ନୂଆଦିଲ୍ଲୀ, ୨୬|୦୩: ସାରା ଦେଶ ଏବେ କରୋନା ସହ ଲଢେଇ କରୁଛି । ୨୧ ଦିନ ଯାଏଁ ଦେଶରେ ଲକଡାଉନ ଘୋଷଣା କରାଯାଇଛି । ଏହା ମଧ୍ୟରେ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି । କରୋନା ସଂକ୍ରମିତ ହାର କମିଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି । ଗତ ୨୪ ଘଣ୍ଟା ମଧ୍ୟରେ ମାତ୍ର ୪୨ଟି ନୂଆ ମାମଲା ସାମ୍ନାକୁ ଆସିଛି । ଏହାସହ ୪ଜଣ ପ୍ରାଣ ହରାଇଥିବା ମନ୍ତ୍ରାଳୟ କହିଛି ।
wp:core-embed/twitter {"url":"https://twitter.com/ANI/status/1243128451256569857?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1243128451256569857\u0026ref_url=https%3A%2F%2Faajtak.intoday.in%2Fstory%2Fcorona-virus-42-new-case-4-deaths-in-24-hours-health-ministry-1-1174980.html","type":"rich","providerNameSlug":"twitter","className":""} /wp:core-embed/twitterସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ୍ ଅଗ୍ରଓ୍ୱାଲ କହିଛନ୍ତି ଯେ, କରୋନା ଭାଇରସରେ ଏବେସୁଦ୍ଧା ୧୩ଜଣ ପ୍ରାଣ ହରାଇଛନ୍ତି । ମୋଟ ୬୪୯ଟି ମାମଲା ସାମ୍ନାକୁ ଆସିଛି । ଗତ ୨୪ ଘଣ୍ଟାରେ ୪୨ଟି ନୂଆ ମାମଲା ଆସିଛି । କରୋନା ପାଇଁ ସ୍ୱତନ୍ତ୍ର ମେଡିକାଲ ପ୍ରତିଷ୍ଠା କାର୍ଯ୍ୟ ୧୭ଟି ରାଜ୍ୟରେ ଆରମ୍ଭ ହୋଇଯାଇଛି ।
ଏହି ସମୟରେ ସେ ଜନତାଙ୍କୁ ସତର୍କ ଓ ସଚେତନ ରହିବାକୁ ପରାମର୍ଶ ଦେଇଛନ୍ତି । ଆଶା ଓ ଅଙ୍ଗନବାଡି କର୍ମୀଙ୍କୁ କରୋନା ମୁକାବିଲା ପାଇଁ ପ୍ରଦାନ କରାଯାଉଛି । ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିଲେ ମଧ୍ୟ ହାର ଅପେକ୍ଷାକୃତ ସ୍ଥିର ରହିଛି । ଏହା କେବଳ ପ୍ରାରମ୍ଭିକ ଟ୍ରେଣ୍ଡ ବୋଲି ସେ କହିଛନ୍ତି ।
ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ଆହୁରି ୨୫ଟି ବେସରକାରୀ ଲ୍ୟାବକୁ ସଂକ୍ରମଣର ଯାଂଚ ପାଇଁ ଅନୁମତି ପ୍ରଦାନ କରାଯାଇଛି । ସାମ୍ପୁଲ କଲେକ୍ସନ ପାଇଁ ୨୦ ହଜାରରୁ ଅଧିକ ସେଣ୍ଟର ରହିଛି । ସାରା ଦେଶର ଡାକ୍ତରଙ୍କୁ ଅନଲାଇନରେ ଟ୍ରେନିଂ ଦିଆଯାଉଥିବା କୁହାଯାଇଛି ।