କରୋନାରେ ସାରା ବିଶ୍ୱ ଥରହର: ଏସିଆ, ୟୁରୋପ ଓ ଆମେରିକାରେ ଅସମ୍ଭାଳ ସ୍ଥିତି

Published By : Prameya-News7 Bureau | March 14, 2020 IST

ନୂଆଦିଲ୍ଲୀ, ୧୪|୦୩:    ୟୁରୋପରୁ ଆମେରିକା ବେଜିଂରୁ ଦିଲ୍ଲୀ ଏବେ କରୋନା ଚିନ୍ତାରେ ଲୋକେ ଭୟବୀତ ।  ବିଶ୍ବରେ ଏବେ ୧ ଲକ୍ଷ ୪୫ ହଜାରରୁ ଅଧିକ ଲୋକ କରୋନା ଭାଇରସ ସଂକ୍ରମଣରେ  ଆକ୍ରାନ୍ତ ହୋଇଥିବା ବେଳେ ୫ ହଜାରରୁ ଅଧିକ ଲୋକଙ୍କ ପ୍ରାଣ ନେଲାଣି ଏହି ରୋଗ । କରୋନାକୁ ବିଜ୍ଞପିତ ବିପର୍ଯ୍ୟୟ ଭାବେ ଘୋଷଣା କରିଛି ଗୃହ ମନ୍ତ୍ରଣାଳୟ । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୦ରୁ ଅଧିକ ଟପିଲାଣି।

{"id":238456,"width":745,"height":506,"sizeSlug":"large"}

ବାଙ୍ଗାଲୋରରୁ ଦିଲ୍ଲୀ, ବଲାଙ୍ଗୀରରୁ ପୁରୀ । ଏବେ ଭୟ । କରୋନା ଭୟ। ଚାରିଆଡ଼େ ସାନିଟାଇଜର ସିଞ୍ଚନ କରାଯାଉଛି । ସୋସିଆଲ ମିଡିଆରୁ ସହର ସବୁଠି ସଚେତନ କରାଯାଉଛି । ଲୋକେ ବାହାରକୁ ଯିବାକୁ ଡରିଲେଣି । ମୁହଁରେ ମାସ୍କ ଓ ଦେହରେ ଆପ୍ରୋନ ପିନ୍ଧି ବିଭିନ୍ନ ସ୍ଥାନ ସାନିଟାଇଜ କରୁଛନ୍ତି ଟେକନିକାଲ ଟିମ୍‌। ଗଳି ଗଳିରେ ସିଞ୍ଚନ କରାଯାଉଛି ବିଶୋଧକ ଲିକ୍ବିଡ।

{"id":238457,"width":753,"height":470,"sizeSlug":"large"}

କରୋନା ଭାଇରସର ଭୟାଭୟତାକୁ ଦୃଷ୍ଟିରେ ରଖି ଭାରତ ସରକାର ଏହାକୁ ବିଜ୍ଞପିତ ବିପର୍ଯ୍ୟୟ ଘୋଷଣା କରିଛନ୍ତି । କରୋନାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରୁ ୪ ଲକ୍ଷ ଟଙ୍କା ସହାୟତା ଦିଆଯିବ । ସେହିପରି ରୋଗୀଙ୍କ ଚିକିତ୍ସାରେ ସହାୟତା କରୁଥିବା ବ୍ୟକ୍ତିଙ୍କ ମୃତ୍ୟୁ ହେଲେ ଅନୁରୂପ ସହାୟତା ଦିଆଯିବ । ଦେଶରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୮୫କୁ ବୃଦ୍ଧି ପାଇଛି । ତେବେ ୧୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।  ଏଯାଏ ଦେଶର ବିଭିନ୍ନ ବିମାନ ବନ୍ଦରରେ ବିଦେଶରୁ ଆସୁଥିବା ପ୍ରାୟ ୧୨ ଲକ୍ଷ ଲୋକଙ୍କ ସ୍କ୍ରିନିଂ କରାଯାଇଛି ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦିପ ସିଂ ପୁରୀ।

