ଆମେରିକାର ବିଭିନ୍ନ ସ୍ଥାନକୁ ପଠାଯାଉଛି କରୋନା ଟିକା, ତାଳି ମାରି ଉତ୍ସାହିତ କରୁଛନ୍ତି ମିଚିଗାନ୍ ପ୍ଲାଣ୍ଟ୍ କର୍ମଚାରୀ, ଦେଖନ୍ତୁ ଭିଡିଓ

Published By : Prameya-News7 Bureau | December 14, 2020 IST

ନ୍ୟୁୟର୍କ,୧୪/୧୨:  ରବିବାର ଆମେରିକାକୁ କରୋନା ଭାକସିନର ପ୍ରଥମ ଡୋଜ୍ ପଠାଯାଇଛି । ଟ୍ରକ୍ ଓ ଜାହାଜରେ ଭାକସିନକୁ ଆମେରିକା ନିଆଯାଇଛି । ମୋଟ୍ ୬୦୦ଟି ସ୍ଥାନକୁ ଭାକସିନ୍ ପଠାଯାଇଥିବା ସୂଚନା ମିଳିଛି ।

ଆମେରିକାରେ ଏବେ ଦୈନିକ ୨୪୦୦ରୁ ଅଧିକ କରୋନା ସଂକ୍ରମିତ ପ୍ରାଣ ହରାଉଛନ୍ତି । ଏହାକୁ ରୋକ୍ ଲଗାଇବା ପାଇଁ ଆମେରିକା ପ୍ରଶାସନ ଫାଇଜର୍ ଟିକାକୁ ଜରୁରୀକାଳିନ ମଞ୍ଜୁରୀ ପ୍ରଦାନ କରିଥିଲା । ଲୋକଙ୍କ ଜୀବନ ରକ୍ଷା କରିବାକୁ ପ୍ରଥମେ ଏଠାରେ ସ୍ୱାସ୍ଥ୍ୟକର୍ମୀ ଓ ବୟସ୍କଙ୍କୁ ଟିକା ପ୍ରଦାନ କରାଯିବ ।

wp:html /wp:html

କିପରି ଭାବେ ଭାକସିନ୍ ନିଆଯାଉଛି ତାହାର ଏକ ଭିଡିଓ ସାମ୍ନାକୁ ଆସିଛି । ଏଥିରେ ଦେଖିବାକୁ ମିଳିଛି ଯେ, କର୍ମଚାରୀମାନେ ଭାକସିନକୁ ବରଫ ଡବାରେ ଭର୍ତ୍ତି କରି ନେଉଛନ୍ତି । ଏହାକୁ ରବିବାର ସକାଳ ୮ଟା ୩୦ରେ ଟ୍ରକରେ ନିଆଯାଇଛି । ଟ୍ରକରୁ ଭାକସିନକୁ କାର୍ଗୋ ବିମାନରେ ନିଆଯାଇ ବିଭିନ୍ନ ସ୍ଥାନରେ ପହଁଚାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.