କରୋନା ଗ୍ରାଫ୍‌ରେ ରାଜ୍ୟର ୧୮ ଜିଲ୍ଲା : ୨୪୫ ଜଣ ହେଲେଣି ସଂକ୍ରମିତ, ଜାଣନ୍ତୁ କେଉଁ ଜିଲ୍ଲାରେ କେତେ...

Published By : Prameya-News7 Bureau | May 08, 2020 IST

ଭୁବନେଶ୍ୱର ୦୮।୦୫: ରାଜ୍ୟରେ ଏବେ କରୋନା ଗ୍ରାଫ ଉପରମୁହାଁ ହୋଇଛି । ରାଜ୍ୟରେ କରୋନା ସ୍ଥିତି ଅଣାୟତ୍ତ ହେବାର ଲାଗିଛି । ଦିନକୁ ଦିନ ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ବଢିବାର ଲାଗିଛି । ଲଗାତାର ଦୁଇଦିନ ହେବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବେ ବଢିବାର ଲାଗିଛି । ଗତକାଲି ରାଜ୍ୟରେ ୩୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ସକାଳ ସମୟରେ ୨୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୪୫ରେ ପହଞ୍ଚିଛି । ଏନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ୍ୱେବସାଇଟରେ ସୂଚନା ପ୍ରଦାନ କରାଯାଇଛି ।

{"id":266416,"sizeSlug":"large"}

ତେବେ ଆସନ୍ତୁ ଜାଣିବା କେଉଁ ଜିଲ୍ଲାରେ କେତେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି –

ବର୍ତ୍ତମାନ ସମୟ ଯାଏଁ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ଯାଜପୁର ଜିଲ୍ଲାର ପ୍ରଥମ ରହିଥିବା ବେଳେ  ଖୋର୍ଦ୍ଧା ଜିଲ୍ଲାରେ ୨ୟ ସ୍ଥାନରେ ରହିଛି । ଯାଜପୁର ଜିଲ୍ଲାରେ ମୋଟ ୫୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜଣେ ସୁସ୍ଥ ହୋଇଛନ୍ତି । ଏବଂ ୫୪ଜଣଙ୍କ ଚିକିତ୍ସା ଜାରି ରହିଛି । ସେହିପରି ଖୋର୍ଦ୍ଧା ଜିଲ୍ଲାରେ ମୋଟ ୫୦ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୨ଜଣ ସୁସ୍ଥ ହୋଇଛନ୍ତି । ଏବଂ ୧୬ଜଣଙ୍କ ଚିକିତ୍ସା ଜାରି ରହିଥିବା ବେଳେ ୨ଜଣଙ୍କ ମୃତ୍ୟୁ ହୋଇଛି । ଗଞ୍ଜାମ ଜିଲ୍ଲାରେ ୪୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୭ଜଣଙ୍କ ଚିକିତ୍ସା ଜାରି ରହିଛି । ବାଲେଶ୍ୱର ଜିଲ୍ଲାରେ ମୋଟ ୨୭ଜଣ କରୋନା ଆକ୍ରାନ୍ତ  ଚିହ୍ନଟ ହୋଇଥିବା ବେଳେ ୫ଜଣ ସୁସ୍ଥ ହୋଇଛନ୍ତି । ଏବଂ୨୨ଜଣ ସଂକ୍ରମିତଙ୍କ ଚିକିତ୍ସା ଜାରି ରହିଛି । ଭ୍ରଦକ ଜିଲ୍ଲାରେ ମୋଟ ୨୩ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୨ଜଣ ସୁସ୍ଥ ହୋଇସାରିଛନ୍ତି । ଏବଂ ୧୧ଜଣ ସଂକ୍ରମିତଙ୍କ ଚିକିତ୍ସା ଜାରି ରହିଛି ।

{"id":266417,"sizeSlug":"large"}

ସୁନ୍ଦରଗଡ ଜିଲ୍ଲାରେ ୧୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫ଜଣ ସୁସ୍ଥ ହୋଇଛନ୍ତି । ଏବଂ ୭ଜଣ କରୋନା ସଂକ୍ରମିତଙ୍କ ଚିକିତ୍ସା ଜାରି ରହିଛି । କେନ୍ଦ୍ରାପଡାରେ ମୋଟ ୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨ଜଣ ସୁସ୍ଥ ହୋଇସାରିଛନ୍ତି । ଏବଂ ଅନ୍ୟ ୬ଜଣ ସଂକ୍ରମିତଙ୍କ ଚିକିତ୍ସା ଜାରି ରହିଛି । ଜଗତସିଂହପୁରରେ ମୋଟ ୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କୌଣସି ସଂକ୍ରମିତ ସୁସ୍ଥ ହୋଇନାହାନ୍ତି ଏବଂ ସମସ୍ତ ୫ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି । ମୟୁରଭଞ୍ଜରେ ୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସମ୍ସତ ଚିକିତ୍ସା ଜାରି ରହିଛି । ବଲାଙ୍ଗୀର ଜିଲ୍ଲାରେ ୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏବଂ ସମସ୍ତ ସଂକ୍ରମିତଙ୍କ ଚିକିତ୍ସା ଜାରି ରହିଛି । ଝାରସୁଗୁଡାରେ ୨ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସମସ୍ତଙ୍କ ଚିକିତ୍ସା ଜାରି ରହିଛି । କେନ୍ଦୁଝର ଜିଲ୍ଲାରେ ୨ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଛନ୍ତି । ଏବଂ ସମସ୍ତଙ୍କ ଚିକିତ୍ସା ଜାରି ରହିଛି । କଟକ ଜିଲ୍ଲାରେ ୨ଜଣ କରୋନାଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜଣେ ସୁସ୍ଥ ହୋଇଥିବା ବେଳେ ଜଣେ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି । କଳାହାଣ୍ଡିରେ ୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ  ୨ଜଣ ସୁସ୍ଥ ହୋଇସାରିଛନ୍ତି । କୋରାପୁଟରେ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଚିକିତ୍ସାଧୀନ ରହିଛନ୍ତି । ଦେଓଗଡ ଜିଲ୍ଲାରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେ ଚିକିତ୍ସାଧୀନ ରହିଛନ୍ତି ।  ଢେଙ୍କାନାଳ ଓ ପୁରୀରେ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନ ହୋଇଥିବା ବେଳେ ଉଭୟ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

{"id":266420,"sizeSlug":"large"}

ରାଜ୍ୟରେ ସୁଦ୍ଧା ୧୮ଟି ଜିଲ୍ଲାକୁ କରୋନା ବ୍ୟାପୀସାରିଲାଣି । ତେବେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୨୪୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୮୧ଟି ଆକ୍ଟିଭ୍‌ କେସ୍‌ ରହିଛି । ଅନ୍ୟପଟେ ୬୨ଜଣ ସୁସ୍ଥ ହୋଇସାରିଥିବା ବେଳେ ୨ଜଣଙ୍କ ମୃତ୍ୟୁ ହୋଇସାରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.