ପୋଲିସ ସ୍କାନରରେ କ୍ୱାରେଣ୍ଟାଇନ ଖିଲାପକାରୀ, ମାମଲା ରୁଜୁ

Published By : Prameya-News7 Bureau | March 22, 2020 IST

କଟକ, ୨୨|୦୩: ସାରା ବିଶ୍ୱରେ କରୋନା ଆତଙ୍କ ସୃଷ୍ଟି କରିଛି। ଭାରତରେ ମଧ୍ୟ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଛି। ବିଦେଶରୁ ଦେଶକୁ ଆସୁଥିବା ନାଗରିକଙ୍କ ଉପରେ କଡା ନଜର ରଖାଯାଉଛି। ସେମାନଙ୍କୁ ବିମାନ ବନ୍ଦରରେ ସ୍କ୍ରିନିଂ କରାଯିବ ସହ କ୍ୱାରେଣ୍ଟାଇନରେ ରହିବାକୁ ପରାମର୍ଶ ଦିଆଯାଉଛି। ଏପରିକି ଏହାକୁ ଅମାନ୍ୟ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କେନ୍ଦ୍ର ଓ ବିଭିନ୍ନ ରାଜ୍ୟ ସରକାର କହିସାରିଛନ୍ତି।  

{"id":242568,"width":756,"height":425,"sizeSlug":"large"}

ଓଡିଶାରେ ମଧ୍ୟ ୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସରକାର ବିଦେଶରୁ ରାଜ୍ୟକୁ ଆସିଥିବା ଲୋକଙ୍କୁ ପଞ୍ଜୀକରଣ କରିବାକୁ କହିଛନ୍ତି। ଏପରିକି ହୋମ ଆଇସୋଲେସନରେ ମଧ୍ୟ ରହିବାକୁ ପରାମର୍ଶ ଦିଆଯାଇଛି। ତେବେ ଏହାକୁ  ଖିଲାପ କରିଥିବା ୧୪ଜଣଙ୍କୁ ଚିହ୍ନଟ କରିଛି କଟକ ପୋଲିସ। ଏପରିକି ସେମାନଙ୍କ ଘରକୁ ଯାଇ ମଧ୍ୟ ପ୍ରଶାସନିକ ଅଧିକାରୀ, ପୋଲିସ ସ୍ଥିତି ପରୀକ୍ଷା କରିଛନ୍ତି।

{"id":242570,"width":753,"height":423,"sizeSlug":"large"}

କ୍ୱାରେଣ୍ଟାଇନକୁ ଅମାନ୍ୟ କରିଥିବା ୧୪ ଜଣଙ୍କ କଟକର ବିଭିନ୍ନ ସ୍ଥାନରେ ଚିହ୍ନଟ କରାଯାଇଛି। ସେମାନେ ଏବେ ଆଇସୋଲେସନରେ ରହିଛନ୍ତି। ତେବେ ଜଣେ ଯୁବକଙ୍କ ବିରୋଧରେ ଏକ ମାମଲା ମଧ୍ୟ ରୁଜ୍ଜୁ କରାଯାଇଥିବା  ଓ ତାଙ୍କୁ ଆଇସୋଲେସନରେ ରଖାଯାଇଥିବା ପୋଲିସ ସୂଚନା ଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.