀ ପ୍ରାନ୍ତର ପ୍ରାୟ ୯ଟି ସହରରେ ଫଳର ଯାଞ୍ଚ କରାଯାଇଛି ଓ ଏଥିରେ କରୋନା ଭାଇରସ ଚିହ୍ନଟ ହୋଇଛି। ଡ୍ରାଗନ ଫ୍ରୁଟରେ ଭାଇରସ ଚିହ୍ନଟ ହେବା ପରେ ପ୍ରଶାସନ ପଦକ୍ଷେପ ନେଇଛି। ବିଦେଶରୁ ଆସୁଥିବା ଖାଦ୍ୟପେୟ ସାମଗ୍ରୀର ଯାଞ୍ଚ ଆରମ୍ଭ କରାଯାଇଛି। ତାଛଡା ଫ୍ରୁଟ କିଣିଥିବା ଲୋକଙ୍କୁ କ୍ୟାରେଣ୍ଟାଇନ ହେବାକୁ ନିର୍ଦ୍ଦେଶ ଜାରି କରାଯାଇଛି। ଭିଏତନାମରୁ ୨୦୨୧ ରେ ଏହି ଫ୍ରୁଟ ଚୀନକୁ ଆସିଥିଲା ଯେଉଁଥିରେ ଭାଇରସ ଚିହ୍ନଟ ହୋଇଛି। ଏହାପରେ ୨୦୨୨ ଜାନୁଆରୀ ୨୬ ଯାଏଁ ଫ୍ରୁଟ ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.