ରଙ୍ଗ ବଜାରରେ କରୋନା ମାଡ଼: ରଙ୍ଗ ଖେଳିବା ନେଇ ଡାକ୍ତର ଦେଲେ ପରାମର୍ଶ...

Published By : Prameya-News7 Bureau | March 08, 2020 IST

କେନ୍ଦ୍ରପଡ଼ା୮/୩: ରଂଗ ବଜାର ଉପରେ କରୋନା ପ୍ରଭାବ। କରୋନା ଭୟରେ ଫିକା ପଡିଗଲା କେନ୍ଦ୍ରାପଡାର ରଂଗ ମାର୍କେଟ୍ । ହୋଲି ନଖେଳିବା ପାଇଁ ଡାକ୍ତରଙ୍କ ପରାମର୍ଶ ପରେ ଏବେ ଲୋକେ ରଂଗ କିଣିବା ବନ୍ଦ୍ କରି ଦେଇଛନ୍ତି। ଅନ୍ୟପକ୍ଷରେ ରଂଗ ବିକ୍ରି କରି ଦୁଇ ପଇସା ରୋଜଗାର ପାଇଁ ଆଶା ବାନ୍ଧିଥିବା ବିଚରା ବ୍ୟବସାୟୀ ମୁଣ୍ଡରେ ହାତ ଦେଇ ବସିଛି ।

ସବୁଆଡେ ଏବେ କରୋନା ଆତଙ୍କ। ପ୍ରାଣଘାତୀ ଭାଇରସ୍ ଏବେ ହୋଲିର ସାତ ରଙ୍ଗକୁ ମଧ୍ୟ ପ୍ରଭାବିତ କରିଛି। କେନ୍ଦ୍ରାପଡାରେ ରଗଂ ବ୍ୟବସାୟ ଏକବାର ଠପ୍ ହୋଇଯାଇଛି । ରଂଗ ଖେଳିବା ସମୟରେ ଦେହକୁ ସ୍ପର୍ଶ ନକରିବା ଏବଂ ମାସ୍କ ପିନ୍ଧି ରଂଗ ଖେଳିବା ପାଇଁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ। ଏମିତିକି ଦୋଳ ମେଳଣକୁ ମଧ୍ୟ ନଯିବା ପରାମର୍ଶ ଦିଆଯାଇଛି। ଡାକ୍ତରଙ୍କ ମୁହଁରୁ ଚରମବାଣୀ ଶୁଣିବା ପରେ ଲୋକେ ରଂଗ କିଣିବା ବନ୍ଦ କରି ଦେଇଛନ୍ତି । ରଂଗ କିଣିନେବା ପାଇଁ ଯେଉଠି ଗହଳଚହଳ ଲାଗିବା କଥା ସେଠି ଏବେ ଖଁ।ଖଁ। ପରିବେଶ।

କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ପକ୍ଷରୁ କରୋନା ସତର୍କତା ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଲୋକମାନଙ୍କୁ ସଚେତନ କରିବା ପାଇଁ ବିଭିନ୍ନ ସ୍ଥାନରେ ହୋଡିଙ୍ଗ୍ ଓ ପୋଷ୍ଟରମାନ ଲଗାଯାଉଛି। ସେହିପରି କେନ୍ଦ୍ରାପଡା ମୁୟନିସିପାଲିଟି ପକ୍ଷରୁ ପଥପ୍ରାନ୍ତ’ ପାଲା ଓ ଘୋଡାନାଚ ମାଧ୍ୟମରେ କରୋନା ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ତବେ ଭିଡ ରେ ସାମିଲ ହଲେ ଏହି ରୋଗ ବ୍ୟାପିବାର ସମ୍ଭାବନା ଥିବାରୁ ଲୋକେ ଆପଣା ଛାଏଁ ସଚେତନତା ଅବଲମ୍ବନ କରୁଛନ୍ତି । କରୋନା ଆତଙ୍କ ଯୋଗୁଁ କେନ୍ଦ୍ରାପଡା ସହର ଏବଂ ଏହାର ଆଖପାଖ ଅଂଚଳରେ ହେଉଥିବା ଦୋଳମେଳଣ ମଧ୍ୟ ଜନଶୂନ୍ୟ ହୋଇ ପଡୁଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.