ଅନୁଗୋଳ ୩୦।୯: ଅନୁଗୋଳ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କର କରୋନା ଟେଷ୍ଟ କରାଯାଇଛି । ଅନୁଗୋଳ ଏମ.ଭି.ଆଇଙ୍କ ସମେତ ମୋଟ ୩୨ଜଣଙ୍କର କରୋନା ଟେଷ୍ଟ କରାଯାଇଛି । ବିଶେଷ କରି ଏହି କାର୍ଯ୍ୟାଳୟରୁ କିଛି ଲୋକଙ୍କର କରୋନା ପଜିଟିଭ ଆସିଲା ପରେ ସମସ୍ତଙ୍କର କରୋନା ଟେଷ୍ଟ ହୋଇଛି । ପରେ ସମ୍ପୂର୍ଣ୍ଣ ଅଫିସକୁ ସାନିଟାଇଜ କରାଯିବ ବୋଲି ସୂଚନା ମିଳିଛି ।
{"id":336487,"sizeSlug":"large"}
ଅନୁଗୋଳରେ ଦିନକୁ ଦିନ ଜଟିଳ ହେବାକୁ ଲାଗିଛି କରୋନା ସଂକ୍ରମଣ । ଏହି ସଂଖ୍ୟା ଏବେ ୪୩୫୨ରେ ପହଁଚିଛି । ବିଶେଷ କରି ହାଟ ବଜାର ମୁକୁଳା ହୋଇଥିବାରୁ ସଂକ୍ରମଣ ସଂଖ୍ୟା ବଢୁଛି । ଲୋକମାନେ ସାମାଜିକ ଦୂରତା ରକ୍ଷା କରୁନଥିବା ଦେଖିବାକୁ ମିଳୁଛି ।