ବିଶ୍ବର ୨୯ଟି ଦେଶକୁ ବ୍ୟାପିଛି ‘କରୋନା’ ଭାଇରସ୍, ଚୀନ୍‌ରେ ୨୦୦୦ ଟପିଲାଣି ମୃତ୍ୟୁ ସଂଖ୍ୟା

Published By : Prameya-News7 Bureau | February 20, 2020 IST

ବେଜିଂ ୨୦।୨: ଚୀନରେ କରୋନା ଭାଇରସ୍ ଜନିତ ମୃତ୍ୟୁ ସଂଖ୍ୟା ୨ହଜାର ୧୨୦ରେ ପହଞ୍ଚିଛି । ଆକ୍ରାନ୍ତ ସଂଖ୍ୟା ୭୬ ହଜାର ୨୬୨କୁ ବୃଦ୍ଧି ପାଇଛି । ଚୀନରୁ ବିଶ୍ବର ୨୯ଟି ଦେଶକୁ ବ୍ୟାପିଥିବା କରୋନା ଭାଇରସ୍ ଜନିତ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢି ବଢି ଚାଲିଛି । ହୁବେଇ ସ୍ବାସ୍ଥ୍ୟ କମିଶନ କହିଛନ୍ତି, କେବଳ ବୁଧବାର ଗୋଟିଏ ଦିନରେ ରାଜ୍ୟରେ କରୋନା ଭାଇରସ୍ ଯୋଗୁଁ ୧୦୮ ଜଣଙ୍କର ମୃତ୍ୟୁ ହୋଇଛି । 

ସମଗ୍ର ବିଶ୍ବରେ କରୋନା ଭାଇରସ୍ ଯୋଗୁଁ ୨ ହଜାର ୧୨୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କେବଳ ଚୀନରେ ମୃତକଙ୍କ ସଂଖ୍ୟା ହେଉଛି ୨ ହଜାର ୧୧୨ । ଏଥିରୁ ଉହାନ ସହରରେ ଏହି ସଂଖ୍ୟା ସର୍ବାଧିକ ବୋଲି ଜଣାପଡ଼ିଛି । ହଂକଂ ଓ ଇରାନରେ ୨ଜଣ ଲେଖାଏଁ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ, ତାଇୱାନ, ଜାପାନ, ଫିଲିପାଇନ୍ସ ଏବଂ ଫ୍ରାନ୍ସରେ ଜଣେ ଲେଖାଏଁ ଲୋକଙ୍କ ମୃତ୍ୟୁ ହୋଇଛି । ବିଶ୍ବର ପ୍ରାୟ ୨୯ଟି ଦେଶ ସୁନିଶ୍ଚିତ କରିଛନ୍ତି ଯେ, ବର୍ତ୍ତମାନ ସମୟରେ ସେମାନେ ଚୀନ୍ ସହିତ ବାଣିଜ୍ୟିକ ଓ ଅନ୍ୟାନ୍ୟ ଯାତ୍ରା ସଂପର୍କ ରଖିବେ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.