ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିକୁ ସବୁ ତଥ୍ୟ ଦେଲା କମିଶନରେଟ୍‌ ପୋଲିସ
  • ||
  • ଧର୍ମଗଡ଼ : ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌, ଯାତାୟତ ବାଧାପ୍ରାପ୍ତ
  • ||

‘ଖରାପ ସମୟ ଚାଲି ଯାଇଛି, ଜାନୁଆରୀରେ ଦେଶରେ ଆରମ୍ଭ ହେବ କୋଭିଡ୍-୧୯ ଟିକାକରଣ’, ସୂଚନା ଦେଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

21/12/2020 at 10:02 AM

ନୂଆଦିଲ୍ଲୀ, ୨୧/୧୨: ସାରା ଦେଶରେ କରୋନା ମାମଲା କମିଥିଲେ ମଧ୍ୟ ବିପଦ ସମ୍ପୂର୍ଣ୍ଣ ଭାବେ ଟଳିନାହିଁ । ଏହାମଧ୍ୟରେ କେନ୍ଦ୍ର ସରକାର ଏକ ଖୁସି ଖବର ଜଣାଇଛନ୍ତି । ଜାନୁଆରୀରୁ ଦେଶରେ ଟିକାକରଣ ଆରମ୍ଭ ହେବ ବୋଲି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ।

ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ସରକାର ଭାକସିନର ଗୁଣବତ୍ତା, ସୁରକ୍ଷା ସହ କୌଣସି ସାଲିସ କରିବେ ନାହିଁ । ଜାନୁଆରୀର କୌଣସି ଏକ ସପ୍ତାହରେ ଭାରତ କରୋନା ଭାକସିନ ପ୍ରଦାନ କରିବା ସ୍ଥିତିରେ ରହିଥିବ ।

ଏହାପୂର୍ବରୁ ସେ କହିଥିଲେ ଯେ, ଦେଶରେ କରୋନା ମାମଲା ଲଗାତର ଭାବେ କମିବାରେ ଲାଗିଛି । ଏବେ ୬ଟି ଭାକସିନ କ୍ଲିନିକାଲ ଟ୍ରାଏଲରେ ଗତି କରୁଛି । ଏହାର ଭିନ୍ନ ଭିନ୍ନ ସ୍ତରରେ ବିକାଶ କରାଯାଉଛି ।

କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି ଯେ, ଦେଶରେ ଏବେ ପ୍ରାୟ ୩ ଲକ୍ଷ ଆକ୍ଟିଭ୍ କେସ୍ ରହିଛି । ଦେଶରେ ୧ କୋଟି ୯୫ ଲକ୍ଷ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ଭାରତର ସୁସ୍ଥ ହାର ବିଶ୍ୱରେ ସର୍ବାଧିକ । ତଥାପି ସତର୍କତା ଅବଲମ୍ବନ କରିବାକୁ ହେବ । କରୋନା ବିରୋଧୀ ଯୁଦ୍ଧରେ ମାସ୍କ, ସାମାଜିକ ଦୂରତା ଓ ସାନିଟାଇଜର ସବୁଠାରୁ ବଡ ଅସ୍ତ୍ର ବୋଲି ସେ କହିଛନ୍ତି ।

   Related Posts