ବୁର୍ଲା ଭୀମସାରରେ ଦୁବାଇ ଫେରନ୍ତା କରୋନା ସନ୍ଦିଗ୍ଧ : ରକ୍ତ ନମୁନା ପରୀକ୍ଷା ପାଇଁ RMRC ପଠାଗଲା

Published By : Prameya-News7 Bureau | March 04, 2020 IST

ସମ୍ବଲପୁର ୪।୩: ସମ୍ବଲପୁର ବୁର୍ଲା ସ୍ଥିତ ଭୀମସାରରେ କରୋନା ଭାଇରସ୍ ସନ୍ଦିଗ୍ଧ ଚିହ୍ନଟ ହୋଇଛନ୍ତି । ସୋନପୁର ଜଣେ ବ୍ୟକ୍ତିଙ୍କୁ କରୋନା ସଂକ୍ରମଣ ହୋଇଥିବା ସନ୍ଦେହ କରି ବୁର୍ଲା ଭୀମସାରର ସ୍ବତନ୍ତ୍ର ଆଇସିୟୁରେ ଭର୍ତ୍ତି କରାଯାଇଛି । ସେ ଦୁବାଇରୁ ସଂକ୍ରମଣ ହୋଇଥିବା ଆଶଙ୍କା କରାଯାଉଛୁ । ବୁଧବାର ତାଙ୍କର ରକ୍ତ ନମୂନା ସଂଗ୍ରହ କରି ଭୁବନେଶ୍ବର ଆରଏମଆରସିକୁ ପଠାଯାଇଛି ବୋଲି ବୁର୍ଲା ସଂକ୍ରମଣ ବିଭାଗ ମୁଖ୍ୟ ଡକ୍ଟର ସୁଦର୍ଶନ ପୋଥାଲ୍ ସୂଚନା ଦେଇଛନ୍ତି । ତାଙ୍କଠାରେ କାଶ, ଥଣ୍ଡା ଓ ଜ୍ବର ଲାଗି ରହିଥିବା ଡାକ୍ତର କହିଛନ୍ତି । ଫଳରେ ତାଙ୍କୁ ଆଇସୋଲେସନରେ ରଖାଯାଇଛି । ତାଙ୍କ ଘର ସୋନପୁର ଡୁଙ୍ଗରୁପାଲିରେ ବୋଲି ଜଣାପଡିଛି ।

{"id":232597,"width":579,"height":328,"sizeSlug":"large"}

ଅନ୍ୟପଟେ ପାରାଦୀପରେ ଚିହ୍ନଟ ହୋଇଥିବା ଦୁଇ କରୋନା ସନ୍ଦିଗ୍ଧଙ୍କ ସାମ୍ପୁଲ ପରୀକ୍ଷା ପାଇଁ ପଠାଯାଇଛି । ଭୁବନେଶ୍ବର RMRC ମାଧ୍ୟମରେ ପୁଣେ ସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି (NIV)କୁ ସେମାନଙ୍କ ସାମ୍ପଲ ପରୀକ୍ଷା ପାଇଁ ପଠାଯାଇଥିବା ସୂଚନା ମିଳିଛି । ପାରାଦୀପରେ ଲାଗିଥିବା ଏକ ଜାହାଜରେ ୨ ଜଣ ଅସୁସ୍ଥ ହେବା ପରେ ଦେଖାଦେଇଛି ଭୟ । ସିଙ୍ଗାପୁରରୁ ପାରାଦୀପ ବନ୍ଦରକୁ ଆସିଥିବା ଜାହାଜର ଏହି ଦମ୍ପତିଙ୍କୁ SCBରେ ଭର୍ତ୍ତି କରାଯାଇଛି । ସିଙ୍ଗାପୁରରୁ ପାରାଦୀପ ଆସିଥିବା ସେନଷ୍ଟାର ନାମକ ଜାହାଜର କର୍ମଚାରୀ ତଥା ସେକେଣ୍ଡ ଇଂଜିନିୟର ଓ ତାଙ୍କ ପତ୍ନୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ସମୟରେ ଥଣ୍ଡା ଓ ଜ୍ବର ଥିବା ଦେଖାଯାଇଥିଲା । ଏହି ଦମ୍ପତିଙ୍କୁ ସ୍ବତନ୍ତ୍ର ଆମ୍ବୁଲାନ୍ସ ଯୋଗେ ତୁରନ୍ତ କଟକ ବଡ଼ ଡାକ୍ତରଖାନାକୁ ଚିକିତ୍ସା ଲାଗି ସ୍ଥାନାନ୍ତର କରାଯାଇଥିଲା ।

{"id":232551,"sizeSlug":"large"}

କରୋନା ସଂକ୍ରମିତ ଦେଶରୁ ରାଜ୍ୟକୁ ଫେରିଥିବା ୧୧୫ଜଣଙ୍କ ଉପରେ ନଜର ରଖିଛି ସ୍ବାସ୍ଥ୍ୟ ବିଭାଗ । ଜଣେ ବ୍ୟକ୍ତିଙ୍କୁ ଅବଜରଭେସନ୍ ରେ ରଖାଯାଇଥିବା ବେଳେ ୪୨ ଜଣ ଘରୋଇ ଆଇସୋଲେସନ୍ ରେ ରହିଛନ୍ତି ।

{"id":232598,"width":579,"height":431,"sizeSlug":"large"}

ସେପଟେ ରାଜ୍ୟର ଭୁବନେଶ୍ବର ଓ ଝାରସୁଗୁଡ଼ା ବିମାନବନ୍ଦର ଦେଇ ବାହାରୁ ଆସୁଥିବା ଯାତ୍ରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଛି । ସେହିପରି ରେଳ ଷ୍ଟେସନରେ ମଧ୍ୟ ଯାତ୍ରୀଙ୍କ ଉପରେ ନଜର ରଖାଯାଇଛି । ତେବେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସଚେତନତା ଲାଗି ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ମଧ୍ୟ ଖୋଲାଯାଇଛି।  ଟୋଲ ଫ୍ରି ନମ୍ବର ଜାରି ହୋଇଛି । ଏହି ନମ୍ବର ୨ଟି ହେଲା ୦୬୭୪-୨୩୯୦୪୬୬, ୯୪୩୯୯୯୪୮୫୭ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.