କରୋନାର ଲମ୍ବା ଲମ୍ଫ; ୨୪ ଘଣ୍ଟାରେ ବିଶ୍ବରେ ସର୍ବାଧିକ ସଂକ୍ରମଣ, ୭ଦିନରେ ୧୦ ହଜାର ମୃତ !

Published By : Prameya-News7 Bureau | December 21, 2022 IST

ନୂଆଦିଲ୍ଲୀ: ପୁଣି କଡ଼ ଲେଉଟାଉଛି କରୋନା । ଲମ୍ବା ଲମ୍ଫ ମାରୁଛି ଭୂତାଣୁ । ଚୀନରୁ ଆରମ୍ଭ ହୋଇ ପୁଣି ଥରେ ସାରା ବିଶ୍ବକୁ କବଳିତ କରୁଛି ମାରାତ୍ମକ ଭାଇରସ୍ । ଚୀନ୍ ପରେ ଆମେରିକା, ଜାପାନ, ବ୍ରାଜିଲ୍, ଦକ୍ଷିଣ କୋରିଆ, ଜର୍ମାନୀ ଆଦି ଦେଶକୁ କବଜା କରୁଛି ମହାମାରୀ କରୋନା । ଗତ ୨୪ ଘଣ୍ଟାରେ ଭୂତାଣୁ ଲମ୍ବ ଡିଆଁ ମାରିଛି । କରୋନାର ତୃତୀୟ ଲହର ଆଶଙ୍କା କରାଯାଉଥିବାବେଳେ ଏହାକୁ ନେଇ ପୁଣି ଥରେ ଭୟଭୀୟ ହୋଇଛନ୍ତି ଲୋକ ।  

ଚୀନ୍ ପରେ ଏବେ ବିଶ୍ବବାସୀଙ୍କୁ ଡରାଇଲାଣି କରୋନା । ଗତ ୭ଦିନ ମଧ୍ୟରେ ସଂକ୍ରମଣ ମାମଲା ଲଗାତାର ଭାବେ ବଢ଼ିବାରେ ଲାଗିଛି କରୋନା । ୩୬ ଲକ୍ଷ କରୋନା କେସ୍ ରେକର୍ଡ କରାଯାଇଥିବାବେଳେ  ୧୦ହଜାରରୁ ଅଧିକ ମୃତ୍ୟୁ ହୋଇଛି । ଗତ ୨୪ ଘଣ୍ଟାରେ  ଆମେରିକାରେ ୨୨,୫୭୮ ମାମଲା ରେକର୍ଡ କରାଯାଇଛି । ସେହିପରି ଜାପାନରେ ୭୨,୨୯୭ କେସ୍ ରେଜିଷ୍ଟ୍ରାସନ ହୋଇଛି । ଜର୍ମାନୀରେ ୫୫,୦୧୬ଟି ମାମଲା, ବ୍ରାଜିଲରେ ୨୮,୫୭୯ଜଣ କରୋନାରେ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ  ଦକ୍ଷିଣ କୋରିଆରେ ୨୬,୬୨୨ ମାମଲା ରେକର୍ଡ କରାଯାଇଛି ।  ଫ୍ରାନ୍ସରେ ଗତ ୧୪ ଘଣ୍ଟାରେ  ୮,୨୧୩ କେସ୍ ସାମ୍ନାକୁ ଆସିଛି । ସେହିପରି ତାଇଓ୍ବାନରେ ୧୦,୩୫୯ ଏବଂ ଋଷରେ ୬,୩୪୧ କେସ୍ ଚିହ୍ନଟ କରାଯାଇଛି ।

ମହାମାରୀ ଭୂତାଣୁ ଯୋଗୁ ଗତ ୭ଦିନରେ ୧୦ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଚୀନ୍ ବ୍ୟତୀତ ଆର୍ଜେଣ୍ଟିନା, ବ୍ରାଜିଲ୍, ଜାପାନରେ ଦ୍ରୁତ ଗତିରେ ବଢିବାରେ ଲାଗିଛି କୋଭିଡ୍-୧୯ ଭାଇରସ୍ । ଭୂତାଣୁର ଦ୍ରୁତ ସଂକ୍ରମଣ ଯୋଗୁ ଆଗୁଆ ପଦକ୍ଷେପ ନେଇଛନ୍ତି ଭାରତ ସରକାର । କରୋନା ନେଇ ସମୀକ୍ଷା ବୈଠକ ଡାକିଛନ୍ତି କେନ୍ଦ୍ର ସରକାର ।

ଗତ ୭ଦିନରେ ବିଶ୍ବରେ ୩,୬୩୨,୧୦୯ କେସ୍ ରେକର୍ଡ କରାଯାଇଛି । କେବଳ ଜାପାନରେ ୧୦,୫୫,୫୭୮ ମାମଲା ସାମ୍ନାକୁ ଆସିଛି । ଦକ୍ଷିଣ କୋରିଆରେ ୪,୬୦,୭୬୬, ଫ୍ରାନ୍ସରେ ୩,୮୧,୧୮୪, ବ୍ରାଜିଲରେ ୨,୮୪,୨୦୦, ଆମେରିକାରେ ୨,୭୨,୦୭୫, ଜର୍ମାନୀରେ ୨,୨୩,୨୨୭, ହଂକଂରେ ୧,୦୮,୫୭୭, ତାଇଓ୍ବାନରେ ୧,୦୭,୩୮୧ ମାମଲା ସାମ୍ନାକୁ ଆସିଛି।

ସେହିପରି ଗତ ୭ଦିନ ମଧ୍ୟରେ ୧୦ ହଜାର ଲୋକଙ୍କ ମୃତ୍ୟୁ ହୋଇଛି । ଭୂତାଣୁ ସଂକ୍ରମଣରେ ଜାପାନରେ ୧,୬୭୦ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଆମେରିକାରେ ୧୬୦୭ଜଣ ପ୍ରାଣ ହରାଇଛନ୍ତି । ଚୀନରେ ସର୍ବାଧିକ କେସ୍ ସାମ୍ନାକୁ ଆସିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.