ପାରାଦୀପ ଦେଇ ଆସିଲା 'କରୋନା' ! ସିଙ୍ଗାପୁରରୁ ଜାହାଜରେ ଆସିଥିବା ସ୍ବାମୀ-ସ୍ତ୍ରୀ କରୋନାରେ ସଂକ୍ରମିତ ହୋଇଥିବା ସନ୍ଦେହ, ବଡ ଡାକ୍ତରଖାନାରେ ଭର୍ତ୍ତି

Published By : Prameya-News7 Bureau | March 03, 2020 IST

ପାରାଦୀପ ୩।୩:  ପାରାଦୀପରେ ଦୁଇ କରୋନା ସନ୍ଦିଗ୍ଧ ଚିହ୍ନଟ । ଉଭୟ ସନ୍ଦିଗ୍ଧ ସ୍ବାମୀ-ସ୍ତ୍ରୀ ବୋଲି ଜଣାପଡିଛି । ଉଭୟଙ୍କୁ କଟକ ଏସସିବିରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ଉଭୟ ସ୍ବାମୀ-ସ୍ତ୍ରୀ ଜାହାଜ ଯୋଗେ ସିଙ୍ଗାପୁରରୁ ଆସିଥିବା ଜଣାପଡିଛି । ଓଡିଶାରେ କରୋନା ଭୟ ନଥିବା ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ କହିବାର କିଛି ଘଣ୍ଟା ପରେ ପାରାଦୀପରେ ଏଭଳି କରୋନା ସନ୍ଦିଗ୍ଧ ଚିହ୍ନଟ ହେବା ସାଧାରଣରେ ଭୟର ବାତାବରଣ ସୃଷ୍ଟି କରିଛି ।

ସ୍ବାସ୍ଥ୍ୟମନ୍ତ୍ରୀ କହିଥିଲେ ଯେ, ଓଡିଶାରେ କରୋନା କରୋନା ଭୟ ନାହିଁ । କରୋନା ଭାଇରସ୍ ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ଝାରସୁଗୁଡା, ଭୁବନେଶ୍ବର ବିମାନବନ୍ଦର ଉପରେ କଡା ନଜର ରଖାଯାଇଛି । ଏ ପର୍ଯ୍ୟନ୍ତ ରାଜ୍ୟରେ କରୋନା ପଜିଟିଭ ଚିହ୍ନଟ ହୋଇନି ।

ବିଶ୍ବବ୍ୟାପୀ ଦେଖାଦେଇଛି କରୋନା ଭୟ । ଭାରତରେ ମଧ୍ୟ କାୟା ମେଲାଉଛି କରୋନା । ଦିଲ୍ଲୀ, ତେଲେଙ୍ଗାନା, ରାଜସ୍ଥାନରେ ୩ ଜଣ ବ୍ୟକ୍ତିଙ୍କଠାରେ କରୋନା ଭାଇରସ୍ ଚିହ୍ନଟ କରାଯାଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.