ଟିକାକରଣର ୨-୩ ଦିନ ପୂର୍ବରୁ ରାଜ୍ୟକୁ ଆସିବ ଭ୍ୟାକ୍ସିନ, ୧୬୦ଟି ସ୍ଥାନରେ ଦିଆଯିବ ଟିକା

Published By : Prameya-News7 Bureau | January 11, 2021 IST

ଭୁବନେଶ୍ବର ୧୧।୧: ଟିକାକରଣର ଦୁଇ ତିନି ଦିନ ପୂର୍ବରୁ ରାଜ୍ୟକୁ ଆସିପାରେ ଟିକା । ଆସନ୍ତା ୧୬ ତାରିଖରେ ଦେଶରେ ଟିକାକରଣ ନେଇ ପୂର୍ବରୁ ସୂଚନା ଦିଆଯାଇଥିଲା । ତେବେ ଏହା ପୂର୍ବରୁ ରାଜ୍ୟରେ ଟିକା ପହଞ୍ଚିପାରେ ବୋଲି କୁହାଯାଉଛି ।

ଓଡ଼ିଶାର ୧୬୦ଟି ସ୍ଥାନରେ ଟିକାକରଣ ହେବ । ଦୁଇଟି ସ୍ଥାନରେ ଟୁ ଓ୍ବେ କମ୍ୟୁନିକେଶନ ରହିବ । ଡିଏଚଏଚ ସୁନ୍ଦରଗଡ଼ ଓ କ୍ୟାପିଟାଲ ହସ୍ପିଟାଲରେ ରହିବ ଏହି ବ୍ୟବସ୍ଥା । ସିଧାସଳଖ ଏହି ଦୁଇ ସ୍ଥାନରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଟିକା ସମ୍ପର୍କରେ ଫିଡ୍ ବ୍ୟାକ୍ ନେଇପାରିବେ । ଟିକାକରଣକୁ ସୁପରିଚାଳନା କରିବା ପାଇଁ ରାଜ୍ୟସ୍ତରରେ ଷ୍ଟେଟ୍ ମନିଟରିଂ ଟିମ୍ ଗଠନ ହୋଇଛି । ସେମାନେ ଜିଲ୍ଲା ସ୍ତରରେ ଯାଇ ମନିଟରିଂ କରିବେ ।

ସେପଟେ କରୋନା ଟିକାକରଣ ପାଇଁ ୧୭, ୧୮ ଓ ୧୯ରେ ହେବାକୁ ଥିବା ପଲସ ପୋଲିଓ ଟୀକା କରଣ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.