{"id":238458,"width":748,"height":511,"sizeSlug":"large"}

ଭାରତରେ କରୋନା  ଭାରରସ ଯୋଗୁ କର୍ଣ୍ଣାଟକ ଓ ଦିଲ୍ଲୀରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି। ଏଣୁ ସେଠାରେ ସାନିଟାଇଜେସନ ଉପରେ ଅଧିକ ଗୁରୁବ୍ ଦିଆଯାଇଛି। କରୋନା ଭାଇରସ ମୁକିବିଲା ପାଇଁ ପଶ୍ଚିମବଙ୍ଗ ସରକାର ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଭୁଟାନକୁ ଲାଗିଥିବା ସୀମାକୁ ସିଲ୍ କରିଛି। ଏପଟେ ନାଗପୁରରେ ସରକାରୀ ହସ୍ପିଟାଲରେ  ଚିକିତ୍ସିତ ହେଉଥିବା ୪ ଜଣ କରୋନା ସନ୍ଦିଗ୍ଧ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ନଜଣାଇ ଘରକୁ ଚାଲିଆସିଥିଲେ।  ପରେ ସେମାନଙ୍କୁ ଠାବ କରାଯିବାପରେ ହସ୍ପିଟାଲକୁ ଯିବାକୁ ପରାମର୍ଶ ଦିଆଯାଇଛି। 

ସାରା ବିଶ୍ବକୁ କବଳିତ କରିଛି ଏହି ପ୍ରାଣଘାତକ ଭାଇରସ । ପ୍ରତିଦିନ ଏହି ଭାଇରସ ନେଉଛି ମୁଣ୍ଡ। ଏଯାଏ ବିଶ୍ବରେ ୧ ଲକ୍ଷ ୪୫ ହଜାରରୁ ଅଧିକ ଲୋକ କରୋନା ଭାଇରସ ସଂକ୍ରମଣରେ ଆକ୍ରାନ୍ତ ହୋଇଥିବା ବେଳେ ୫ ହଜାରରୁ ଅଧିକ ଲୋକଙ୍କ ପ୍ରାଣ ନେଲାଣି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏବେ ଇୟୁରୋପକୁ କରୋନା ମହାମାରୀର ଏପିସେଣ୍ଟର ବୋଲି ଘୋଷଣା କରିଛି । କୋଭିଡ -୧୯ ମହାମାରୀକୁ ଟ୍ରମ୍ପ ପ୍ରଶାସନ ଜାତୀୟ ବିପତ୍ତି ବୋଲି ଘୋଷଣା କରିଛି।  ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରୋନା ସଂକ୍ରମଣରେ ଆକ୍ରାନ୍ତ ହୋଇଛନ୍ତି କି ନାହିଁ  ସେଥିଲାଗି ତାଙ୍କର ହେବ ସ୍ବାସ୍ଥ୍ୟ ପରୀକ୍ଷା।

{"id":238460,"width":754,"height":437,"sizeSlug":"large"}

ଚୀନର ଉହାନରେ ଏହି କରୋନା ବିପର୍ଯ୍ୟୟ ସୃଷ୍ଟି କରିଥିବା ବେଳେ ଚୀନ କରୋନା ଚିହ୍ନଟର ପ୍ରଥମ କିଟ୍‌ ପ୍ରସ୍ତୁତ କରିଛି। ଟାଇଫଏଡ, ମ୍ୟାଲେରିଆ ଭଳି କିଟ୍‌ ମାଧ୍ୟମରେ ଏହାକୁ ତୁରନ୍ତ ପରୀକ୍ଷଣ କରାଯାଇପାରିବ। ଖୁବଶୀଘ୍ର ଏହି କିଟ୍‌ ବିଶ୍ବର ଅନ୍ୟଭାଗକୁ ଛାଡ଼ିବ ଚୀନ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.